ସାକ୍ଷୀଗୋପାଳ : ଭାରତ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରଣାଳୟ ତରଫରୁ ଖୋର୍ଦ୍ଧା, ପିତାପଲିସ୍ଥିତ ନାରିକେଳ ଉନ୍ନୟନ ପରିଷଦ ସହଯୋଗରେ ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଶନିବାର ବିଶ୍ୱ ନାରିକେଳ ଦିବସ ପାଳିତ ହୋଇଯାଇଛି।
ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୃଷି ବିଜ୍ଞାନ କେନ୍ଦ୍ରର ପ୍ରକଳ୍ପ ସଂଯୋଜକ ସୂର୍ଯ୍ୟ ନାରାୟଣ ମିଶ୍ର, ସମ୍ମାନିତ ଅତିଥି ରୂପେ ମୁଖ୍ୟ କ୍ଷେତ୍ର ପରିଚାଳକ ଅମର କୁମାର ଶ୍ରୀବାସ୍ତବ, ସହକାରୀ କ୍ଷେତ୍ର ପରିଚାଳକ କ୍ଷିତିଶ ପାଣି, ନାରିକେଳ ଉନ୍ନୟନ ପରିଷଦର ସଭ୍ୟ ରାମଚନ୍ଦ୍ର ରଥ, ଗୃହ ବିଜ୍ଞାନୀ ଡକ୍ଟର ସୁମିତା ଆଚାର୍ଯ୍ୟ, ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ପ୍ରଫେସର ଡକ୍ଟର ଅଜିତ କୁମାର ସାହୁ, କୃଷି ବିଜ୍ଞାନୀ ସାର୍ଥକ ପଟ୍ଟନାୟକ, ବିଷ୍ଣୁପଦ ଗିରି ଓ ଦୀପିଶିଖା ପରମଜିତା ପ୍ରମୁଖ ଯୋଗ ଦେଇଥିଲେ।
ଅତିଥି ମାନେ ଉପସ୍ଥିତ ନଡ଼ିଆ ଚାଷୀ ମାନଙ୍କୁ ବର୍ତ୍ତମାନ ଓ ଭବିଷ୍ୟତ ପିଢୀ ନିମନ୍ତେ ନଡ଼ିଆ କ୍ଷେତ୍ରର ନିରନ୍ତରକରଣ, ରକ୍ଷଣା ବେକ୍ଷଣ, ରୋଗ ଓ ପୋକ ନିୟନ୍ତ୍ରଣ ଓ ପରିଚାଳନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।
ନିଖିଳ ଭାରତ ନଡ଼ିଆ ଉତ୍ପାଦକ ମହାସଂଘର ଓଡିଶା ରାଜ୍ୟ ସଭାପତି ହୃଷିକେଶ ମିଶ୍ର , ବିଶ୍ୱଜିତ ଶତପଥୀ, ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ଭରତ ପ୍ରଧାନ ଓ ଅଜୟ ପ୍ରଧାନଙ୍କ ସମେତ ୨୦୦ରୁ ଉର୍ଦ୍ଧ୍ୱ ନଡ଼ିଆ ଚାଷୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ନାରିକେଳ ଉନ୍ନୟନ ସମିତିର ସଭ୍ୟ ରାମଚନ୍ଦ୍ର ରଥ ପ୍ରାରମ୍ଭିକ ସୂଚନା, ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ।



