www.samajalive.in
Sunday, December 7, 2025
16.1 C
Bhubaneswar

ପାରିବାରିକ ବିବାଦ : ସାନ ଭାଇକୁ ହାଣିଲା ମଝିଆ ଭାଇ

ଗଞ୍ଜାମ : ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଢେଇବର ଗାଁରେ ପାରିବାରିକ ବିବାଦରୁ ମଝିଆ ଭାଇର ଆକ୍ରମଣରେ ସାନ ଭାଇର ଜୀବନ ଯାଇଛି। ମୃତକ ହେଲେ କାଳୁ ନାହାକ। ସୂଚନା ଅନୁସାରେ, ଜମିବାଡ଼ି ବିବାଦ ନେଇ ୨ ଭାଇଙ୍କ ମଧ୍ୟରେ ୧୦ ବର୍ଷ ହେଲା ଗଣ୍ଡଗୋଳ ହୋଇଆସୁଥିଲା। ଏ ନେଇ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଅଦାଲତରେ ବି ମାମଲା ପହଞ୍ଚିଛି। ଗତ ରାତିରେ କାଳୁ ନାହାକ ଘରେ ଥିବା ସମୟରେ ତାଙ୍କ ମଝିଆ ଭାଇ ପୁନିଆ ନାହାକ, ତାଙ୍କ ପୁଅ ଓ କିଛି ସମର୍ଥକଙ୍କ ସହ ସେଠାରେ ପହଞ୍ଚିଥିଲେ। କାଳୁ ରାସ୍ତା ଉପରକୁ ଆସିବାରୁ ସେମାନେ ଗୋଡ଼ାଇ ଗୋଡ଼ାଇ ତାଙ୍କୁ କାତିରେ ହାଣିଥିଲେ। ଘଟଣାସ୍ଥଳରେ ହିଁ କାଳୁଙ୍କର ଜୀବନ ଚାଲିଯାଇଥିଲା। ଖବର ପାଇ କବିସୂର୍ଯ୍ୟନଗର ପୁଲିସ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁନିଆ ନାହାକକୁ ପୁଲିସ୍‌ ଅଟକ ରଖି ଅଧିକ ପଚରାଉଚୁରା କରୁଥିବା ଜଣାପଡ଼ିଛି।

Hot this week

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବଟ୍ଟ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

Related Articles

Popular Categories