ଶିବଶଙ୍କର ମିଶ୍ର ଓ ଆନନ୍ଦଚନ୍ଦ୍ର ବେହେରା ଓଡ଼ିଶା ହାଇକୋର୍ଟର ବିଚାରପତି ନିଯୁକ୍ତ
ଡେସ୍କ : ଓଡ଼ିଶା ହାଇକୋର୍ଟ ପାଇଁ ଦୁଇ ବିଚାରପତି ନିଯୁକ୍ତ ହୋଇଛନ୍ତି । ଆଡଭୋକେଟ ଶିବ ଶଙ୍କର ମିଶ୍ର ଓ ବିଚାର ବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତ କରିଛନ୍ତି । କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଟ୍ବିଟ ଯୋଗେ ଏହି ସୂଚନା ଦେଇଛନ୍ତି । ଏହି ୨ ବିଚାରପତିଙ୍କ ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି ।
ଏହା ବ୍ୟତୀତ କେରଳ ହାଇକୋର୍ଟର ଅତିରିକ୍ତ ବିଚାରପତି ଜଷ୍ଟିସ ସି.ଏସ୍ ସୁଧାଙ୍କୁ କେରଳ ହାଇକୋର୍ଟର ବିଚାରପତି ଓ ବୁଡି ହାବୁଙ୍ଗ ଜୋଙ୍କୁ ଗୁଆହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତ କରିଛନ୍ତି । ରାଷ୍ଟ୍ରପତି ଭବନରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
In exercise of the power conferred by the Constitution of India, the President of India, after consultation with the Chief Justice of India, is pleased to appoint the following as Judges / Additional Judges of High Courts. I convey my best wishes to them:- pic.twitter.com/mrzNZCG3vN
— Arjun Ram Meghwal (@arjunrammeghwal) September 2, 2023
Comments are closed.