www.samajalive.in
Thursday, December 11, 2025
23.1 C
Bhubaneswar

ଦିଲ୍ଲୀ ଆଇଏନ୍‌ଡିଆଇଏ ମେଣ୍ଟରେ ଫାଟ ! କଂଗ୍ରେସ ,ଆପ୍‌ ମୁହାଁ ମୁହିଁ

ନୂଆଦିଲ୍ଲୀ – ୨୦୨୪ରେ ମୋଦୀଙ୍କ ବିରୋଧରେ କଂଗ୍ରେସ ସହ ଅନେକ ବିରୋଧି ଦଳ ଏକାଠି ହୋଇଛନ୍ତି । ଆଇଏନ୍‌ଡିଆଇଏ ନାମରେ ଏମାନେ ଏକ ମେଣ୍ଟ ତିଆରି କରିଛନ୍ତି । ମାତ୍ର ଏହି ମେଣ୍ଟରେ ପ୍ରଥମରୁ ବିବାଦ ଦେଖାଦେଇଛି ।

୨୦୨୪ ସାଧାରଣ ନିର୍ବାଚନରେ ଆଇଏନ୍‌ଡିଆଇଏର କଂଗ୍ରେସ ଏବଂ ଆପ୍‌ ଦିଲ୍ଲୀରେ ୭ଟି ଆସନରେ କିଏ କେତୋଟି ଆସନରେ ପ୍ରତିଦ୍ୱନ୍ଦିତା କରିବ ସେ ନେଇ ଦ୍ୱନ୍ଦ ଦେଖାଦେଇଛି । କଂଗ୍ରେସର ଅନେକ ନେତା କହିଛନ୍ତି ଦିଲ୍ଲୀର ସମସ୍ତ ଆସନରେ ସେମାନଙ୍କ ପ୍ରାର୍ଥୀ ନିର୍ବାଚନ ଲଢିବେ । ଦିଲ୍ଲୀର କଂଗ୍ରେସ ନେତୃତ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଏଥିରେ ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ, କେସି ବେଣୁଗୋପାଲ ସାମିଲ୍‌ ଥିଲେ ।

- Advertisement -

ଏହି ବୈଠକ ପରେ କିଛି କଂଗ୍ରେସ ନେତା ଦିଲ୍ଲୀର ସମସ୍ତ ଆସନରେ ସେମାନଙ୍କ ପ୍ରାର୍ଥୀ ନିର୍ବାଚନ ଲଢିବେ ବୋଲି କହିଥିଲେ । କଂଗ୍ରେସ ମୁଖପାତ୍ର ଅଳକା ଲାମ୍ବା ଦିଲ୍ଲୀର ସମସ୍ତ ଆସନରେ ଦଳ ପ୍ରାର୍ଥୀ ଦେବ ବୋଲି କହିଛନ୍ତି । ଆପ୍‌ ସହ ମେଣ୍ଟକୁ ନେଇ କୌଣସି ଆଲୋଚନା ହୋଇ ନଥିବା କଥା ସେ କହିଛନ୍ତି ।

ଏହା ଉପରେ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ବୟାନ ଜାରି କରାଯାଇଛି । ଆମ୍‌ ଆଦମୀ ପାର୍ଟିର ମନ୍ତ୍ରୀ ଆଇଏନ୍‌ଡିଆଇଏର ସମସ୍ତ ଦଳ ଏକାଠି ବସି ଆସନ ବୁଝାମଣା କରିବେ ।ସେହି ସମୟରେ କିଏ କେତେ ଆସନରେ ଲଢିବ ତାହା ସ୍ପଷ୍ଟ ହେବ ।

କଂଗ୍ରେସର ଏହି ନିଷ୍ପତ୍ତି ପରେ ଆମ୍‌ ଆଦମୀ ପାର୍ଟି ଆଇଏନ୍‌ଡିଆଇଏର ବୈଠକରେ ସାମିଲ ହୋଇ ନପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories