www.samajalive.in
Thursday, December 11, 2025
16.1 C
Bhubaneswar

ସାମ୍ବାଦିକ ସ୍ବାସ୍ଥ୍ୟବୀମା ଆବେଦନ ଅବଧି ବୃଦ୍ଧି

ଭୁବନେଶ୍ୱର : ସାମ୍ବାଦିକ ସ୍ବାସ୍ଥ୍ୟବୀମା ଆବେଦନ ଅବଧି ବୃଦ୍ଧି ପାଇଛି। ପୂର୍ବ ତାରିଖ ଅଗଷ୍ଟ ୭ ଥିବାବେଳେ ଏହାକୁ ବୃଦ୍ଧି କରାଯାଇ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ରଖାଯାଇଛି। ଗୋପବନ୍ଧୁ କର୍ମଜୀବି ସାମ୍ବାଦିକ ସ୍ବାସ୍ଥ୍ୟବୀମା ଯୋଜନା ୨୦୨୩- ୨୪ ପାଇଁ ହିତାଧିକାରୀ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଯୋଜନାରେ ସଂଯୋଗୀକରଣ ପାଇଁ ଇଛୁକ ସାମ୍ବାଦିକ କୌଣସି ସ୍ୱୀକୃତିପ୍ରାପ୍ତ ମୁଦ୍ରିତ କିମ୍ବା ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ଆବଶ୍ୟକ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି । http://owjws.odisha.gov.in ରେ ନିଜ ନାମକୁ ପଞ୍ଜିକରଣ କରିବା ସହ ଅନଲାଇନରେ ସ୍ୱାସ୍ଥ୍ୟବୀମା ନିମନ୍ତେ ଆବେଦନ ପତ୍ର ଦାଖଲ କରିବାକୁ ପଡ଼ିବ ବୋଲି କୁହାଯାଇଥିଲା । ବର୍ତ୍ତମାନ ଧାର୍ଯ୍ୟ ତାରିଖରେ ବୃଦ୍ଧି କରାଯାଇ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ରଖାଯାଇଛି। ତେବେ, ପ୍ରଥମ କରି ଚଳିତ ବର୍ଷ ଅନଲାଇନ ପୋର୍ଟାଲ ମାଧ୍ୟମରେ ଏହି ପଞ୍ଜିକରଣ ହେଉଛି। ୫ଟି ନୀତି ଉପରେ ଗୁରୁତ୍ୱ ଦେଇ ପୋର୍ଟାଲ ପ୍ରସ୍ତୁତ ହୋଇଛି । ଏହାଦ୍ବାରା ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ କାମ କରୁଥିବା ଓଡ଼ିଆ ସାମ୍ବାଦିକ ଅନଲାଇନ କଲ୍ୟାଣ ଯୋଜନାର ସୁବିଧା ନେଇପାରିବେ।
ସୂଚନାଯୋଗ୍ୟ ଯେ, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାରର ଉନ୍ନତ ଚିକିତ୍ସା ପାଇଁ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories