www.samajalive.in
Sunday, December 7, 2025
15.1 C
Bhubaneswar

ଲୁହା ସ୍କ୍ରାପ ବୋଝେଇ ଗାଡ଼ି ଜବତ, ୩ ଗିରଫ

ଝୁମ୍ପୁରା: ଝୁମ୍ପୁରା ବ୍ଲକ ବାରିଆ ଥାନା ପୁଲିସ ଶୁକ୍ରବାର ବେଆଇନ ଭାବରେ ଲୁହା ସ୍କ୍ରାପ ନେଇ ଯାଇଥିବା ଏକ ଗାଡ଼ିକୁ ଜବତ କରିଛି। ଏଥିସହ ଗାଡ଼ିର ଚାଳକ, ହେଲପର ଏବଂ ଗାଡ଼ିକୁ ସୁରକ୍ଷା ଦେଇ ନେଉଥିବା ମଧ୍ୟସ୍ଥିକୁ ପୁଲିସ ଗିରଫ କରିଥିବା ବାରିଆ ଥାନା ଅଧିକାରୀ ଲକ୍ଷ୍ମୀଧର ପ୍ରଧାନ ସୂଚନା ଦେଇଛନ୍ତି।

ବାରିଆ ଥାନା କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଚମ୍ପୁଆ ପଟୁ ତୁରୁମୁଙ୍ଗା ଅଭିମୁଖେ ଏକ ଟ୍ରକରେ ବେଆଇନ ଭାବରେ ଲୁହା ସ୍କ୍ରାପ ଭର୍ତ୍ତି ଏକ ଟ୍ରକ୍ ଯାଉଥିବା ସମ୍ପର୍କରେ ବାରିଆ ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ପାଇ ଏସଆଇ ଜନ ପଟ୍ଟନାୟକ ଏବଂ ଏଏସ୍‌‌ଆଇ ବ୍ୟାସଦେବ ମିର୍ଦ୍ଧାକୁ ପଠାଇଥିଲେ। ବାରିଆ ଥାନା ଅଧିକାରୀଙ୍କ ନିର୍ଦେଶ ପାଇ ଜନ ପଟ୍ଟନାୟକ ଏବଂ ବ୍ୟାସଦେବ ମିର୍ଦ୍ଧା କାଞ୍ଜିଆ ଶୂଳାଠାରୁ ଉକ୍ତ ଗାଡ଼ିକୁ ପିଛା କରି ସିଲିପୁଞ୍ଜିଠାରେ ଅଟକାଇ ଗାଡ଼ିର କାଗଜ ପତ୍ର ଯାଞ୍ଚ କରିଥିଲେ। ଗାଡ଼ି ଚାଳକ ସ୍କ୍ରାପ ନେବାର କୌଣସି କାଗଜ ପତ୍ର ଦେଖାଇ ନପାରିବାରୁ ସ୍କ୍ରାପ ବୋଝେଇ ଗାଡ଼ିକୁ ଥାନାକୁ ଆଣିଥିଲେ ଏବଂ ଗାଡ଼ିକୁ ଏହି ରାସ୍ତାରେ ପାର କରୁଥିବା ମଧ୍ୟସ୍ଥିଙ୍କ ବାଇକୁ ଜବତ କରିଥିଲେ। ଏହି ଟ୍ରକରେ ୨୦ ଟନରୁ ଊର୍ଦ୍ଧ୍ବ ଲୁହା ସ୍କ୍ରାପ ଲୋଡ୍ ହୋଇଥିବା ଜଣାଯାଇଛି। ସ୍କ୍ରାପ ବୋଝେଇ ଟ୍ରକ ସହିତ ବାଇକ ଥାନାରେ ଅଟକ ରହିଛି। ଗାଡ଼ି ଚାଳକ ଏବଂ ହେଲପରଙ୍କ ଘର ପଞ୍ଜାବ ରାଜ୍ୟର ଗୁରଦାସପୁର ଜିଲା ତରଗସ ଗ୍ରାମରେ ବୋଲି ଜଣାପଡ଼ିଛି। ବାରିଆ ଥାନା କେଶ ନଂ ୯୮/୨୦୨୩ରେ ହରଜିତ ସିଂ(୪୫), କୁଳଦୀପ ସିଂ(୩୦) ଏବଂ ଚମ୍ପୁଆ ଥାନା ବ୍ରହ୍ମପୁର ଗ୍ରାମର ରାଜେଶ କୁମାର ସାହୁଙ୍କ ନାମରେ ମାମଲା ରୁଜ୍ଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିବା ଜଣାଯାଇଛି। ଏଏସ୍‌‌ଆଇ ବ୍ୟାସଦେବ ମିର୍ଦ୍ଧା ଏହି ସବୁ ଲୁହା ସ୍କ୍ରାପ କେଉଁଠାରୁ ଆସିଥିଲା ଏବଂ କେଉଁଠାକୁ ଯାଉଥିଲା ତାର ଅଧିକ ତଦନ୍ତ ଜାରି ରଖିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories