www.samajalive.in
Thursday, December 11, 2025
16.1 C
Bhubaneswar

ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସେରିଗୁମ୍ମା ପଞ୍ଚାୟତର ଦେଉଳବାଡି ଗାଁର ନିଖୋଜ ଯୁବକ ଡ୍ରିବି ମିଣିଆକା(୪୦)ଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ।

ସୂଚନା ଅନୁଯାୟୀ, ଚଳିତ ମାସ ୮ତାରିଖରେ ଡ୍ରିବି ଦେଉଳବାଡି ଗାଁରୁ ସେରିଗୁମ୍ମାକୁ ସାର ଆଣିବାକୁ ଯାଇଥିଲେ । ସେଠାରେ ସାର ନ ମିଳିବାରୁ ଡ୍ରିବି ଏକ କମାଣ୍ଡର ଚାଳକଙ୍କୁ ୪୦୦ଟଙ୍କା ଦେଇ ସିକରପାଇଠାରୁ ସାର ଆଣିଦେବା ପାଇଁ କହିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଡ୍ରିବି ଘରକୁ ନ ଫେରିବାରୁ ପରିବାର ଲୋକେ ସାହି ପଡ଼ିଶା ଓ ସମ୍ପର୍କୀୟମାନଙ୍କୁ କହି ସବୁ ଆଡେ ଖୋଜାଖୋଜି କରିଥିଲେ । ତାପର ଦିନ ୯ତାରିଖ ସନ୍ଧ୍ୟାରେ ଡ୍ରିବିଙ୍କ ମୃତଦେହ ଗାଁ ନିକଟସ୍ଥ ତେନ୍ତୁଳି ଗଛରେ ଝୁଲି ରହିଥିବା କିଛି ଲୋକ ଦେଖି ପରିବାରକୁ ଜଣାଇଥିଲେ । ଏହାପରେ ସ୍ଥାନୀୟ ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ସ୍ଥାନୀୟ ପୁଲିସ ଅଧିକାରୀ ସୁମନ୍ତି ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲେ । ଗ୍ରାମବାସୀ କହିବା ଅନୁଯାୟୀ, ମୃତକଙ୍କ ପାଟିରୁ ଦାନ୍ତ ବାହାର କରି ପାଟିରେ ପଥର ପୁରାଇ ମାଟି ଲେସି ହୋଇଥିବା ବେଳେ ଶରୀର କ୍ଷତାକ୍ତ ହୋଇଛି । ତେଣୁ ଏହା ହତ୍ୟା ନା ଆତ୍ମହତ୍ୟା ଗ୍ରାମବାସୀ ସନ୍ଦେହ ଘେରରେ ରହିଛନ୍ତି । ମୃତ ବ୍ୟକ୍ତିଙ୍କର ଦୁଇ ପୁଅ ଓ ଦୁଇ ଝିଅ ଥିବା ଜଣାପଡିଛି । ଏ ସମ୍ପର୍କରେ ଥାନା ଅଧିକାରୀ ସୁମନ୍ତି ମହାନ୍ତିଙ୍କୁ ଯୋଗାଯୋଗ ହୋଇପାରିନଥିବା ବେଳେ ଘଟଣା ସ୍ଥଳକୁ ଆସିଥିବା ତଦନ୍ତକାରୀ ଦଳଙ୍କୁ ପଚାରିବାରୁ ଆମେ ସୂଚନା ଦେଲେ ଠିକ ହେବ ନାହିଁ ଥାନା ଅଧିକାରୀଙ୍କୁ ପଚାର ବୋଲି କହିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories