www.samajalive.in
Saturday, December 6, 2025
26.1 C
Bhubaneswar

ନନ୍ଦୋତ୍ସବ: ଫଗୁ ଖେଳ ସହ କୀର୍ତ୍ତନରେ କମ୍ପିଲା ଗାଁଠୁ ସହର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆରେ ଗୁରୁବାର ଶ୍ରୀକୃଷ୍ଣଙ୍କ ନନ୍ଦୋତ୍ସବ ଧୁମଧାମରେ ପାଳିତ ହୋଇଯାଇଛି। ଗତକାଲି ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନ କରାଯାଇ ରାତି ଉଜାଗର ରହିଥିବା ବେଳେ ଆଜି ଦିନ ୧୧ଟାରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଯଥା ରୀତି ପୂଜାର୍ଚ୍ଚନା କରାଯାଇଛି। ଏହାପରେ ସୁସଜ୍ଜିତ ବିମାନରେ ବସାଇ ନଗର ପରିକ୍ରମା କରିବା ସହ ନନ୍ଦ ଉତ୍ସବ ପାଳନ କରାଯାଇଛି। ଫିରିଙ୍ଗିଆ ଓଡ଼ିଆ ସାହିରେ ଥିବା ବହୁ ପୁରାତନ ଭାଗବତ ପୀଠ ମନ୍ଦିରରୁ ବାହାରି କାଳୀ ମନ୍ଦିର, ଶିବ ମନ୍ଦିର, ପିତା ବଳି ମନ୍ଦିର, ବାଣିଜ୍ୟ ଭଣ୍ଡାର, ଇନ୍ଦିରା ଗାନ୍ଧୀ ଛକ, ବ୍ଲକ ଛକ ଓ ଫିରିଙ୍ଗିଆ ଥାନା ଦେଇ ପୁଣି ଭାଗବତ ପୀଠ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରାଯାଇଛି। ଭକ୍ତ ଓ ଶ୍ରଦ୍ଧାଳୁ ଆନନ୍ଦ ଉଲ୍ଲାସରେ ଖୋଳ କୀର୍ତ୍ତନ ବାଜା ବାଦ୍ୟ ସହ ଫଗୁ ଖେଳରେ ମଜି ଧୁମଧାମରେ ନନ୍ଦ ଉତ୍ସବ ପାଳନ କରିଛନ୍ତି। ଭାଗବତ ପୀଠ ମନ୍ଦିରର ପୂଜକ ଜଗନ୍ନାଥ ପଣ୍ଡା, ସୀମାଞ୍ଚଳ ପଣ୍ଡାଙ୍କ ସହ ଅଞ୍ଚଳର ବରିଷ୍ଠ ବ୍ୟକ୍ତି ପତିତପାବନ ପ୍ରଧାନ, ପିତା ବଳି ମନ୍ଦିର ପୂଜକ ସତ୍ୟ ଭୁକ୍ତା, ଦିନ ବନ୍ଧୁ ବିଶୋଇ ଉଦ୍ଧବ ବିଶୋଇଙ୍କ ସହ ବହୁ ବରିଷ୍ଠ ବ୍ୟକ୍ତି ଏବଂ ଭକ୍ତ ଏହି ଉତ୍ସବରେ ସାମିଲ ହୋଇଥିଲେ। ଗାଁଠୁ ସହର ସମ୍ପୂର୍ଣ୍ଣ ଭାବେ ଉତ୍ସବ ମୁଖର ହୋଇପଡ଼ିଥିଲା।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories