www.samajalive.in
Sunday, December 7, 2025
26.1 C
Bhubaneswar

ଧଳା କେଶ ପାଇଁ ଚିନ୍ତିତ କି?

ପୂର୍ବରୁ କେଶ ଧଳା ହେବା ବୟସ ଜନିତ କାରଣ ଥିଲା। ମାତ୍ର ବର୍ତ୍ତମାନ ସମୟରେ କେଶ ଧଳା ହେବା ସଭିଁଙ୍କ ପାଇଁ ସମସ୍ୟା ପାଲଟିଛି। ବିଶେଷ କରି କମ୍‌‌ ବୟସରେ କେଶ ଧଳା ହେବା ଅନେକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। କମ୍‌‌ ବୟସରେ କେଶ ଧଳା ହେବାର ପ୍ରମୁଖ କାରଣ ବର୍ତ୍ତମାନର ଜୀବନଶୈଳୀ,ଖାଦ୍ୟପେୟ ଓ ପ୍ରଦୁଷଣ। ଏହାସହ କେତେକ କେମିକାଲ୍‌‌ ଯୁକ୍ତ ସାମଗ୍ରୀ ବ୍ୟବହାର କରିବା ଦ୍ୱାରା ମଧ୍ୟ କେଶ ଧଳା ହୋଇଥାଏ। ତେବେ କେଶକୁ କଳା କରିବା ପାଇଁ ଲୋକେ ଅନେକ ପ୍ରକାର ଜିନିଷ ବ୍ୟବହାର କରିଥାଆନ୍ତି। ଏକ ସହଜ ଉପାୟ ବିଷୟରେ ଜାଣନ୍ତୁ,ଯାହାର ବ୍ୟବହାର ଦ୍ୱାରା ଧଳା କେଶ କଳା ହୋଇଯିବ।
ମେହେନ୍ଦି ପ୍ରାକୃତିକ ଭାବେ କେଶକୁ ରଙ୍ଗ କରିବାର କାର୍ଯ୍ୟ କରିଥାଏ। ମାତ୍ର ଏହାକୁ ବ୍ୟବହାର କରିବାର ସଠିକ୍‌‌ ପ୍ରଣାଳୀ ଜାଣିବା ନିତାନ୍ତ ଆବଶ୍ୟକ। ପ୍ରଥମେ କିଛି ମେହେନ୍ଦି ପତ୍ରକୁ ଖରାରେ ଶୁଖାଇ ରଖି ଦିଅନ୍ତୁ। ଏହାପରେ ଏହାକୁ ନଡିଆ ତେଲରେ ପକାଇ ଉଷୁମ କରି ଦିଅନ୍ତୁ। ଏହା ଥଣ୍ଡା ହେବା ପରେ ଏହାକୁ ଏକ ପାତ୍ରରେ ରଖି ଦିଅନ୍ତୁ। ଏହାକୁ କେଶ ମୂଳରେ ଲଗାଇ ୨ ରୁ ୩ ଘଣ୍ଟା ରଖି ଦିଅନ୍ତୁ। ଏହା ପରେ କେଶ ଧୋଇ ଦିଅନ୍ତୁ।
ଅଁଳା କେଶ ଓ ତ୍ୱଚା ଉଭୟ ପାଇଁ ବେଶ ଲାଭଦାୟକ। ଏଥିରେ ଆଇରନ ଓ ଭିଟାମିନ୍‌‌ ସି ଭରପୁର ମାତ୍ରାରେ ରହିଛି। କେଶ ପାଇଁ ଏହାକୁ ବ୍ୟବହାର କରିବାକୁ ହେଲେ ଅଁଳାର ଗୁଣ୍ଡ ବ୍ୟବହାର କରି ପାରିବେ। ନଡିଆ ତେଲରେ ଅଁଳା ଗୁଣ୍ଡ ମିଶାଇ ଏହାକୁ କେଶରେ ଲଗାନ୍ତୁ। କିଛି ସମୟ ରଖିବା ପରେ ଧୋଇ ଦିଅନ୍ତୁ। ଏହା ଖୁବ୍‌‌ ଉପକାରୀ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories