www.samajalive.in
Monday, December 8, 2025
27.1 C
Bhubaneswar

ଭୀମା କୋରେଗାଓଁ ହିଂସା ମାମଲା: ଡିସେମ୍ବର ୩କୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ: ଭୀମା କୋରେଗାଓଁ ହିଂସା ଏବଂ ଏଲଗାର ପରିଷଦ ସହ ସମ୍ପୃକ୍ତି ଅଭିଯୋଗରେ ୩ ଜଣ ସାମାଜିକ କର୍ମୀଙ୍କ ଗିରଫ ସମ୍ବନ୍ଧୀୟ ମାମଲାର ଶୁଣାଣିକୁ ଶୁକ୍ରବାର ସୁପ୍ରିମକୋର୍ଟ ଡିସେମ୍ବର ୩ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଏହି ମାମଲାରେ ଅଭିଯୁକ୍ତ ଥିବା ୫ ସାମାଜିକ କର୍ମୀଙ୍କ ବିରୋଧରେ ତଦନ୍ତ ସମ୍ପୂର୍ଣ୍ଣ କରିବା ଲାଗି ମହାରାଷ୍ଟ୍ର ପୁଲିସକୁ ନିମ୍ନ ଅଦାଲତ ଅଧିକ ସମୟ ପ୍ରଦାନ କରିଥିଲେ। ପରେ ଏହି ନିଷ୍ପତ୍ତିକୁ ବମ୍ବେ ହାଇକୋର୍ଟ କାଏମ ରଖି ଥିଲେ। ଅକ୍ଟୋବର ୨୯ରେ ସର୍ବୋଚ୍ଚ ଅଦାଲତ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଜାରି କରିଥିଲେ। ଅନ୍ୟପଟେ ପୁଣେ ପୁଲିସ ଗୁରୁବାର ଏହି ମାମଲାରେ କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଦଳିତ ବର୍ଗଙ୍କୁ ସଂଗଠିତ କରିବା ଉଦ୍ଦେଶ୍ୟରେ ମାଓବାଦୀଙ୍କ ଇସାରାରେ ଏଲଗାର ପରିଷଦ ୨୦୧୭ ଡିସେମ୍ବର ୩୧ରେ ଭୀମାକୋରେଗାଓଁଠାରେ ଦିନିକିଆ ସମ୍ମିଳନୀର ଆୟୋଜନ କରିଥିଲା। ଏହି ସଭାରେ ଦିଆଯାଇଥିବା ଉତ୍ତେଜନା ପୂର୍ଣ୍ଣ ବକ୍ତବ୍ୟ ଯୋଗୁ ପରଦିନ; ଅର୍ଥାତ୍‍ ଜାନୁଆରୀ ୧ରେ ସେଠାରେ ହିଂସାକାଣ୍ଡ ଘଟିଥିଲା। ଅଭିଯୋଗ ଫର୍ଦ୍ଦରେ ସାମାଜିକ କର୍ମୀ ସୁଧିର ଧୱଲେ ଓ ରୋନା ୱିଲସନ୍‍, ଓକିଲ ସୁରେନ୍ଦ୍ର ଗଡଲିଙ୍ଗ, ପ୍ରାଧ୍ୟାପକ ସୋମା ସେନଙ୍କ ସମେତ ୨୨ ଜଣଙ୍କୁ ଅଭିଯୁକ୍ତ କରାଯାଇଛି। ଏମାନଙ୍କ ବିରୋଧରେ ୟୁଏପିଏ ଏବଂ ଆଇପିସିର ବିଭିନ୍ନ ଧାରା ଅଧୀନରେ ଅଭିଯୋଗ ଅଣାଯାଇଛି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories