www.samajalive.in
Wednesday, December 10, 2025
26.1 C
Bhubaneswar

ପଞ୍ଚମା ସିଦ୍ଧ ବିନାୟକ ମନ୍ଦିରରେ ଗଣେଶ ପୂଜା ପାଳନ ପାଇଁ ପ୍ରସ୍ତୁତି

ଗୋପାଳପୁର : ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପଞ୍ଚମା ଠାରେ ଥିବା ସିଦ୍ଧ ବିନାୟକ ମନ୍ଦିର ପରିସରରେ ଗଣେଶ ଚତୁର୍ଥୀ ଧୁମଧାମରେ ପାଳନ କରିବା ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଏହି କ୍ରମରେ ଗତ ୨ ଦିନ ହେଲା ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ତଥା ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ନିଜେ ମନ୍ଦିରରେ ପହଞ୍ଚି କମିଟିରେ ଥିବା କନିଷି ତହସିଲଦାର ପ୍ରଳୟାନନ୍ଦ ଶତପଥୀ,ସଦର ଏସଡିପିଓ ଶିବଶଙ୍କର ମହାପାତ୍ର, ଗୋଳନ୍ଥରା ଥାନା ଆଇଆଇସି ବିବେକାନନ୍ଦ ମହନ୍ତ, ରଣ୍ଢା ସରପଞ୍ଚ ଅଜିତ କୁମାର ରାଉଳଙ୍କ ଉପସ୍ଥିତିରେ ପୂଜା ପାଳନ ଦିନ କିପରି ସୁରୁଖୁରୁରେ ସମସ୍ତ କାର୍ଯ୍ୟ ସମାପନ କରାଯିବ ତାହା ନେଇ ଆଲୋଚନା ହୋଇଛି । ବିଶେଷ କରି ମନ୍ଦିରକୁ ଚୁନ ଦିଆଯିବା ସହ ଭାଙ୍ଗି ଯାଇଥିବା ପାଚେରୀର ନିର୍ମାଣ କାମ ଚାଲୁ ରହିଛି। ଏହା ସହ ପୂଜା ଦିନ ଭୋର ୪ ଟା ପୂର୍ବରୁ ସମସ୍ତ ନୀତି କାନ୍ତି ସମାପନ ପରେ ଭୋର ୪ ଠାରୁ ରାତି ୧୦ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଠାକୁର ଦର୍ଶନ ନିମନ୍ତେ ସମୟ ନିର୍ଘଣ୍ଟ କରାଯାଇଛି । ମନ୍ଦିରକୁ ଆସିବାକୁ ଥିବା ଭକ୍ତଙ୍କ ନିମନ୍ତେ ୨ ଚକିଆ ଓ ୪ ଚକିଆ ଯାନ ପାର୍କିଂ ପାଇଁ ୨ ଟି ପାର୍କିଂ ସ୍ଥଳ ଚିହ୍ନଟ ସହ ଦର୍ଶନ ପାଇଁ ଆସୁଥିବା ବୟୋଜ୍ୟେଷ୍ଠ ମାନଙ୍କ ନିମନ୍ତେ ୧୦ଟି ଅଟୋର ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ସେମାନେ ପାର୍କିଂ ସ୍ଥଳରୁ ମନ୍ଦିର ପର୍ଯ୍ୟନ୍ତ ଦର୍ଶନ ନିମନ୍ତେ ଯାଇ ପାରିବେ ବୋଲି ରଣ୍ଢା ସରପଞ୍ଚ ଅଜିତ କୁମାର ରାଉଳ ସୂଚନା ଦେଇଛନ୍ତି। ଏହା ସହ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମନ୍ଦିର ପରିସରରେ ଭକ୍ତଙ୍କ ନିମନ୍ତେ ଲଡୁ ଓ ଖେଚୁଡ଼ି ଭୋଗ ବିକ୍ରି କରାଯିବ । ଶୃଙ୍ଖଳିତ ଦର୍ଶନ ନିମନ୍ତେ ପୁଲିସ ବ୍ୟବସ୍ଥା ସହ ମନ୍ଦିର ପରିସରରେ ସ୍ବେଛାସେବୀ ନିୟୋଜିତ କରାଯିବ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories