www.samajalive.in
Monday, December 8, 2025
24.1 C
Bhubaneswar

ସନ୍ତାନ ହୀନ ସମସ୍ୟା ପାଇଁ ସଚେତନତା ବୃଦ୍ଧି, ଗ୍ରହଣୀୟତା ଓ ସୁଲଭ ଚିକିତ୍ସାର ଆବଶ୍ୟକତା

ଭୁବନେଶ୍ୱର: ଭାରତରେ ଇନ୍‌ଫର୍ଟିଲିଟିର ବ୍ୟାପକତା ଯଥେଷ୍ଟ ଅଧିକ ରହଛି, ଏଠାରେ ପ୍ରତି ୬ ଜଣ ଦମ୍ପତିଙ୍କ ମଧ୍ୟରୁ ଜଣେ ଦମ୍ପତି ଗର୍ଭଧାରଣ କରିବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗର୍ଭଧାରଣର ଏକ ପ୍ରଭାବଶାଳୀ ପଦ୍ଧତି ଭାବେ ଆଇଭିଏଫ୍‌ର ସଫଳତା ଓ ମହତ୍ୱକୁ ପାଳନ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୫ ତାରିଖରେ ବିଶ୍ୱ ଆଇଭିଏଫ୍ ଦିବସ ପାଳନ କରାଯାଉଛି । ଏସମ୍ପର୍କରେ ବିର୍‌ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍‌ର ଡଃ ଲିପ୍ସା ମିଶ୍ର କହିଛନ୍ତି, ‘ଗୁରୁତ୍ୱପୂର୍ଣ୍ଣ ସାମାଜିକ, ମାନସିକ, ଅର୍ଥନୈତିକ ଓ ଶାରୀରିକ ପ୍ରଭାବ ସତ୍ୱେ ବନ୍ଧ୍ୟାତ୍ୱ ଭୁଲ୍‌ଧାରଣା ମଧ୍ୟରେ ଆବଦ୍ଧ ହୋଇ ରହିଛି ଏବଂ ଏହାକୁ ନେଇ ଅପବାଦ ମଧ୍ୟ ଜାରି ରହିଛି । ସଚେତନତାର ଅଭାବ, ଚିକିତ୍ସା ଖର୍ଚ୍ଚ ଓ ଗୁଣାତ୍ମକ ସେବାଗୁଡିକ ପାଇଁ କମ୍ ଉପଲବ୍ଧତା କାରଣରୁ ଭାରତରେ ୧%ରୁ କମ୍ ଦମ୍ପତି ବନ୍ଧ୍ୟାତ୍ୱ ପାଇଁ ଡାକ୍ତରୀ ପରାମର୍ଶ କିମ୍ବା ଚିକିତ୍ସା ପାଇଁ ଚେଷ୍ଟା କରିଥାନ୍ତି । ବିର୍‌ଲା ଫର୍ଟିଲିଟି ଏବଂ ଆଇଭିଏଫରେ ଆମର ପ୍ରୟାସ ହେଉଛି ସଚେତନତା ସୃଷ୍ଟି କରିବା ଏବଂ ଭରସାଯୋଗ୍ୟ ଓ ସୁଲଭ ପ୍ରଜନନ ଚିକିତ୍ସା ଉପଲବ୍ଧ କରାଇବା । ଗୋଟିଏ ଛାତ ତଳେ ବହୁ ବିଭାଗୀୟ ଯତ୍ନ ପ୍ରଦାନ କରି ଦମ୍ପତିମାନଙ୍କ ସାମଗ୍ରିକ ପ୍ରଜନନ ସ୍ୱାସ୍ଥ୍ୟକୁ ଉନ୍ନତ କରିବା ଉପରେ ଏହାର ଗୁରୁତ୍ୱ କ୍ଷେତ୍ରରେ ଆମର ଚିକିତ୍ସକୀୟ ଆଭିମୁଖ୍ୟ ସ୍ୱତନ୍ତ୍ର ଅଟେ ।’

 

- Advertisement -

ସୁଲଭ ପ୍ରଜନନ ସମାଧାନକୁ ବୃଦ୍ଧି କରିବା ରୋଗୀମାନଙ୍କ ପାଇଁ ଏକ ଗେମ୍‌-ଚେଞ୍ଜର ହୋଇପାରେ । ବିର୍‌ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍ ରୋଗୀମାନଙ୍କ ପାଇଁ ଚିକିତ୍ସକୀୟ ରୂପେ ନିର୍ଭରଯୋଗ୍ୟ ଚିକିତ୍ସା, ସୁଲଭ ଓ ସ୍ୱଚ୍ଛ ମୂଲ୍ୟ ଏବଂ ସମାନୁଭୂତି ଓ ବିଶ୍ୱସନୀୟ ଯତ୍ନର ପ୍ରତିଶ୍ରୁତି ଦେଉଛି । ଖୁବ୍ କମ୍ ସମୟ ମଧ୍ୟରେ ଏହି ସଂସ୍ଥା ଶିଳ୍ପ ଅଗ୍ରଣୀ ଫଳାଫଳ ସୃଷ୍ଟି କରିଥିବା ବେଳେ ଗର୍ଭଧାରଣ ହାର ସର୍ବାଧିକ ୮୫% ରହିଛି ଏବଂ ଏହାଦ୍ୱାରା ୯୫%ରୁ ଅଧିକ ରୋଗୀ ସନ୍ତୁଷ୍ଟ ହୋଇଛନ୍ତି । ଆଇଭିଏଫ୍ ସନ୍ତାନହୀନ ଦମ୍ପତିମାନଙ୍କ ପାଇଁ ଆଶାର ଏକ କିରଣ ଅଟେ, ଯାହା ସେମାନଙ୍କୁ ନିଜର ଏକ ସନ୍ତାନ ପାଇବାକୁ ସକ୍ଷମ କରିଥାଏ । ଏହା ଏକ ସୁରକ୍ଷିତ ଓ ପ୍ରଭାବଶାଳୀ ବିକଳ୍ପ ଭାବେ କାର୍ଯ୍ୟ କରୁଥିବା ବେଳେ ପାରମ୍ପରିକ ଚିକିତ୍ସାଗୁଡିକ ବିଫଳ ହେଉଛି । ଦେଶରେ ବନ୍ଧ୍ୟାତ୍ୱର ଏକ ବର୍ଦ୍ଧିତ ବୋଝ ସହିତ ଦେଶର ଅଧିକରୁ ଅଧିକ ଲୋକଙ୍କ ପାଇଁ ଏହି ସମାଧାନର ଉପଲବ୍ଧତାକୁ ବୃଦ୍ଧି କରିବା ଲାଗି ଆଇଭିଏଫ୍‌କୁ ସୁଲଭ କରିବାର ଆବଶ୍ୟକତା ରହିଛି ।

 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ବନ୍ଧ୍ୟାତ୍ୱକୁ ଏକ ରୋଗ ଭାବେ ପରିଭାଷିତ କରିଛି ଯାହା ଫିଜିଓଲଜିକାଲ, ହର୍ମୋନାଲ, ଜେନେଟିଭ୍ ଓ ଲାଇଫ୍‌ଷ୍ଟାଇଲ୍ କାରଣ ଗୁଡିକ ସମେତ ବିଭିନ୍ନ କାରଣ ପାଇଁ ହୋଇଥାଏ । ଜୈବିକ ଓ ପରିବେଶୀୟ କାରଣ ଗୁଡିକ ମୁଖ୍ୟତଃ ଏହି ସ୍ଥିତିର କାରଣ ହୋଇଥିବା ବେଳେ, ଏହାକୁ ଏକ ବ୍ୟକ୍ତିଗତ ବିଫଳତା ଭାବେ ବର୍ଣ୍ଣନା କରିବାର ପ୍ରବୃତି ରହିଛି । ବର୍ତମାନ ସମୟର ଆବଶ୍ୟକତା ହେଉଛି ସାମାଜିକ ଅପବାଦ ଓ ଭୂଲ୍‌ଧାରଣାକୁ ଦୂର କରି, ଆଇଭିଏଫ୍ ସମେତ ଉପଲବ୍ଧ ଥିବା ବ୍ୟାପକ ଚିକିତ୍ସା ସମ୍ପର୍କରେ ରୋଗୀମାନଙ୍କୁ ସଚେତନ କରି ବନ୍ଧ୍ୟାତ୍ୱ ସମ୍ପର୍କରେ ସଚେତନତା ଚଳାଇବା ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories