www.samajalive.in
Wednesday, December 10, 2025
18.1 C
Bhubaneswar

ବୈତରଣୀରେ ବନ୍ୟା: ଯାଜପୁର ଜିଲାର ଏକାଧିକ ବ୍ଲକରେ ଆସନ୍ତାକାଲି ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

କୟାଁଗୋଲା: ଦୁଇଦିନର ଲଗାଣ ବର୍ଷା ଫଳରେ ବୈତରଣୀରେ ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି। ବୈତରଣୀରେ ବନ୍ୟା ଆସିବା ଫଳରେ ନଦୀକୂଳିଆ ଲୋକେ ବନ୍ୟା ମୁକାବୁଲା ପାଇଁ ପ୍ରସ୍ତୁତି ହେଉଥିବା ଦେଖିବାକୁ ମିଳିଛି। ଯାଜପୁର ଜିଲାର ଅନେକ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଲଘୁଚାପଜନିତ ପ୍ରବଳ ବର୍ଷା ଓ ବନ୍ୟାକୁ ଦୃଷ୍ଟିରୁ ଯାଜପୁର ଜିଲାର କୋରେଇ, ଯାଜପୁର, ବିଞ୍ଝାରପୁର ଓ ଦଶରଥପୁର ବ୍ଲକର ସମସ୍ତ ସ୍କୁଲ, କଲେଜ(ଉଭୟ ସରକାରୀ ଓ ବେସରକାରୀ) ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସନ୍ତା କାଲି ଅର୍ଥାତ ୩ ତାରିଖ ପାଇଁ ବନ୍ଦ ଘୋଷଣା କରିଛନ୍ତି ଜିଲାପାଳ।

- Advertisement -

ବୈତରଣୀରେ ବନ୍ୟାଜଳ ପ୍ରବେଶ କରିବା ଫଳରେ ଦଶରଥପୁର ବ୍ଲକକୁ ବନ୍ୟାଜଳ ପ୍ରବେଶ କରିଛି। ବୈତରଣୀ ସମେତ କାଣି ନଦୀରେ ମଧ୍ୟ ବନ୍ୟାଜଳ ପ୍ରବେଶ କରିଛି। ବନ୍ୟା ସ୍ଥିତି ଅନୁଧ୍ୟାନ କରିବା ପାଇଁ ବୁଧବାର ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ପକ୍ଷରୁ ବିଭାଗୀୟ ଅଧିକାରୀମାନେ ତଳିଆ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି। ସେହିପରି ବନ୍ୟା ସ୍ଥିତି ଅନୁଧ୍ୟାନ କରିବା ପାଇଁ ଅପରାହ୍ନରେ ଯାଜପୁର ବିଧାୟକ ତଥା ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦଶରଥପୁର ବ୍ଲକର ଅହିୟାସ, ପଞ୍ଚପଡା, କଣ୍ଟପଡା ସହ ବିଭିନ୍ନ ତଳିଆ ଅଞ୍ଚଳ ଗସ୍ତ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହ ସ୍ଥାନୀୟ ଜନସାଧାରଣଙ୍କୁ ସତର୍କ ରହିବା ସହ ବନ୍ୟା ସ୍ଥିତି ଗୁରୁତର ହେବା ପୂର୍ବରୁ ନିରାପଦ ସ୍ଥାନରେ ଯାଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ସେହିପରି ଯଦି କେଉଁଠାରେ ନଦୀବନ୍ଧ ଦୁର୍ବଳ ଅନୁଭବ ହୁଏ, ତାହେଲେ ତୁରନ୍ତ ଉକ୍ତ ସ୍ଥାନରେ ବାଲି ବସ୍ତା ଦେବା ସହ ଆବଶ୍ୟକ ପଦକ୍ଷପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ବନ୍ୟା ବଢିଲେ ତଳିଆ ଅଞ୍ଚଳ ଲୋକମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ଏବଂ ପ୍ରଶାସନ ପକ୍ଷରୁ ବନ୍ୟା ବିପନ୍ନଙ୍କ ପାଇଁ ୨୪ ଘଣ୍ଟିଆ ସେବା ଯୋଗାଇ ଦିଆଯିବାପାଇଁ ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଛି ବୋଲି ବିଧାୟକ ଶ୍ରୀ ଦାସ କହିଛନ୍ତି।

ବନ୍ୟାଞ୍ଚଳ ପରିଦର୍ଶନରେ ଅନ୍ୟମାନଙ୍କ ମଧ୍ୟରେ ଯାଜପୁରର ବରିଷ୍ଠ ବିଜେଡି ନେତା କର୍ଣ୍ଣାଟ କେଶରି ଦାସ, ଯାଜପୁର ଜିଲ୍ଲା ବିଜୁ ଜନତା ଦଳର ସଭାପତି ସରୋଜ କୁମାର ମହାପାତ୍ର, ୫ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ମନସ୍ବିନୀ ଦାସ, ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories