www.samajalive.in
Monday, December 8, 2025
20.1 C
Bhubaneswar

ବିଧାୟକଙ୍କ ବାସଗୃହ ଆଗରେ ଧାରଣାରେ ବସିଲେ ଗାଡ଼ି ମାଲିକ ଓ ଶ୍ରମିକ 

ବଡ଼ସାହି : ବଡ଼ସାହି ବିଧାୟକଙ୍କ ଆରପଟ୍ଟାସ୍ଥିତ ବାସଭବନ ଆଗରେ ବୁଧବାର ଟ୍ରାକ୍ଟର ଓ ଭାରୀଯାନ ମାଲିକ ଏବଂ ଶ୍ରମିକ ଧାରଣାରେ ବସିବା ଚର୍ଚ୍ଚାର ବିଷୟ ପାଲଟିଛି। ବିଧାୟକଙ୍କ ଅନୁପସ୍ଥିତିରେ ଦିନ ତମାମ ସେମାନେ ଧାରଣାରେ ବସିବା ପରେ ଅପରାହ୍ଣରେ ସେମାନେ ୭ଦିନ ପାଇଁ ଧାରଣାକୁ ସ୍ଥଗିତ ରଖିଥିବା ଜଣାପଡ଼ିଛି। ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର ଜିଲାପରିଷଦ ଉପନିର୍ବାଚନ ପାଇଁ ବିଜାତଳାରେ ଥିବାରୁ ସେମାନେ ସମାଧାନ ପାଇଁ ୭ଦିନ ସମୟ ଦେଇଛନ୍ତି। ଏହି ୭ଦିନ ମଧ୍ୟରେ ଦାବି ସମାଧାନ ନହେଲେ ଧାରଣାକାରୀ ପୁନର୍ବାର ଆନ୍ଦୋଳନରେ ବସିବେ ବୋଲି ଧାରଣାର ନେତୃତ୍ୱ ନେଇଥିବା ବଡ଼ସାହିର ଶ୍ରୀକାନ୍ତ ଦାସ କହିଛନ୍ତି। ବଡ଼ସାହି ଥାନା ଇଲାକାରେ ବେଆଇନ ପରିବହନ ନେଇ ଟ୍ରାକ୍ଟର ତଥା ଭାରୀଯାନ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନ ମାତ୍ରାଧିକ ହେଉଥିବା ଧାରଣାକାରୀ ଦର୍ଶାଇଛନ୍ତି। ବାରମ୍ବାର ଗାଡ଼ି ଜବତ ଓ ଜରିମାନା ପାଇଁ ମାଲିକ ଓ ନିର୍ଭରଶୀଳ ଶ୍ରମିକ ଆର୍ଥିକ/ମାନସିକ ଦଣ୍ଡ ଭୋଗୁଛନ୍ତି। ବିଧାୟକ ଏଥିରେ ହସ୍ତକ୍ଷେପ ଦାବି କରି ଅଶ୍ୱନୀ ବିଶ୍ୱାଳ, ସେକ୍‍ ବାବୁଲି, ନାରାୟଣ ଦଣ୍ଡପାଟ, ସୁବଳ ଦାସ, କାହ୍ନୁ ଦାଶ, ରାଜୀବ ବେହେରା, ବାଦଲ ମହାପାତ୍ର ଓ ମନୋରଞ୍ଜନ ମହାପାତ୍ର ପ୍ରମୁଖ ଗାଡ଼ି ମାଲିକ, ଚାଳକ/ଶ୍ରମିକଙ୍କ ବୁଧବାର ପୂର୍ବାହ୍ନରୁ ବିଧାୟକଙ୍କ ଘର ସମ୍ମୁଖରେ ମୋ ସହିତ ବସିଥିଲେ ବୋଲି ଶ୍ରୀ ଦାସ କହିଛନ୍ତି। ଏନେଇ ବିଧାୟକଙ୍କ ସହିତ ଯୋଗାଯୋଗ କରିବାରୁ ଘଟଣାକୁ ନିନ୍ଦା କରିଛନ୍ତି। ପୂର୍ବରୁ ସୂଚନା ନଦେଇ ଏପରି ଧାରଣା ଠିକ୍‍ ନୁହେଁ ବୋଲି କହିଛନ୍ତି। ପୁଲିସ୍‍ ବିରୋଧରେ ଅଭିଯୋଗ ପାଇଁ ଉପରିସ୍ଥ ଅଧିକାରୀ ଥିବା ବେଳେ ମୋ ଅନୁପସ୍ଥିତିରେ ବାସଗୃହ ସମ୍ମୁଖରେ ଧାରଣା ରାଜନୈତିକ ପ୍ରଣୋଦିତ ବୋଲି ବିଧାୟକ କହିଛନ୍ତି। ସେହିପରି ବଡ଼ସାହି ଥାନାଧିକାରୀ ଜୟନାରାୟଣ ଖଣ୍ଡେଇଙ୍କ ସହିତ ଯୋଗାଯୋଗ କରିବାରୁ ନିୟମ ଉଲଘଂନ କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଧାରଣାର ନେତୃତ୍ୱ ନେଇଥିବା ଶ୍ରୀକାନ୍ତ ଦାସ ଜଣେ ପ୍ଲାଏ ଆସ ଇଟା କାରଖାନା ମାଲିକ। ତାଙ୍କ ନିକଟରୁ ଏକ ଟ୍ରାକ୍ଟର ସହିତ ୪ଗାଡ଼ି ବାଲି ଜବତ ହୋଇଥିଲା। ଏନେଇ ତାଙ୍କ ବିରୋଧରେ ଜୁନ ୨୩ ତାରିଖରେ ବଡ଼ସାହି ଥାନାରେ ୯୩/୧୮ ମେସ ନମ୍ବରରେ ଏକ ମାମଲା ରୁଜୁ ପୂର୍ବକ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ତେବେ ସେ ଅସୁସ୍ଥତା ଦର୍ଶାଇ ଜାମିନରେ ଆସିଥିଲେ। ବର୍ତ୍ତମାନ ଚୋରା ବାଲି ଚାଲାଣରେ ଅଙ୍କୁଶ ଆସିଥିବାରୁ ସେ ପ୍ରାୟଜିତ କାର୍ଯ୍ୟକ୍ରମ କରୁଥିବା ଜଣାପଡ଼ିଛି ବୋଲି କହିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories