www.samajalive.in
Saturday, December 6, 2025
16.1 C
Bhubaneswar

ଘୋଷଣାର ୯ ବର୍ଷ ବିତିଗଲା, ଲାଞ୍ଜିଗଡ଼ଠାରେ ସ୍ଥାପନ ହୋଇପାରିଲାନି ଜେଏମ୍‌ଏଫ୍‌ସି କୋର୍ଟ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ଠାରେ ରାଜ୍ୟ ସରକାରଙ୍କ ତରଫରୁ ଏକ ଜେଏମ୍‌ଏଫ୍‌ସି କୋର୍ଟ ସ୍ଥାପନ ପାଇଁ ଗତ ନଅବର୍ଷ ତଳେ ଘୋଷଣା କରାଯାଇଥିଲା । ଏହାପରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ନ୍ୟାୟିକ ବିଭାଗ ଦ୍ୱାରା ବିଭିନ୍ନ ସମୟରେ ତଦାରଖ ପରେ ଲାଞ୍ଜିଗଡଠାରେ ଜେଏମ୍‌ଏଫ୍‌ସି କୋର୍ଟ ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିପାଇଁ ଲାଞ୍ଜିଗଡ ରାଜା ସୁରେନ୍ଦ୍ର ପ୍ରତାପ ସିଂହଦେଓ ନିଜ ରାଜପ୍ରାସାଦର ଅଂଶ ଦେବାକୁ ରାଜି ହୋଇଥିବାବେଳେ କୋର୍ଟର ନିଜସ୍ୱ ଗୃହ ନିର୍ମାଣ ହେବା ପର୍ୟ୍ୟନ୍ତ କୌଣସି ଭଡା ନନେବାକୁ ଲିଖିତ ଭାବେ ସମ୍ମତି ପ୍ରଦାନ କରିଥିଲେ । ଏହାର ଆବଶ୍ୟକ ମରାମତି ଶେଷ ହୋଇ ଚାରିବର୍ଷ ବିତିଗଲା ପରେ ଉଦଘାଟନ ହେବାବେଳକୁ ନ୍ୟାୟିକ ବିଭାଗ ଓ ଦାୟିତ୍ୱରେ ଥିବା ବିଚାରପତି ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ । ବର୍ତ୍ତମାନ ପରିପ୍ରେକ୍ଷୀରେ ବିଚାରପତି ଅନ୍ୟ ଏକ ଗୃହ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ତେବେ ଦୁଆର ମୁହଁରେ ନ୍ୟାୟ ଓ ନ୍ୟାୟାଳୟ ପ୍ରତିଷ୍ଠାର ସଂକଳ୍ପ ନେଇଥିବା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ବର୍ତ୍ତମାନ ମଧ୍ୟ ସଫଳ ହୋଇପାରିନାହିଁ ।
ଏହାକୁ ନେଇ ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିବା ସହିତ କୁଟିଆକନ୍ଧ ଉନ୍ନୟନ ସଂସ୍ଥା ଦ୍ୱାରା ନିର୍ମିତ ସ୍କୁଲ ହଷ୍ଟେଲ ଗୃହ ନିର୍ମାଣ ଦିନରୁ ଅବ୍ୟବହୃତ ହୋଇ ପଡିରହିଥିବାବେଳେ ସେଠାରେ ନୂତନ ଭାବେ ଜେଏମ୍‌ଏଫ୍‌ସି କୋର୍ଟ ସ୍ଥାପନ ପାଇଁ ଦାବି କରିଛନ୍ତି । ଏନେଇ ଆଜି ଲାଞ୍ଜିଗଡ ବ୍ଲକର ଏକ ପ୍ରତିନିଧି ଦଳ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କୁ ସାକ୍ଷାତ କରି ଏନେଇ ଦାବିପତ୍ର ପ୍ରଦାନ କରିଛନ୍ତି । ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରିଙ୍କ ନେତୃତ୍ୱରେ ଲାଞ୍ଜିଗଡ ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ଶ୍ରୀଧର ପେସନିଆ, ଲାଞ୍ଜିଗଡ ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେସନିଆ, ଲାଞ୍ଜିଗଡ ସରପଞ୍ଚ ସରସ୍ୱତୀ ମୁଣ୍ଡା, ବସନ୍ତପଡା ସରପଞ୍ଚ ଚାଞ୍ଚେର ମାଝୀ, ଛତ୍ରପୁର ସରପଞ୍ଚ ସୁଷମା ମାଝୀ, ଜଗନ୍ନାଥପୁର ସରପଞ୍ଚ ମୁଗାନା ମାଝୀ, ବାତେଲିମା ସରପଞ୍ଚ କରୁଣା ମାଝୀ, ସମାଜସେବୀ ଚନ୍ଦ୍ରଶେଖର ମହାପାତ୍ର, କୃଷ୍ଣଚନ୍ଦ୍ର ମହାରଣା, ଜମ୍ବେଶ୍ୱର ପୁଝାରୀ ପ୍ରମୁଖ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି । ସେହିପରି ଲାଞ୍ଜିଗଡଠାରେ ଆଇଟିଆଇ ସ୍ଥାପନ, ବସୁନ୍ଧରା ଯୋଜନାରେ ସାମିଲ କରି ଲାଞ୍ଜିଗଡରେ ପାନୀୟ ଜଳ ସମସ୍ୟାର ଦୂରୀକରଣ, ଅତିରିକ୍ତ ତହସିଲ କାର୍ୟ୍ୟାଳୟକୁ ପୁନଃ କାର୍ୟ୍ୟକ୍ଷମ କରିବା, ଲାଞ୍ଜିଗଡ ପଞ୍ଚାୟତ କାର୍ୟ୍ୟାଳୟର ନୂତନ ଗୃହ ନିର୍ମାଣ ଆଦି ଦାବି କରିଥିବା ଜଣାପଡିଛି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories