www.samajalive.in
Saturday, December 6, 2025
26.1 C
Bhubaneswar

ଶହେ ବର୍ଷରେ ଓଡ଼ିଶାର ପ୍ରଥମ ଫଟୋ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣି

ବାଙ୍ଗିରିପୋଷି : ଓଡ଼ିଶାର ସେ ପ୍ରଥମ ପ୍ରେସ୍ ଫଟୋଗ୍ରାଫର। ବୟସ ତାଙ୍କୁ ୧୦୦ ଛୁଇଁଲାଣି, ଆଉ ଆଜି ତାଙ୍କ ଜନ୍ମଦିନ। ପୂର୍ଣ୍ଣଚନ୍ଦ୍ର ବିନ୍ଧାଣିଙ୍କୁ ଦେଖିଲେ କେହି ବିଶ୍ୱାସ କରିବେନି ଯେ ସେ ଜଣେ ଶତାୟୁ। ଆଜିବି ସେ ସୁସ୍ଥ, ସବଳ ଏବଂ ନିରୋଗ। ପୂର୍ଣ୍ଣଚନ୍ଦ୍ର ଜଣେ ଫଟୋଗ୍ରାଫର ଭାବେ ଖ୍ୟାତି ଲାଭ କରିଥିଲେ ମଧ୍ୟ ସେ ଏକାଧାରରେ ଜଣେ ସତ୍ୟ ନିଷ୍ଠା ସାମ୍ବାଦିକ, ସୁସାହିତ୍ୟିକ, ଅଭିନେତା, ରଥ ମିସ୍ତ୍ରୀ ଓ ବାସ୍ତୁବିତ୍।

ମୟୂରଭଞ୍ଜର ପ୍ରଜାବତ୍ସଳ ମହାରାଜା ଯଦୁନାଥ ଭଞ୍ଜ ବାବୁଙ୍କ ସମୟରେ ପୁରୀରୁ ବାରିପଦାକୁ ଆସନ୍ତି ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର। ୧୯୨୪ ମସିହାରେ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣି ଜନ୍ମ ଗ୍ରହଣ କରନ୍ତି ବାରିପଦା ସହରରେ। ଚାଟଶାଳୀରୁ ଆରମ୍ଭ କରି ଗୁରୁ ଟ୍ରେନିଂ ଓ ହାଇସ୍କୁଲର ପାଠ ସେ ବାରିପଦାରେ ପଢ଼ିଛନ୍ତି। ସ୍କୁଲ ବେଳୁ ସେ ଏକ ଭିନ୍ନ ପ୍ରତିଭା ସହ ଫଟୋଗ୍ରାଫି ପ୍ରତି ଆକୃଷ୍ଟ ହୋଇଥିଲେ। ମୟୂରଭଞ୍ଜର ତତ୍କାଳୀନ ପ୍ରଜାବତ୍ସଳ ମହାରାଜାଙ୍କ ପରିବାର ଫଟୋଗ୍ରାଫି ପାଇଁ ଅନେକ ସଉକ ରଖିଥିଲେ। ବିଲାତକୁ ପଠାଇ ସେ ଫଟୋଗ୍ରାଫିର କାମ ଶିଖାଉଥିଲେ। ପୂର୍ଣ୍ଣଚନ୍ଦ୍ର ଛୋଟବେଳୁ ଷ୍ଟୁଡିଓରେ କାମ ଶିଖିବାର ସୁଯୋଗ ପାଇଥିବା ବେଳେ ଦିନେ ରାଜା ସାହେବ ପ୍ରତାପ ଚନ୍ଦ୍ର ଭଞ୍ଜଙ୍କ ଦୃଷ୍ଟିରେ ପଡ଼ିଥିଲେ, ଆଉ ରାଜା ସାହେବ ପୂର୍ଣ୍ଣଚନ୍ଦ୍ରଙ୍କୁ ଫଟୋଗ୍ରାଫି କାର୍ଯ୍ୟରେ ନିୟୋଜିତ କରିଥିଲେ। ସେହି ଦିନଠାରୁ ପୂର୍ଣ୍ଣଚନ୍ଦ୍ର ଜଣେ ଫଟୋଗ୍ରାଫର ଭାବେ ବେଶ୍ ପରିଚିତ ହୋଇଥିଲେ। ସେତେବେଳର ଡାର୍କ ରୁମରେ କିଭଳି ଫ୍ଲିମକୁ ଡେଭଲପ କରିବା ଆଉ କେଉଁ କେମିକାଲକୁ ବ୍ୟବହାର କରି କିଭଳି ସୁନ୍ଦର ଫଟୋଗ୍ରାଫି କରିବାରେ ସେ ଥିଲେ ବେଶ୍ ପାରଙ୍ଗମ। ଆଉ ସେଥିପାଇଁ ସେ ରାଜ ପରିବାରଠୁ ଆରମ୍ଭ କରି ବ୍ରିଟିଶ ଅଫିସର ଓ ଧନୀ ଶ୍ରେଣୀରେ ବ୍ୟକ୍ତିଙ୍କ ଦ୍ବାରା ଓ ସାମାଜିକ କାର୍ଯ୍ୟକ୍ରମରେ ଆଦୃତ ହୋଇପାରିଥିଲେ। ପୂର୍ଣ୍ଣଚନ୍ଦ୍ର ବିନ୍ଧାଣି ଖାଲି ଯେ ମୟୂରଭଞ୍ଜ ରାଜ୍ୟ ତାହାନୁହେଁ, ସାରା ଭାରତ ସହ ନେପାଳ ଭଳି ଦେଶରୁ ତାଙ୍କୁ ଆସୁଥିଲା ନିମନ୍ତ୍ରଣ। ନେପାଳର ରାଜା ପୂର୍ଣ୍ଣଚନ୍ଦ୍ର ବିନ୍ଧାଣିଙ୍କ ଫଟୋଗ୍ରାଫିରେ ପ୍ରସନ୍ନ ହୋଇ ଏକ ଜର୍ମାନମେଡ କ୍ୟାମେରା ଉପହାର ଦେଇଥିବାର ମଧ୍ୟ ରେକର୍ଡ ରହିଛି। ପୂର୍ଣ୍ଣଚନ୍ଦ୍ର ବିନ୍ଧାଣି ସେ ସମୟରେ ଏକ ମାତ୍ର ପୁଲିସ ଫଟୋଗ୍ରାଫର ହେବାର ଯୋଗ୍ୟତା ଓ ଗୌରବ ହାସଲ କରିଥିଲେ। ଯାହା ପୁଲିସ ୱାଣ୍ଟସ ୟୋର ହେଲ୍ପ ପୁସ୍ତକରେ ଲିଖିତ ରହିଛି।

