ଡେସ୍କ: ଆଜି ହେଉଛି ଦ୍ୱାଦଶ ଜାତୀୟ କ୍ରୀଡା ଦିବସ। କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନ ଚାନ୍ଦଙ୍କ ଜନ୍ମ ବାର୍ଷିକୀକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୨୯ରେ ଏହି ଦିନ ପାଳନ କରାଯାଏ। ଏହି ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ଆଜି ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଭାରତୀୟ କ୍ରୀଡା ଉପରେ ପ୍ରମୁଖ ପଦକ୍ଷେପ ଗୁଡିକ ସମ୍ପର୍କଏ ଘୋଷଣା କରିବେ। ୨୦୧୨ ମସିହାରେ ଏହି ଦିବସକୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରାଯାଇଥିଲା।
Popular Categories



