www.samajalive.in
Monday, December 8, 2025
13.1 C
Bhubaneswar

ବାଂଶଡା ପଞ୍ଚାୟତରେ ରକ୍ତଦାନ ଶିବିର; ୬୪ୟୁନିଟ ରକ୍ତ ସଂଗ୍ରହ

ଧାମରା: ଧାମରା ନିକଟସ୍ଥ ବାଂଶଡା ପଂଚାୟତରେ ଗୁରୁବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଚାନ୍ଦବାଲି ବ୍ଲକ କଂଗ୍ରେସ ନେତା ଦିଗମ୍ବର ଦାସ ପ୍ରଦ୍ୱୀପ ପ୍ରଜ୍ଜ୍ବଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ପଂଚାୟତ ସମିତି ସଭ୍ୟ ପ୍ରଫୁଲ ନାୟକ, ସରପଞ୍ଚଙ୍କ ପ୍ରତିନିଧି ଦୀପକ ଦାସ, ଯୁବନେତା ରାଜେଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ଏହି ରକ୍ତଦାନ ଶିବିରକୁ ଭଦ୍ରକ ବ୍ଲଡ ବ୍ୟାଙ୍କର ଡା.ଜି ସି ସାହୁ, ରତିକାନ୍ତ ବଳ, ରବୀନ୍ଦ୍ର କୁମାର ଜେନା, ତାରିଣୀ ସେନ, ସେକ ବୁଦ୍ଧିଆ ପ୍ରମୁଖ ରକ୍ତ ସଂଗ୍ରହ କରିଥିବା ବେଳେ ରକ୍ତଦାତାମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ପରୀକ୍ଷା କରିଥିଲେ। ଆଜିର ଏହି ଶିବିରରେ ୬୪ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି ରକ୍ତଦାନ ଶିବିରକୁ ବାଂଶଡା ପଂଚାୟତର ବଳରାମ ନାୟକ, ରାଜେନ୍ଦ୍ର ରାଉତ, ନିତ୍ୟାନନ୍ଦ ବାରିକ, କାଶିନାଥ ପଲାଇ, ସଂଜୟ ସାହୁ, ମୃତ୍ୟୁଞ୍ଜୟ ମହାଳିକ, ଲକ୍ଷ୍ମୀଧର ସାହୁ, ରାଜେନ୍ଦ୍ର ପଲେଇ, ପ୍ରତାପ ସାମଲ, ତାପସ ପାତ୍ର, ଆଶିଷ ମହାନ୍ତି, ଜିତେନ୍ଦ୍ର ମହାଳିକ ପ୍ରମୁଖ ସହଯୋଗ ତଥା ପରିଚାଳନା କରିଥିଲେ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories