www.samajalive.in
Saturday, December 6, 2025
26.1 C
Bhubaneswar

ସୁନା ବେପାରୀଙ୍କୁ ଗୁଳି କରି ଲୁଟ୍‌‌

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ନେହୁରୁ ଛକ ଠାରେ ଲୁଟେରାଙ୍କ ଉତ୍ପାତ ଦେଖିବାକୁ ମିଳିଛି । ଆଜି ସକାଳ ୧୦ଟା ସମୟରେ ୩ ଦୁର୍ବୁତ୍ତ ଗୋଟିଏ ମୋଟର ସାଇକେଲରେ ଆସି ଜଣେ ସୁନା ବ୍ୟବସାୟୀଙ୍କୁ ଦୋକାନ ଖୋଲିବା ସମୟରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଧାରୁଆ ଅସ୍ତ୍ରରେ ହାତକୁ ଆଘାତ କରିବା ସହ ଗୁଳି ଚାଳନା କରି ଲୁଟ୍‌‌ କରିଛନ୍ତି।  ସୁନା ବେପାରୀଙ୍କ ନାମ ସୁବାସ ଆଚାରୀ । ତାଙ୍କ ଘର ବାଲିଗୁଡ଼ା ନୁଆସାହି । ବ୍ୟବସାୟୀ ଜଣଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଛି । ତାଙ୍କର ହାତ ପାପୁଲିରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ପିଠିରେ ଗୁଳି ବାଜିବା ଚିହ୍ନ ରହିଛି । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ବାଲିଗୁଡ଼ା ପୁଲିସ ପହଞ୍ଚି ତଦନ୍ତ କରିବା ସହ ଦୁର୍ବୁତ୍ତକୁ ଧରିବା ପାଇଁ ପିଛା କରିଛନ୍ତି ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories