www.samajalive.in
Wednesday, December 10, 2025
26.1 C
Bhubaneswar

ନଷ୍ଟ କରାଗଲା ଜବତ ୩୫୪୬ କେଜି ଗଞ୍ଜେଇ

ବୌଦ୍ଧ: ବୌଦ୍ଧ ଜିଲାର ବିଭିନ୍ନ ସ୍ଥାନରୁ ଜବତ ହୋଇଥିବା ୩୫୪୬ କେଜି ୬୫୦ ଗ୍ରାମ ଗଞ୍ଜେଇକୁ ଖୋର୍ଦ୍ଧା ଠାରେ ପୋଡି ନଷ୍ଟ କରାଯାଇଥିବା ନେଇ ଏସ୍‌ପି ସୂଚନା ଦେଇଛନ୍ତି। ଜିଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ପ୍ରକାରେ ଜିଲାର ୯ଟି କେଶରେ ୩୫୪୬ କେଜି ୬୫୦ ଗ୍ରାମ ଜବତ କରାଯାଇଥିଲା। ଜବତ ହୋଇଥିବା ସମସ୍ତ ଗଞ୍ଜେଇକୁ ଜିଲା ନିଶାଦ୍ରବ୍ୟ ଡିସ୍‌ପୋଜାଲ କମିଟି ସଦସ୍ୟଙ୍କ ଉପସ୍ଥିତିରେ ପୋଡି ନଷ୍ଟ କରାଯାଇଛି। ବୌଦ୍ଧ ଠାରୁ ଏକ ସ୍ୱତନ୍ତ୍ର ଗାଡିରେ ସମସ୍ତ ଗଞ୍ଜେଇକୁ ଖୋର୍ଦ୍ଧା ସ୍ଥିତ ନିଶାଦ୍ରବ୍ୟ ପୋଡିବା କେନ୍ଦ୍ରକୁ ନିଆଯାଇଥିଲା। ଜିଲା ନିଶାଦ୍ରବ୍ୟ ଡିସ୍‌ପୋଜାଲ କମିଟି ସଦସ୍ୟ ଡିଏସ୍‌ପି ସଂଯୁକ୍ତା ବାରଲାଙ୍କ ନେତୃତ୍ୱରେ ସହକାରି ଜିଲାପାଳ ସତ୍ୟଜିତ ମହାପାତ୍ର, ଅବକାରି ସୁପରିଟେଣ୍ଡେଣ୍ଟ କ୍ରିଷ୍ନା ନାୟକଙ୍କ ସମେତ ଅନ୍ୟମାନେ ସାମିଲ ହୋଇଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories