ଫେସ୍ବୁକ୍(ମେଟା)ର ଆସୁଛି ଏଆଇ ଏବଂ ଚାଟ୍ବୋଟ୍ ଅନ୍ୟମାନଙ୍କ ଠାରୁ ଏହିପରି ଅଲଗା
ନୂଆଦିଲ୍ଲୀ – ଫେସ୍ବୁକ୍ର ମୁଖ୍ୟ କମ୍ପାନୀ ମେଟା ଖୁବ ଶୀଘ୍ର ନିଜର ଏଆଇ ଏବଂ ଚାଟ୍ ବୋଟ୍ର ଶୁଭାରମ୍ଭ କରିବ । ଏହା ଅନ୍ୟମାନଙ୍କ ଠାରୁ ବେଶ୍ ଅଲଗା ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ଚାଟ୍ବୋଟ୍ ମଣିଷ ପରି ଏହାର ବ୍ୟବହାରକାରୀଙ୍କ ସହ ଭାବର ଆଦାନପ୍ରଦାନ କରିବ ବୋଲି ମେଟା ପକ୍ଷରୁ କୁହାଯାଇଛି । ଆସନ୍ତା ମାସରେ ଏହାକୁ ଶୁଭାରମ୍ଭ କରାଯିବ । ଫେସ୍ବୁକ୍ ଏବଂ ଇନଷ୍ଟାଗ୍ରାମରେ ଏହା ଉପଲବ୍ଧ ହେବ ।
ବିଭିନ୍ନ ବିଷୟରେ ଏହା ବ୍ୟବହାରକାରୀଙ୍କୁ ପରାମର୍ଶ ମଧ୍ୟ ଦେଇପାରିବ । ଆପଣ ଯଦି କୌଣସି ସ୍ଥାନକୁ ଭ୍ରମଣ କରିବା ପାଇଁ ଚାହୁଁଛନ୍ତି , ସେ ବିଷୟରେ ପରାମର୍ଶ ନେଇପାରିବେ ।
କେବଳ ମେଟା ନୁହେଁ ପୂର୍ବରୁ ସ୍ନାପଚାଟ୍ ଏହାର ବ୍ୟବହାରକାରୀଙ୍କ ପାଇଁ ଚାଟ୍ବୋଟ୍ ଆରମ୍ଭ କରିଛି । ଏହାର ନାମ ମାୟି ଏଆଇ ରଖାଯାଇଛି । ତେବେ ଅନେକ ବ୍ୟବହାରକାରୀ ଏହାକୁ ପସନ୍ଦ କରୁନାହାନ୍ତି ।
Comments are closed.