www.samajalive.in
Monday, December 8, 2025
13.1 C
Bhubaneswar

ପ୍ରଫୁଲ୍ଲ ସାମନ୍ତରାଙ୍କ ବିରୋଧରେ ନିୟମଗିରିରେ ପୋଷ୍ଟର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାରସାଲି ପଞ୍ଚାୟତର ତିନୋଟି ସ୍ଥାନରେ ପ୍ରଫୁଲ୍ଲ ସାମନ୍ତରା ନାମକ ବ୍ୟକ୍ତିଙ୍କ ବିରୋଧରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟରଗୁଡିକ ରାଜୀବଗାନ୍ଧୀ ଜନସେବା କେନ୍ଦ୍ର, ପଞ୍ଚାୟତ କାର୍ଯ୍ୟାଳୟ, ହାଟପଦା ଓ ପୁରୁଣା ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପାଚେରୀରେ ଲାଗିଥିବା ଦେଖିବାକୁ ମିଳିଛି । ସେଥିରେ ଆଦିବାସୀଙ୍କୁ ଆଢୁଆଳ କରି କୋଟିପତି ହୋଇଥିବା ବ୍ୟକ୍ତି ଜଣକ ପ୍ରଫୁଲ୍ଲ ସାମନ୍ତରା, ଦେଶର ପ୍ରଗତିକୁ ବିରୋଧ କରି ଅନ୍ୟ ଦେଶଠାରୁ ପଇସା ଖାଇ ଦେଶଦ୍ରୋହୀ ଭଳି କାମ କରୁଛି । ଏନଜିଓ ନାମରେ ଟଙ୍କା ହଡପ କରୁଛି । ଅଷ୍ଟ୍ରେଲିଆ ଦେଶର କମ୍ପାନୀକୁ ଫାଇଦା ଦେବା ପାଇଁ ଆମ ନିରୀହ ଆଦିବାସୀଙ୍କୁ ବ୍ୟବହାର କରୁଛି । ଆମେରିକା ଯାଇ ୬ କୋଟି ଟଙ୍କା ବେପାର କରି ଓଡ଼ିଶାର ଖଣି ଖାଦାନକୁ ନିରୀହ ଆଦିବାସୀଙ୍କୁ ଆଗକୁ ଠେଲି ଦେଉଛି। ଏଭଳି କାମ କରି ମଝିରେ ଦୁଇ କୋଟି ଟଙ୍କା ଅଷ୍ଟ୍ରେଲିଆ କମ୍ପାନୀକୁ ଫାଇଦା ପହଞ୍ଚାଇବା ପାଇଁ ନେଇଛନ୍ତି । କାରଣ ଭାରତରେ ଖଣି ବନ୍ଦ ହେଲେ ବାହାର ଦେଶରୁ ଖଣି ଉତ୍ତୋଳନ ପାଇଁ ବାଧ୍ୟ ହେବେ ଭାରତର କାର୍ଯ୍ୟରତ କମ୍ପାନୀ । ନିୟମଗିରି ଖଣିକୁ ବିରୋଧ କରି ବାହାର ଦେଶରୁ କୋଟି କୋଟି ଟଙ୍କା କମେଇ କରୁଛି । ପାହାଡିଆ ନିରୀହ ଆଦିବାସୀଙ୍କୁ ଭୁଆଁ ବୁଲାଉଛି । ସମାଜସେବା ନାଁରେ ବା ଖଣି ବିଷୟରେ ହେଉ ଗଣମାଧ୍ୟମକୁ ନିଜର ମନ୍ତବ୍ୟ ଦେଇ ଆମର କିଛି ନିରୀହ ଆଦିବାସୀଙ୍କୁ ଭୁବନେଶ୍ୱର ନେଇ ପ୍ରଲୋଭିତ କରି ତାଙ୍କୁ ଉସୁକାଇ ତାଙ୍କ ମାଧ୍ୟମରେ ପ୍ରତିବାଦ ସଭାକରି କୋଟି କୋଟି ଟଙ୍କା ଲୁଟୁଛନ୍ତି ପ୍ରଫୁଲ୍ଲ ସାମନ୍ତରା । ପୁଲିସ ବିଭାଗ ଏଭଳି ଦେଶଦ୍ରୋହୀ ଲୋକ ଯିଏକି ନିରୀହ ଗରିବ ଖଟିଖିଆ ଆଦିବାସୀଙ୍କୁ ପ୍ରଲୋଭନ ଦେଖାଇବା ସହ ତାଙ୍କୁ ଉସୁକାଇବା ମାମଲାର ତଦନ୍ତ କରି ଏହି ଲୁଟେରା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆମ ଭଳି ନିରୀହ ଆଦିବାସୀଙ୍କୁ ନ୍ୟାୟ ଦେବା ଆମର ଦାବୀ। ଶେଷରେ ଓଡ଼ିଶା ଜାଗୃତି ଆଦିବାସୀ ମଞ୍ଚ ଓ ନିୟମଗିରି ଯୁବ କମିଟି ବୋଲି ଉଲ୍ଲେଖ ରହିଛି । ପ୍ରଫୁଲ୍ଲ ସାମନ୍ତରା ହଟାଓ ନିୟମଗିରି ବଞ୍ଚାଅ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, ଲୋକଜନଶକ୍ତି ଆନ୍ଦୋଳନର ସଦସ୍ୟ ହେଉଛନ୍ତି ପ୍ରଫୁଲ୍ଲ କୁମାର ସାମନ୍ତରା। ସେ ବିଭିନ୍ନ ସଂଗଠନରେ ସାମିଲ ହୋଇ ମୁଖ୍ୟ ଭୂମିକା ଗ୍ରହଣ କରିଥାଆନ୍ତି। ଡଙ୍ଗରିଆଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି ।

- Advertisement -

 

Hot this week

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

Related Articles

Popular Categories