www.samajalive.in
Thursday, December 11, 2025
27.1 C
Bhubaneswar

ରାଜଧାନୀରେ ଚାଞ୍ଚଲ୍ୟ: ଶଯ୍ୟାଶାୟୀ ବୃଦ୍ଧାଙ୍କୁ ତଣ୍ଟିକାଟି ହତ୍ୟା, ଅଚେତ ଅବସ୍ଥାରେ ବୋହୂ ଉଦ୍ଧାର

ଖଣ୍ଡଗିରି: ଭରତପୁର ଥାନା ଖଣ୍ଡଗିରିବାରି ବସ୍ତିରେ ମଙ୍ଗଳବାର ସଂଧ୍ୟା ପ୍ରାୟ ୭ଟା ସମୟରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ। ଗତ ସପ୍ତାହରୁ ଡାକ୍ତରଖାନାରୁ ଡିସଚାର୍ଡ ହୋଇ ଘରେ ଶଯ୍ୟାଶାୟୀ ଥିବା ଜଣେ ବୃଦ୍ଧାଙ୍କ ତଣ୍ଟିକାଟି ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଇନ୍ଦ୍ରଗଡର ମଦା ପଲେଇ(୬୦)। ସେହି କୋଠରୀରୁ ତାଙ୍କ ବୋହୂ ବୈଶାଖୀ ପଲେଇଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇଛି। ପୁଲିସ ସେହି କୋଠରୀରୁ ତଣ୍ଟି କଟାରେ ବ୍ୟବହୃତ ଛୁରି ଓ ରକ୍ତ ଭିଜା ଲୁଗାପଟାକୁ ଜବତ କରିଛି। ଛୁରିଟି ଧୁଆଧୋଇ ହୋଇଯାଇଥିବା ବେଳେ ବୈଶାଖୀଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଛି। ବୈଜ୍ଞାନିକ ଦଳ ଡାକି ପୁଲିସ ଘଟଣାର ତଦନ୍ତ ଚଳାଇଛି।

ସୂଚନା ଅନୁସାରେ, ବେଲଗୁଣ୍ଠା ଇନ୍ଦ୍ରଗଡର ମଦା ପଲେଇଙ୍କ ଭରତପୁର ଥାନା ଖଣ୍ଡଗିରିବାରିରେ ଏକ ଘର ଅଛି। ମେଦାଙ୍କ ଶରୀର ଅସୁସ୍ଥ ଥିବାରୁ ସେ ଚିକିତ୍ସା ପାଇଁ ଭୁବନେଶ୍ୱର ଆସି ଖଣ୍ଡଗିରିବାରି ବସ୍ତିରେ ରହୁଥିଲେ। ତାଙ୍କ ସହ ତାଙ୍କର ଦୁଇ ପୁଅ ରବିନ୍ଦ୍ର, ମଣ୍ଟୁ ଓ ବୋହୂ ବୈଶାଖୀ ମଧ୍ୟ ରହୁଥିଲେ। ରବିନ୍ଦ୍ର ଜଣେ ଗାଡି ଚାଳକ ଭାବେ କାମ କରୁଥିବା ବେଳେ ମଣ୍ଟୁ ଅନ୍ୟ କାମ କରନ୍ତି। ବୋହୂ ବୈଶାଖୀ ଶାଶୁଙ୍କ ଦେଖାଶୁଣା କରନ୍ତି। ଗତକାଲି ସଂଧ୍ୟା ପ୍ରାୟ ୭ଟା ବେଳେ ଖଣ୍ଡଗିରିବାରିରେ ଏକ ହତ୍ୟାକାଣ୍ଡ ହୋଇଥିବା ଖବର ପାଇ ଭରତପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେଠାରେ ଗୋଟିଏ ଖଟରେ ମଦାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ତଣ୍ଟି ସଦ୍ୟ କଟାଯାଇଥିବାରୁ ରକ୍ତର ଧାର ବହୁଥିଲା। ତଳେ ଚଟାଣରେ ବୋହୂ ବୈଶାଖୀ ଅଚେତ ଅବସ୍ଥାରେ ପଡ଼ିଥିଲେ। ଖବର ପାଇ ସାନପୁଅ ମଣ୍ଟୁ ଓ ତାଙ୍କ ମାଉସୀ ମଧ୍ୟ ଆସି ଘରେ ପହଞ୍ଚିଥିଲେ। ପୁଲିସ ତୁରନ୍ତ ବୋହୂ ବୈଶାଖୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାକୁ ପଠାଇଥିଲେ। ଖବର ପାଇ ଭୁବନେଶ୍ବର ଉପାୟୁକ୍ତ ପ୍ରତୀକ ସିଂହ ଓ ବୈଜ୍ଞାନିକ ଦଳ ସହ ପହଞ୍ଚି ଛାନଭିନ୍ ଆରମ୍ଭ କରି ମୃତଦେହ ଜବତ କରିଥିଲେ ଏବଂ ବ୍ୟବଛେଦ ପାଇଁ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାକୁ ପଠାଇଥିଲେ।

