www.samajalive.in
Thursday, December 11, 2025
23.1 C
Bhubaneswar

ଆମକୁ ୧୦୦ରୁ ଊର୍ଦ୍ଧ୍ବ ଦୁର୍ଲଭ ଓ ପ୍ରାଚୀନ କଳାକୃତି ଫେରାଇଛି ଆମେରିକା: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆମେରିକା ଆମକୁ ୧୦୦ରୁ ଊର୍ଦ୍ଧ୍ବ ଦୁର୍ଲଭ ଓ ପ୍ରାଚୀନ କଳାକୃତି ଫେରାଇ ଦେଇଛି। ଏକଥା ରବିବାର ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମର ୧୦୩ତମ ସଂସ୍କରଣରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ପ୍ରଧାନମନ୍ତ୍ରୀ କହିଛନ୍ତି, କିଛିଦିନ ପୂର୍ବେ ସାମାଜିକ ଗଣମାଧ୍ୟମରେ ଏକ ଅଦ୍ଭୁତ ଉତ୍ସାହ ଦେଖିବାକୁ ମିଳିଥିଲା। ଆମେରିକା ଭାରତକୁ ୧୦୦ରୁ ଊର୍ଦ୍ଧ୍ବ ଦୁର୍ଲଭ ତଥା ପ୍ରାଚୀନ କଳାକୃତି ଫେରାଇ ଦେଇଛି। ଏହି ଖବର ସାମ୍ନାକୁ ଆସିବା ପରେ ସାମାଜିକ ଗଣମାଧ୍ୟମରେ ଏହି କଳାକୃତିଗୁଡ଼ିକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଯୁବପୀଢିଙ୍କ ମଧ୍ୟରେ ନିଜ ଐତିହ୍ୟ ପ୍ରତି ଗର୍ବର ଭାବ ଦେଖା ଦେଇଥିଲା। ଭାରତ ଫେରିଥିବା ଏହି କଳାକୃତିଗୁଡ଼ିକ ଅଢେଇ ହଜାର ବର୍ଷରୁ ଅଢେଇ ଶହ ବର୍ଷ ପୁରୁଣା। ଆପଣ ଏହା ମଧ୍ୟ ଜାଣି ଖୁସି ହେବେ ଯେ, ଦେଶର ଭିନ୍ନ ଭିନ୍ନ ଅଞ୍ଚଳ ସହ ଏହି ଦୁର୍ଲଭ ସାମଗ୍ରୀଗୁଡ଼ିକର ସମ୍ପର୍କ ରହିଛି। ଏଗୁଡ଼ିକ ଟେରାକୋଟା, ପଥର, ଧାତୁ ଏବଂ କାଠରେ ନିର୍ମିତ। ଏଗୁଡ଼ିକ ମଧ୍ୟରେ ଏପରି କିଛି ଅଛି, ଯାହା ଆପଣଙ୍କୁ ଚକିତ କରିଦେବ। ଏଗୁଡ଼ିକ ମଧ୍ୟରେ ଏକାଦଶ ଶତାବ୍ଦୀର ଏକ ସୁନ୍ଦର ବାଲୁକା ପ୍ରସ୍ତର ନିର୍ମିତ ମୂର୍ତ୍ତି ମଧ୍ୟ ଦେଖିବାକୁ ମିଳିଛି। ନୃତ୍ୟ ଭଙ୍ଗିରେ ଥିବା ଅପ୍ସରାମାନଙ୍କ କଳାକୃତିର ସମ୍ପର୍କ ମଧ୍ୟପ୍ରଦେଶ ସହ ରହିଛି। ଚୋଳ ସାମ୍ରାଜ୍ୟର ଅନେକ ମୂର୍ତ୍ତି ମଧ୍ୟ ଏଥିରେ ରହିଛି। ଦେବୀ ଓ ଭଗବାନ ମୁରୁଗାନ୍‌ଙ୍କ ପ୍ରତୀମା ତ ଦ୍ବାଦଶ ଶତାବ୍ଦୀର ଏବଂ ଏହା ତାମିଲନାଡ଼ୁର ବୈଭବଶାଳୀ ସଂସ୍କୃତି ସହ ଜଡ଼ିତ। ପ୍ରଭୁ ଗଣେଶଙ୍କର ପ୍ରାୟ ୧ହଜାର ବର୍ଷ ପୁରୁଣା କାଂସ୍ୟ ପ୍ରତୀମା ମଧ୍ୟ ଭାରତକୁ ଫେରିଛି। ଭଗବାନ ସୂର୍ଯ୍ୟଦେବଙ୍କ ଦୁଇ ପ୍ରତୀମା ମଧ୍ୟ ଆପଣଙ୍କ ମନ ମୋହିନେବ। ଏଭଳି ଆହୁରି ଅନେକ କଳାକୃତି ଆମକୁ ଫେରାଇଛି ଆମେରିକା। ଏସବୁ ମୂଲ୍ୟବାନ ଐତିହ୍ୟ ଫେରସ୍ତ କରିଥିବାରୁ ମୁଁ ଆମେରିକା ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ୨୦୧୬ ଓ ୨୦୨୧ରେ ମୁଁ ଆମେରିକା ଗସ୍ତ କରିଥିବା ବେଳେ ମଧ୍ୟ ଅନେକ କଳାକୃତି ଭାରତକୁ ଫେରସ୍ତ ମିଳିଥିଲା।

- Advertisement -

ଏହାବ୍ୟତୀତ, ପୁରୁଷ ସହଯୋଗୀଙ୍କ ବିନା ଚଳିତ ବର୍ଷ କିପରି ୪୦୦୦ରୁ ଊର୍ଦ୍ଧ୍ବ ମହିଳାଙ୍କୁ ହଜ୍‌ ପାଇଁ ସାଉଦି ଆରବ ପଠାଗଲା ତାହା ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିପାଇଁ ସୁବିଧା ଯୋଗାଇ ଦେଇଥିବା ସାଉଦି ସରକାରଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କୃତଜ୍ଞତା ଜଣାଇଛନ୍ତି।

Hot this week

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

Related Articles

Popular Categories