ଆଇଏଏସ ସ୍ତରରେ ଅଦଳ ବଦଳ, ଜ୍ୟୋତିପ୍ରକାଶ ଦାସଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଦାୟିତ୍ବ

ଭୁବନେଶ୍ବର: ଭାରତୀୟ ପ୍ରଶାସନିକ ସେବା(ଆଇଏଏସ) ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ବରିଷ୍ଠ ପ୍ରଶାସକ ଜ୍ୟୋତିପ୍ରକାଶ ଦାସଙ୍କୁ କଟକ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସଇ) ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଆଇଜିଆର୍‌ (ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ) ଜ୍ୟୋତିପ୍ରକାଶ ଦାସଙ୍କୁ ବୋର୍ଡ ସଭାପତି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ବୋର୍ଡ ସଭାପତି ରାମାଶିଷ ହାଜରାଙ୍କୁ ପ୍ରାଣୀସମ୍ପଦ ନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ବିଜ୍ଞାନ ଓ ବୈଷୟିକ ଯୁଗ୍ମ ସଚିବ ଭାବେ ୟେଦୁଲା ବିଜୟ ଅବସ୍ଥାପିତ କରାଯାଇଥିବା ସୂଚନା ମିଳିଛି।

prayash

ଅନ୍ୟପକ୍ଷରେ ବୋର୍ଡ ସଭାପତି ଥିବା ରାମାଶିଷ ହାଜରାଙ୍କୁ ପ୍ରାଣୀ ସଂପଦ ନିର୍ଦେଶକ ଭାବେ ବଦଳି କରାଯାଇଛି। ସେହିପରି ପ୍ରାଣୀ ସଂପଦ ବିଭାଗରେ ନିର୍ଦେଶକ ଥିବା ଆଇଏଏସ୍ ଅଫିସର ଡକ୍ଟର ୟେଦୁଲା ବିଜୟଙ୍କୁ ବିଜ୍ଞାନ ଓ ବୈଷୟିକ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି।

Comments are closed.