www.samajalive.in
Thursday, December 11, 2025
16.1 C
Bhubaneswar

ବେଙ୍ଗାଲୁରୁରେ ଦରମା ହାର ସର୍ବାଧିକ

ବେଙ୍ଗାଲୁରୁ: ଦେଶର ଅନ୍ୟାନ୍ୟ ସହର ମଧ୍ୟରେ ବେଙ୍ଗାଲୁରୁରେ ପେସାଦାରଙ୍କୁ ସବୁଠାରୁ ଅଧିକ ଦରମା ମିଳୁଛି। ତା ପଛକୁ ପଛ ମୁମ୍ବଇ ଓ ଦିଲ୍ଲୀ ରହିଛନ୍ତି। ବେଙ୍ଗାଲୁରୁରେ ବର୍ଷକୁ ହାରାହାରି ୧୨ ଲକ୍ଷ ଟଙ୍କା ମିଳୁଥିବା ବେଳେ ମୁମ୍ବଇରେ ୯ ଲକ୍ଷ, ଦିଲ୍ଳୀରେ ୯ ଲକ୍ଷରୁ ସାମାନ୍ୟ କମ୍‍, ହାଇଦ୍ରାବାଦ୍‍ରେ ୮.୫ ଲକ୍ଷ ଓ ଚେନ୍ନାଇରେ ୬.୩ ଲକ୍ଷ ଟଙ୍କା ମିଳୁଛି।
ଏବେ ଦେଶରେ ହାର୍ଡୱେର ପେସାଦାରଙ୍କ ଚାହିଦା ଅଧିକ ରହିଛି। ବେଙ୍ଗାଲୁରୁରେ ହାର୍ଡୱେର ପେସାଦାରଙ୍କ ଚାହିଦା ଏବେ ଅଧିକ ରହିଛି। ଚିପ୍‍ ଓ ସେମିକଣ୍ଡକ୍ଟର ଚାହିଦା ବୃଦ୍ଧି ଯୋଗୁଁ ସେମାନଙ୍କ ଦରମା ହାର ମଧ୍ୟ ବଢ଼ିଛି। ଦୁଇ ବର୍ଷ ପୂର୍ବେ ୩ ବର୍ଷର ଅଭିଜ୍ଞତା ଥିବା ହାଡ୍‍ର୍ୱେର ପେସାଦାରଙ୍କ ଦରମା ଯେତିକି ଥିଲା ଏବେ ସେଥିରେ ପ୍ରାୟ ଦେଢ଼ ଗୁଣା ବୃଦ୍ଧି ପାଇଛି। ହାର୍ଡୱେର ଓ ନେଟ୍‍ୱର୍କିଂ ଚାକିରିରେ ହାରାହାରି ବାର୍ଷିକ ୧୫ ଲକ୍ଷ ଟଙ୍କା ମିଳୁଥିବା ବେଳେ ସଫ୍ଟୱେରରେ ବାର୍ଷିକ ୧୨ ଲକ୍ଷ ଓ କଞ୍ଜ୍ୟୁମର ଡ୍ୟୁରେବଲ୍‍ସରେ ବାର୍ଷିକ ୧୦ ଲକ୍ଷ ଟଙ୍କା, ସ୍ୱାସ୍ଥ୍ୟ ସେବାରେ ୧୦ ଲକ୍ଷ, ଆର୍ଥିକ ସଂସ୍ଥାରେ ୯.୫ ଲକ୍ଷ, କମ୍ପାନୀ ସେବାରେ ୯.୪ ଲକ୍ଷ, ନିର୍ମାଣ କ୍ଷେତ୍ରରେ ୮.୩ ଲକ୍ଷ, ମନୁଫ୍ୟାକଚରିଂରେ ୮.୧୫ ଲକ୍ଷ, ରିଏଲ୍‍ ଇଷ୍ଟେଟ୍‍ରେ ୭.୮ ଲକ୍ଷ, ଗଣମାଧ୍ୟମ ଓ ଯୋଗାଯୋଗରେ ୭.୧୫ ଲକ୍ଷ ଟଙ୍କା ମିଳୁଛି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories