କଲ୍ୟାଣସିଂହପୁର: ଆଜି ନିୟମଗିରି ଡଙ୍ଗରିଆ ଅଧିବାସୀମାନେ ଥାନା ଘେରାଉ ଉଦ୍ୟମ କରିଛନ୍ତି। ମାଓ ସୂଚନାଦାତା ସନ୍ଦେହରେ ଗତକାଲି ପୁଲିସ ଦୁଇ ଜଣକୁ ଉଠାଇ ନେଇଥିବାକୁ ବିରୋଧ କରି ଆଜି ବିରୋଧ ପ୍ରଦର୍ଶନ କରିଛନ୍ତି। ଆଜି ସକାଳୁ ନିୟମଗିରି ଅଞ୍ଚଳର ୧୨୧ ଖଣ୍ଡ ଗାଁର ଡଙ୍ଗରିଆ ଏକତ୍ରିତ ହୋଇ ନିୟମଗିରି ସୁରକ୍ଷା ସମିତି ସଭାପତି ଶିକକା ଲଦଙ୍କ ନେତୃତ୍ୱରେ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ନେଇ ଥାନା ଘେରାଉ ଉଦ୍ୟମ କରିଥିଲେ। ତୁରନ୍ତ ସେହି ଦୁଇ ଜଣକୁ ଛାଡିବା ପାଇଁ ସେମାନେ ଦାବି କରିଛନ୍ତି। ସେମାନଙ୍କୁ ନ ଛାଡିବା ଯାଏଁ ସେମାନେ ଥାନାରୁ ଯିବେ ନାହିଁ ବୋଲି କହିଛନ୍ତି।
ଗତକାଲି ପିରିଙ୍ଗିଆ ଥାନା ପୋଡି ଘଟଣା ପରେ ପୁଲିସ ଆଜିର ଘଟଣାରେ ସତର୍କତା ଅବଲମ୍ବନ କରିଛି। ଘଟଣାସ୍ଥଳରେ ଜଣେ ସହକାରୀ ପୁଲିସ ଅଧିକ୍ଷକ, ୬ ଜଣ ଆଇଆଇସି, ଏସଓଜି, ଓଡିଶା ପୁଲିସ ଓ ସିଆରପିଏଫ ଯବାନଙ୍କ ସହ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।