- Advertisement -

ସାନପୁଅ ମଣ୍ଟୁ ପୁଲିସକୁ ଦେଇଥିବା ବୟାନ ଅନୁସାରେ, ତାଙ୍କ ମାଆ ମଦା ଓ ଭାଉଜ ବୈଶାଖୀ ନିଜ ଗାଁ ବେଲଗୁଣ୍ଠା ଇନ୍ଦ୍ରଗଡରେ ରହୁଥିଲେ। ଗତ ଜୁଲାଇ ୧ ତାରିଖ ଦିନ ଗାଁରେ କେହି ଦୁର୍ବୃତ୍ତ ଘରେ ଚୋରି କରିବା ଉଦ୍ୟେଶରେ ପଶିଥିଲେ। ଏହି ସମୟରେ ମଦା ଉଠିଥିବାରୁ ଦୁର୍ବୃତ୍ତ ଜଣକ ତାଙ୍କ ମୁହଁ ଓ ମୁଣ୍ଡକୁ ଆକ୍ରମଣ କରିଥିଲେ। ମଦା ସଂଜ୍ଞାହୀନ ହୋଇପଡିବାରୁ ମରିଯାଇଥିବା ଭାବି ଦୁର୍ବୃତ୍ତ ଫେରାର ହୋଇ ଯାଇଥିଲେ। ତେଣୁ ଦୁଇ ପୁଅ ମାଆଙ୍କ ଚିକିତ୍ସା ପାଇଁ ପ୍ରଥମେ ବ୍ରହ୍ମପୁର ମେଡ଼ିକାଲ ନେଇଥିଲେ। ସେଠାରେ ଅବସ୍ଥା ଉଦବେଗଜନକ ହେବାରୁ ପରେ ଭୁବନେଶ୍ୱର ଏମ୍ସ ଓ ତା’ପରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରୁଥିଲେ। ଗତ ଅଗଷ୍ଟ ୮ ତାରିଖ ଦିନ ମାଆଙ୍କୁ ଡାକ୍ତରଖାନା ପକ୍ଷରୁ ଡିସଚାର୍ଜ କରାଯାଇଥିଲା। କିନ୍ତୁ ଚିକିତ୍ସା ଜାରି ରହିଥିବାରୁ ସେମାନେ ତାଙ୍କୁ ତାଙ୍କ ଖଣ୍ଡଗିରିବାରିସ୍ଥିତ ଘରେ ରଖି ଚିକିତ୍ସା କରୁଥିଲେ। ମଦାଙ୍କ ନାକରେ ପାଇପ୍‌ ଲାଗିଥିବା ବେଳେ ପରିସ୍ରା ପାଇପ୍‌ ମଧ୍ୟ ଲାଗିଥିଲା। ମଦା ଚଳପ୍ରଚଳ କରିପାରୁନଥିଲେ ଓ ଶଯ୍ୟାଶାୟୀ ଥିଲେ। ଗତକାଲି ସଂଧ୍ୟାରେ ତାଙ୍କ ଭାଉଜ ବୈଶାଖୀଙ୍କ ହେପାଜତରେ ଛାଡି ମଣ୍ଟୁ ବଜାରକୁ ଔଷଧ କିଣିବାକୁ ଯାଇଥିଲେ। ଏହା ଭିତରେ ଭାଉଜଙ୍କ ମୋବାଇଲରୁ ଏକ ମିସ୍‌ଡ କଲ୍‌ ଯାଇଥିଲା। ପରେ ଆସି ଦେଖିବା ବେଳକୁ ଘରେ ଏଭଳି ଅଘଟଣ ଘଟିଥିବା ଜାଣିବାକୁ ପାଇଥିଲେ।

ସେହିଭଳି ପଡୋଶୀମାନଙ୍କ କହିବା କଥା, ବଡ଼ପୁଅ ରବିନ୍ଦ୍ର ଗାଡି ଚଲାଇବାକୁ ଯାଇଥିଲେ। ସଂଧ୍ୟା ବେଳେ ମଣ୍ଟୁ ବଜାରକୁ ଯାଇଥିଲେ। ପ୍ରାୟ ୭ଟା ସମୟରେ ଘର ଭିତରୁ କିଛି ଶବ୍ଦ ଶୁଣାଯାଇଥିଲା। କିନ୍ତୁ ସେ ଘରକୁ କୌଣସି ଲୋକ ଏହି ସମୟ ଭିତରେ ଯିବା କି ଆସିବା କେହି ଦେଖିନାହାନ୍ତି। ତେଣୁ ଏହି ହତ୍ୟାକାଣ୍ଡ କେମିତି ହେଲା ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ଥିବା କହିଛନ୍ତି।

ବୈଶାଖୀଙ୍କ ଆଡ଼କୁ ଉଠିଲା ଅଙ୍ଗୁଳି:

ଘଟଣାର ବିଭିନ୍ନ ଦିଗକୁ ନେଇ ପୁଲିସ ତଦନ୍ତ ଚଳାଇଛି। ପାରିପାର୍ଶ୍ବିକ ପରିସ୍ଥିତି ପରୋକ୍ଷ ଭାବରେ ବୋହୂ ବୈଶାଖୀଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ମଣ୍ଟୁ ଓ ତାଙ୍କ ମାଉସୀଙ୍କ ବୟାନ ଅନୁସାରେ ଗାଁରେ ତାଙ୍କ ମାଆ ମଦାଙ୍କ ଉପରେ ଆକ୍ରମଣ ହୋଇଥିଲା। କିନ୍ତୁ ସେହି ଆକ୍ରମଣରେ ଭାଉଜ ପୁରା ସୁରକ୍ଷିତ ଥିଲେ। ସେଦିନ ରାତିରେ ଯେଉଁ ଦୁର୍ବୃତ୍ତ ଆକ୍ରମଣ କରିଥିଲା, ସେ ଏବେ ଗିରଫ ହୋଇ ଜେଲରେ। ଏଥର ଭାଉଜ ସାମାନ୍ୟ ଆହତ ହୋଇଥିବା ବେଳେ ମାଆଙ୍କ ମୃତ୍ୟୁ ଘଟିଛି।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories