www.samajalive.in
Thursday, December 11, 2025
15.1 C
Bhubaneswar

ଆଶା ହରେଇଲା ପରେ ସାହା ହେଲା ବିଏସକେୱାଇ, ଚିକିତ୍ସା ପାଇଁ ୧୦ଲକ୍ଷ ଟଙ୍କା ଦେଲେ ରାଜ୍ୟ ସରକାର

ଭୁବନେଶ୍ବର:ଭେଲୋର,କଲକତା ଓ ଚଣ୍ଡୀଗଡର ବଡବଡ ଡାକ୍ତରଖାନାରୁ ଫେରି ଜୀବନ ଆଶା ହରେଇଲା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ମୋର ସାହା ହେଲା। କଲକତାର ନାରାୟଣ ହୃଦୟାଳୟରେ ମୋର ଉପଯୁକ୍ତ ଚିକିତ୍ସା ହେଲା। ମୋତେ ନୂଆ ଜୀବନ ମିଳିଲା’’ – ଏପରି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଗଉଡଗାଁ ଗ୍ରାମ ନିବାସୀ ୪୨ ବର୍ଷ ବୟସ୍କ ସଞ୍ଜୟ କୁମାର ସ୍ବାଇଁ।
ଘଟଣା ବିଷୟରେ ସୂଚନା ଦେଇ ସଞ୍ଜୟ କହିଛନ୍ତି ଯେ ମୁଁ କଲକତାର ଏକ ଛୋଟିଆ ଝୋଟ କଳରେ କାମ କରି ଗୁଜରାଣ ମେଣ୍ଟାଏ । ମୋତେ ଲଗାତର କିଛି ଦିନ ଧରି ଜ୍ଵର ହେଲା। ଔଷଧ ଖାଇଲେ ବି ଭଲ ହେଲାନି। ଡାକ୍ତରଙ୍କୁ ଦେଖାଇ ୨୦୨୨ ମସିହା ଏପ୍ରିଲ ୮ ତାରିଖ ଦିନ ସେ ଅଲ୍ଟ୍ରାସାଉଣ୍ଡ ଏବଂ ୟୁରିଆ କ୍ରିଏଟାଇନ ପରୀକ୍ଷା କଲି। ପରେ ପରେ କଲକତାର ଇଏସଆଇ ହସ୍ପିଟାଲ ଗଲି। ସେଠାରେ ମୋର କିଡନୀ ଖରାପ ଥିବାର ଜଣା ପଡିଲା। ଭେଲୋର ଏବଂ ଚଣ୍ଡୀଗଡର ବଡବଡ ହସ୍ପିଟାଲରେ ଚିକିତ୍ସା ଓ ପରାମର୍ଶ କଲି। କିଛି ନିର୍ଭରଯୋଗ୍ୟ ଭରସା ପାଇଲିନି ସବୁଆଡୁ ଆଶା ହରେଇଲି। ମୋର ଦୁଇଟି ନାବାଳକ ପିଲା। ଅନ୍ୟପକ୍ଷରେ ମୁଁ କାମ କରିବାକୁ ମୁଁ ଅକ୍ଷମ। ଚାରିଆଡ ଅନ୍ଧାର ଦିଶିଲା।

କଲକତାର ରବୀନ୍ଦ୍ରନାଥ ଠାକୁର ନାରାୟଣ ହୃଦୟାଳୟରେ ଅପରେସନ ଦ୍ବାରା ମୋ ରୋଗ ଭଲ ହୋଇପାରିବ ବୋଲି କିଛି ବନ୍ଧୁଙ୍କ ଠାରୁ ଶୁଣିଲି। ବିଏସକେୱାଇ କାର୍ଡରେ ସେଠାରେ ଚିକିତ୍ସା ହୋଇପାରିବ ବୋଲି କେନ୍ଦ୍ରପଡା ଜିଲାର ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ଜାଣିଲି। ସେ ମଧ୍ୟ ମୋତେ ରାଜ୍ୟ ହେଲଥ ଆସୁରାନ୍ସ ସୋସାଇଟିର ନୋଡାଲ ଅଫିସରଙ୍କ ସହ ଯୋଗାଯୋଗ କରାଇଦେଲେ। ନୋଡାଲ ଅଧିକାରୀ ସମ୍ପୂର୍ଣ ଭରସା ଦେଲେ। ନାରାୟଣ ହୃଦୟାଳୟ ସହ ଯୋଗାଯୋଗ କରାଇଦେଲେ। ବିଏସକେୱାଇ ଟିମ ଭରସାରେ ଚଳିତ ବର୍ଷ ସେପ୍ଟେମ୍ବର ୧୩ ତାରିଖ ଦିନ ସେଠାରେ ପହଞ୍ଚିଲୁ। ଆଡମିଶନ ଓ ପରୀକ୍ଷା ନିରୀକ୍ଷା ହେଲା। ମୋର ଆବଶ୍ୟକୀୟ ଅପରେସନ ହେଲା। ତା ୦୫/୦୭/୨୦୨୩ ରିଖରେ ହସ୍ପିଟାଲରୁ ଡିସଚାର୍ଜ ହେଲି। ବର୍ତ୍ତମାନ ଘରେ ଭଲ ଅଛି। ମୋର ପରବର୍ତ୍ତୀ ଚିକିତ୍ସା ମଧ୍ୟ ଠିକ୍ ଭାବେ ଚାଲିଛି।
ଏ ଅପରେସନ ଓ ଚିକିତ୍ସା ପାଇଁ ଦରକାର ହେଇଥିବା ୧୦ ଲକ୍ଷ ଟଙ୍କା ରାଜ୍ୟ ସରକାର ବିଏସକେୱାଇ କାର୍ଡ ମାଧ୍ୟମରେ ଦେଲେ। ଆମକୁ କୌଣସି ଦେୟ ଦେବାକୁ ପଡିଲା ନାହିଁ। ସବୁଆଡୁ ଆଶା ହରେଇଲା ପରେ ମୁଖ୍ୟମନ୍ତ୍ରୀଙ୍କ ବିଏସକେୱାଇ କାର୍ଡ ମୋର ସାହା ହେଲା। ବିଏସକେୱାଇ ଟିମ୍ ସବୁପ୍ରକାର ଯୋଗାଯୋଗ ଓ ସୁବିଧା କରାଇଦେଲେ। ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ବିଏସକେୱାଇ ଟିମଙ୍କ ପାଖରେ ଆମ ପରିବାର ଚିରଋଣୀ। ନାରାୟଣ ହୃଦୟାଳୟର ଡାକ୍ତର ନର୍ସ ଏବଂ ଅଧିକାରୀମାନଙ୍କୁ ମୋର ନମସ୍କାର।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories