ସାକ୍ଷୀଗୋପାଳ: ଅମୃତ ଭାରତ ଷ୍ଟେସନ ଯୋଜନାରେ ସାକ୍ଷୀଗୋପାଳ ରେଳ ଷ୍ଟେସନର ପୁନର୍ବିକାଶ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭିଡିଓ କନଫରେନସିଙ୍ଗ ଜରିଆରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ କୁମାର ପଟ୍ଟନାୟକ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଭ୍ୟ ତଥା ବିଜେପି ନେତା ଓମ ପ୍ରକାଶ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟା ବିଷ୍ନୁପ୍ରିୟା ବରାଳ, ଜୟପୁର ପଞ୍ଚାୟତ ସମିତି ସଭ୍ୟ ଦୀପକ କୁମାର ଶତପଥୀ, ପେଣ୍ଠପଡା ପଞ୍ଚାୟତ ସରପଞ୍ଚ ଚିନ୍ମୟ କୁମାର ରାଉତ ଓ ପୂର୍ବତଟ ରେଳପଥ ମୁଖ୍ୟ ଯନ୍ତ୍ରୀ ଅଶୋକ କୁମାର ପାଣ୍ଡେ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ। ପୂର୍ବତଟ ରେଳ ପଥ ବାଣିଜ୍ୟିକ ନିରୀକ୍ଷକ ବିଚିତ୍ରାନନ୍ଦ ପରିଡା ଅତିଥି ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
Popular Categories