- Advertisement -

ଫଟୋଗ୍ରାଫି ସହିତ ସେ ସାମ୍ବାଦିକତା ଓ ପ୍ରେସ ଫଟୋଗ୍ରାଫର ଭାବେ ସାରା ଓଡ଼ିଶାରେ ବେଶ୍ ଚହଳ ସୃଷ୍ଟି କରିଥିଲେ। ‘ସମାଜ’ ଖବରକାଗଜକୁ ଫଟୋ ପଠାଇବା ସହ ପରେ ପରେ ସେ ଫୋଟୋଗ୍ରାଫି ସହିତ ସାମ୍ବାଦିକତା କରିଥିଲେ। ସେ ଧରିତ୍ରୀ ଓ ମାତୃଭୂମି ସମ୍ବାଦ ପତ୍ରରେ ପ୍ରତିନିଧି ନିଯୁକ୍ତି ହୋଇ ସତ୍ୟ ଓ ନିରପେକ୍ଷ ସମ୍ବାଦ ପାଇଁ ସୁନାମ ଅର୍ଜନ କରିଛନ୍ତି। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଏକ ଫୋଟୋ ଚିତ୍ର ଉତ୍ତୋଳନ କରି ପ୍ରଶଂସାର ପାତ୍ର ହୋଇଥିଲେ ପୂର୍ଣ୍ଣଚନ୍ଦ୍ର ଏବଂ ଫଟୋଟି ପରବର୍ତ୍ତୀ ମୁହୂର୍ତ୍ତରେ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଲିଖିତ ଏକ ପୁସ୍ତକର କଭର ପେଜ୍‌ରେ ସ୍ଥାନ ପାଇଥିଲା। ପୂର୍ଣ୍ଣଚନ୍ଦ୍ର ବିନ୍ଧାଣି ଓଡ଼ିଆ ଲିପିର ସଂସ୍କାର ପାଇଁ ଅନେକ ପ୍ରସ୍ତାବ ଦେଇଥିବା ବେଳେ ତାଙ୍କ ଲିପି ସଂସ୍କାର ପ୍ରସ୍ତାବ ଓଡ଼ିଶା ସାହିତ୍ୟ ଏକାଡେମୀର ମୁଖପତ୍ର କୋଣାର୍କର ସପ୍ତମ ସଂଖ୍ୟାରେ ପ୍ରକାଶିତ ହୋଇ ଭାଷାବିତଙ୍କ ଦ୍ବାରା ପ୍ରଶଂସିତ ହୋଇଥିଲା।

ପୂର୍ଣ୍ଣଚନ୍ଦ୍ର ବିନ୍ଧାଣି ଅଭିମାନ, ଫୁଲଚନ୍ଦନ ପରି ଚଳଚିତ୍ରରେ ଅଭିନୟ କରି ବେଶ୍ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି। ଏଥିସହ ଛଉ କଳାକାର ଭାବେ ବେଶ ପରିଚିତ ଥିଲେ ପୂର୍ଣ୍ଣଚନ୍ଦ୍ର। ଦୀର୍ଘ ୧୦୦ ବର୍ଷରେ ବି ସେ ଖୁବ୍‌ ଚଳ ଚଞ୍ଚଳ। କଥାରେ ଯୁବକ ସୁଲଭ ହସ, ଥଟ୍ଟା ଓ ପରିହାସ ଦୀର୍ଘ ନିରାମୟ ଜୀବନର ରହସ୍ୟ ବୋଲି ସେ କହିଛନ୍ତି। ଆଜିଯାଏ ସେ ନିରୋଗ ଥିବା ବେଳେ ଆଶ୍ଚର୍ଯ୍ୟର ବିଷୟ ସେ କେବେ ହେଲେ କୌଣସି ଔଷଧ ଖାଇ ନାହାନ୍ତି ବୋଲି କୁହନ୍ତି ପୂର୍ଣ୍ଣଚନ୍ଦ୍ର।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories