www.samajalive.in
Tuesday, December 9, 2025
17.1 C
Bhubaneswar

ତୁଷୁରା ଗସ୍ତରେ ୫-ଟି ସଚିବ, କହିଲେ ନିଜ ଟଙ୍କା ପରି ସ୍ୱଚ୍ଛତା ସହ କାମ କର

ଗୁଡଭେଲା: ମୁଖ୍ୟମନ୍ତ୍ରୀ ସର୍ବଦା ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେଉଛନ୍ତି। ୫ ଲକ୍ଷ ଲେଖାଏଁ ଟଙ୍କା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ବିନା ସୁଧରେ ଋଣ ପ୍ରଦାନ କରାଯାଇଛି। ୫-ଟି ଜରିଆରେ ଯାହା ସବୁ ଟଙ୍କା ଓଡ଼ିଶାବାସୀଙ୍କ ହିତରେ ଖର୍ଚ୍ଚ କରାଯାଉଛି ସେସବୁ ଆପଣଙ୍କ ଟଙ୍କା ତେଣୁ ନିଜର ଘର ଟଙ୍କା ଭାବି ସ୍ୱଛତାର ସହ କାର୍ଯ୍ୟ କଲେ ନିଶ୍ଚିତ ଓଡ଼ିଶା ବିକାଶ କ୍ଷେତ୍ରରେ ଆହୁରି ଆଗେଇବି ବୋଲି ତୁଷୁରା ଗସ୍ତରେ ଆସି ୫-ଟି ସଚିବ ଭିକେ ପାଣ୍ଡିଆନ କହିଛନ୍ତି।

ପ୍ରଥମେ ସେ ତୁଷୁରା ସମଲେଶ୍ବରୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା ପରେ ମନ୍ଦିର ପରିଦର୍ଶନ କରିଥିଲେ। ଏହାପରେ ମନ୍ଦିର ପଡିଆରେ ଅନୁଷ୍ଠିତ ସାଧାରଣ ସଭାରେ ଉପସ୍ଥିତ ରହି ସାଧାରଣ ଜନତାଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ ମନ୍ଦିରକୁ ରୂପାନ୍ତରିତ ଯୋଜନାରେ ସାମିଲ କରିବା ସହ ତୁଷୁରା ସହରର ୧୦୧ ବର୍ଷର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପ୍ରତିଶ୍ରୁତି ଦେଇଥିଲେ। ଦାବି ଗୁଡିକ ମଧ୍ୟରୁ ମନ୍ଦିର, ମଠ, ଚର୍ଚ୍ଚ, ମସଜିଦକୁ ପ୍ରାଥମିକତା ଦେଇ ଆଗାମୀ ୧୩ ତାରିଖ ଅର୍ଥାତ ସାତ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଖୁସି ଖବର ପାଇବେ ବୋଲି କହିଥିଲେ। ସଚିବଙ୍କ ଗସ୍ତର କିଛି ଘଣ୍ଟା ପୂର୍ବରୁ ବିରୋଧ ଭୟରେ କଂଗ୍ରେସ ଦଳର ଯୁବ ନେତା ଶ୍ରୀକାନ୍ତ ବାଗ, କ୍ଷମାନିଧି ବୁଡେକ, ଶୋଭାଗ୍ୟ ରଣାଙ୍କୁ ତୁଷୁରା ଥାନାରେ ଅଟକ ରଖି ପରେ ପୁଲିସ ଛାଡି ଦେଇଥିବା ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories