www.samajalive.in
Monday, December 8, 2025
27.1 C
Bhubaneswar

ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା ୬ଆହତ

କୋଣାର୍କ : କୋଣାର୍କ ଗୋପ ରାସ୍ତାର ବନାଖଣ୍ଡି ଛକ ନିକଟରେ ଯାତ୍ରୀଵାହୀ ବସ୍ ସହ ଏକ ଟ୍ରାକ୍ଟର ଧକ୍କା ହେବା ଫଳରେ ଵସ ଚାଳକ ସମେତ ୬ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଖବରଅନୁସାରେ ଵୁଧବାର ସନ୍ଧ୍ୟା ୬ଟା ୩୦ମିନିଟ୍ ସମୟରେ କୋଣାର୍କରୁ ଭୁବନେଶ୍ବର ଯାଉଥିବା ଖଟୋଇ ଆଣ୍ଡ ଖଟୋଇ ନାମକ ଏକ ଯାତ୍ରୀବାହୀ ଵସ୍ ନଂ (ଓଆର ୦୨ ଏଏଲ ୯୩୪୨) ସହ ସେହି ରାସ୍ତାର ଏକ ଵିଲରୁ ଧାନ ହଳା ଆଣି ଆସୁଥିବା ଟ୍ରାକ୍ଟର ହଠାତ୍ ପଶିଆସି ଵସକୁ ଧକ୍କା ଦେଇଥିଲା। ଫଳରେ ଵସ୍ ଚାଳକ ସମେତ ୬ଜଣ ଯାତ୍ରୀ ଆହତ ହୋଇଥିଲେ। ଘଟଣା ସ୍ଥଳରେ କୋଣାର୍କ ଥାନା ପୁଲିସ୍ ପହଞ୍ଚି ଆହତ ମାନଙ୍କୁ ଚିକିତ୍ସା ପାଇଁ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଵା ସହ ଦୁର୍ଘଟଣା ଗ୍ରସ୍ତ ଗାଡି ଦୁଇଟି ଜଵତ କରିଛି। ଘଟଣା ସ୍ଥଳରୁ ଟ୍ରାକ୍ଟର ଚାଳକ ଫେରାଇ ହୋଇଯାଇଛି । ଏନେଇ କୋଣାର୍କ ଥାନା ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା କୋଣାର୍କ ଥାନା ଅଧିକାରୀ ସଂଜୀବ କୁମାର ପ୍ରଧାନ ପ୍ରକାଶ କରିଛନ୍ତି।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories