www.samajalive.in
Sunday, December 14, 2025
14.1 C
Bhubaneswar

ଶାନ୍ତୋ, ମିରାଜ୍‌ଙ୍କ ଶତକ ; ବାଂଲାଦେଶର ସହଜ ବିଜୟ

ଲାହୋର : ଏସିଆ କପ୍‌ରେ ତା’ର ‘କର ବା ମର’ ମ୍ୟାଚ୍‌ରେ ବାଂଲାଦେଶ ସହଜ ବିଜୟ ହାସଲକରିଛି । ରବିବାର ଆଫ୍‌ଗାନିସ୍ତାନକୁ ୮୯ ରନ୍‌ରେ ବାଂଲାଦେଶ ପରାସ୍ତ କରିଛି। ମେହ୍‌ଦି ହାସନ୍ ମିରାଜ୍ ଓ ନଜ୍‌ମୁଲ ହାସନ୍ ଶାନ୍ତୋ ଶତକ ହାସଲ କରିବାରୁ ଗ୍ରୁପ୍‌ ‘ବି’ ମ୍ୟାଚ୍‌ରେ ବାଂଲାଦେଶ ୫ ୱିକେଟ୍‌ରେ ୩୩୪ ରନ୍‌ କରିଥିଲା। ଇବ୍ରାହିମ୍ ଜାଦ୍ରାନ୍ ଓ ହସ୍‌ମତୁଲ୍ଲା ସାହିଦିଙ୍କ ଅର୍ଦ୍ଧଶତକ ସତ୍ତ୍ବେ ୪୪.୩ ଓଭରରେ ୨୪୫ ରନ୍‌କରି ଆଫ୍‌ଗାନିସ୍ତାନ ଅଲ୍‌ଆଉଟ୍‌ ହୋଇଥିଲା। ଆଫ୍‌ଗାନିସ୍ତାନ ସୁପର-୪କୁ ଯିବା ପାଇଁ ଶ୍ରୀଲଙ୍କା ସହ ମ୍ୟାଚ୍‌କୁ ବଡ଼ ବ୍ୟବଧାନରେ ଜିତିବାକୁ ପଡ଼ିବ। ପ୍ରଥମ ମ୍ୟାଚ୍‌ ହାରିଥିବା ବାଂଲାଦେଶ ବିଜୟ ପରେ ସୁପର-୪ ଦୌଡ଼ରେ ରହିଛି।
୩୩୫ ରନ୍‌ ଲକ୍ଷ୍ୟରେ ଆଫ୍‌ଗାନିସ୍ତାନ ୧ ରନ୍‌ କରିଥିବା ରହମନୁଲ୍ଲା ଗୁର୍‌ବାଜଙ୍କ ୱିକେଟ ହରାଇଥିଲା। ଇବ୍ରାହିମ୍ ଜାଦ୍ରାନ୍ ଓ ରହମତ୍ ଶାହା ୭୮ ରନ୍‌ ଯୋଡ଼ିଥିଲେ। ରହମତ୍‌ ୩୩ ରନ୍‌ କରିଥିଲେ। ଜାଦ୍ରାନ୍ ଓ ଅଧିନାୟକ ହସ୍‌ମତୁଲ୍ଲା ସାହିଦି ୩ୟ ୱିକେଟ ପାଇଁ ୫୨ ରନ୍‌ ଯୋଡ଼ିଥିଲେ। ଇବ୍ରାହିମ୍ ଜାଦ୍ରାନ୍ ୭୪ ବଲ୍‌ରୁ ଗୋଟିଏ ଛକା ଓ ୧୦ଟି ଚୌକା ସହ ୭୫ ରନ୍‌ କରିଥିଲେ। ସାହିଦି ୬୦ ବଲ୍‌ରୁ ୬ଟି ଚୌକା ସହ ୫୧ ରନ୍‌ କରିଥିଲେ। ନଜିବୁଲ୍ଲା ଜାଦ୍ରାନ୍ ୧୭ ଓ ଗୁଲ୍‌ବାଦିନ୍ ନାଇବ୍ ୧୫ ରନ୍‌କରି ବିଦାୟ ନେଇଥିଲେ। ୨୨୧ ରନ୍‌ରେ ଆଫ୍‌ଗାନିସ୍ତାନ ୮ଟି ୱିକେଟ ହରାଇବା ପରେ ରସିଦ୍ ଖାଁ ୨୪ ରନ୍‌ କରିଥିଲେ। ତସ୍କିନ୍ ଅହମ୍ମଦ ୪ଟି ଓ ସରିଫୁଲ୍‌ ଇସ୍‌ଲାମ୍ ୩ଟି ୱିକେଟ ନେଇଥିଲେ।
ଟସ୍ ଜିତି ବାଂଲାଦେଶ ବ୍ୟାଟିଂ ନେଇଥିଲା। ଓପ୍‌ନିଂ ଯୋଡ଼ି ୧୦ ଓଭରରେ ୬୦ ରନ୍‌ର ଭାଗିଦାରୀ କରି ବଡ଼ ସ୍କୋର୍‌ର ମୂଳଦୁଆ ପକାଇଥିଲେ। ମହମ୍ମଦ ନଇମ୍‌ ୩୨ ବଲ୍‌ରୁ ୫ଟି ଚୌକା ସହ ୨୮ ରନ୍‌ କରିଥିଲେ। ୬୩ ରନ୍‌ରେ ୨ଟି ୱିକେଟ ପଡ଼ିବା ପରେ ମେହ୍‌ଦି ହାସନ୍ ମିରାଜ୍ ଓ ନଜ୍‌ମୁଲ ହାସନ୍ ଶାନ୍ତୋ ମାରାଥନ୍ ଭାଗିଦାରୀ କରିଥିଲେ। ଶ୍ରୀଲଙ୍କା ସହ ଗତ ମ୍ୟାଚ୍‌ରେ ଶାନ୍ତୋ ୮୯ ରନ୍‌ କରିଥିଲେ। ଦୁହେଁ ୧୯୪ ରନ୍‌ର ଭାଗିଦାରୀ କରି ଦଳକୁ ବଡ଼ ସ୍କୋର୍‌ରେ ପହଞ୍ଚାଇ ପାରିଥିଲେ। ଶତକ ପୂରଣ ପରେ ହାତରେ ଯନ୍ତ୍ରଣା ଯୋଗୁଁ ମେହ୍‌ଦି ହାସନ୍ ମିରାଜ୍ ରିଟାୟର୍ଡ ହର୍ଟ ହୋଇ ଫେରି ଯାଇଥିଲେ। ମିରାଜ୍ ୧୧୯ ବଲ୍‌ରୁ ୩ଟି ଛକା ଓ ୭ଟି ଚୌକା ସହ ୧୧୨ ରନ୍‌ କରିଥିଲେ। ନଜ୍‌ମୁଲ ହାସନ୍ ଶାନ୍ତୋ ୧୦୫ ବଲ୍‌ରୁ ୨ଟି ଛକା ଓ ୯ଟି ଚୌକା ସହ ୧୦୪ ରନ୍‌କରି ଆଉଟ୍‌ ହୋଇଥିଲେ। ଅଭିଜ୍ଞ ମୁସ୍‌ଫିକୁର ରହିମ୍ ୧୫ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୫ ରନ୍‌ କରିଥିଲେ। ଅଧିନାୟକ ସାକିବ୍ ଅଲ୍‌ ହାସନ୍ ଶେଷଆଡ଼କୁ ଆକ୍ରମଣାତ୍ମକ କରି ୧୮ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୨ ରନ୍‌କରି ଅପରାଜିତ ଥିଲେ। ମେହ୍‌ଦି ହାସନ୍ ମିରାଜ୍ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories