www.samajalive.in
Wednesday, December 10, 2025
26.1 C
Bhubaneswar

ସୀମାନ୍ତ ରାସ୍ତା ଶୋଚନୀୟ: ଜନସାଧାରଣ ହିନସ୍ତା, ପ୍ରଶାସନ ନୀରବ ଦ୍ରଷ୍ଟା

ଝୁମ୍ପୁରା: କେନ୍ଦୁଝର ଜିଲାର ଚମ୍ପୁଆ ରାଜ୍ୟକୁ ସର୍ବାଧିକ ରାଜସ୍ୱ ପ୍ରଦାନ କରୁଥିଲେ ମଧ୍ୟ ଜନସାଧାରଣଙ୍କ ଯାତାୟତ ପାଇଁ ରହିଥିବା ଗ୍ରାମାଞ୍ଚଳ ରାସ୍ତାଗୁଡିକୁ ମରାମତି କରିବା ଦିଗରେ ରାଜ୍ୟ ସରକାର ଅଦୌ ଧ୍ୟାନ ଦେଉ ନଥିବାରୁ ବର୍ଷା ଦିନ ଆସିଲେ ଲୋକେ ହିନସ୍ତା ହେଉଥିବା ଦେଖିବାକୁ ମିଳିଛି। ଝୁମ୍ପୁରା ବ୍ଲକର ଛେଳିଆନାଳ ନିକଟସ୍ଥ ପିଡବ୍ଲ୍ୟୁଡି ରାସ୍ତା ଚମ୍ପୁଆ ବ୍ଲକର ଶିରିକୁଆଁ ପର୍ଯ୍ୟନ୍ତ ଯାଇଥିବା ମାଟି ସଡ଼କଟି ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିଲେ ମଧ୍ୟ ରାସ୍ତାକୁ ମରାମତି କରିବା ଦିଗରେ ନା ଆଗ୍ରହ ପ୍ରକାଶ କରୁଛି ଝୁମ୍ପୁରା ବ୍ଲକ ପ୍ରଶାସନ ନା ଚମ୍ପୁଆ ପ୍ରଶାସନ। ଏହି ସୀମାନ୍ତ ରାସ୍ତାଟିର କିଛି ଅଂଶ ଝୁମ୍ପୁରା ବ୍ଲକରେ ରହିଥିବା ବେଳେ କିଛି ଅଂଶ ଚମ୍ପୁଆ ବ୍ଲକ ଅଧିନରେ ରହିଥିବାରୁ ଦୁଇ ବ୍ଲକ ପ୍ରଶାସନର ତାଳମେଳ ରହୁନଥିବାରୁ ରାସ୍ତା ମରାମତି ହୋଇପାରୁ ନଥିବା ଜଣାପଡ଼ିଛି। ରାସ୍ତାଟି ଅବହେଳିତ ଭାବରେ ପଡ଼ି ରହିଥିବାରୁ ରାସ୍ତାରେ ଆଣ୍ଠୁଏ ଲେଖାଏଁ ଖାଲ ହୋଇ ଯାଇଛି। ରାସ୍ତାରେ ଖାଲ ହୋଇ ଯାଇଥିବାରୁ ଛେଳିଆ ନାଳ ପଟୁ ଶିରିକୁଆଁ ଆମ୍ବୁଲାନ୍ସ ଯାତାୟତ କରିପାରୁ ନଥିବାରୁ ଶିରିକୁଆଁ ସମେତ ଅନ୍ୟ ସାହିଗୁଡ଼ିକର କୌଣସି ବ୍ୟକ୍ତି ରୋଗରେ ପଡ଼ିଲେ ରୋଗୀସେବା ଯାନକୁ ଫୋନ କଲେ ରାସ୍ତାର ଅବସ୍ଥା ଦେଖି ରୋଗୀଯାନଗୁଡ଼ିକ ଯିବାକୁ ସୁରକ୍ଷିତ ମଣିନଥାନ୍ତି। ଏହି ରାସ୍ତାରେ ଗୋଟାଏ ଗୋଟାଏ ସ୍ଥାନରେ ଏତେ ଖାଲ ହୋଇଯାଇଛି ଯେ ଅନେକ ସମୟରେ ଚାରି ଚକିଆ ଗାଡ଼ିଗୁଡ଼ିକ ଉକ୍ତ ଖାଲରେ ପଡ଼ିଯାଇ ଖୁବ୍‌ ହିନସ୍ତା ହୋଇଥାନ୍ତି। ମନରେଗା ଯୋଜନାରୁ ଶୋଚନୀୟ ମାଟି ସଡ଼କଠାରୁ ଆରମ୍ଭ କରି ନୂଆ ରାସ୍ତା ତିଆରି କରିବା ପାଇଁ ଅର୍ଥ ଯୋଗାଇ ଦେଉଛନ୍ତି। କିନ୍ତୁ ଦୁଇ ପଞ୍ଚାୟତର ଅଧିକାରୀମାନେ ମନରେଗା ଯୋଜନାରୁ ଅର୍ଥ ମଞ୍ଜୁର କରି ରାସ୍ତାକୁ ମରାମତି କରିବା ଦିଗରେ ମଧ୍ୟ ଗୁରୁତ୍ୱ ଦେଉ ନଥିବା ଦେଖିବାକୁ ମିଳୁଛି। ଯେଉଁ ରାସ୍ତା ପ୍ରତି ବର୍ଷ ମରାମତି ହେଉଛି ସେହି ରାସ୍ତା ଉପରେ ଅଧିକାରୀମାନେ ମନରେଗା ଅର୍ଥ ପ୍ରଦାନ କରି କାମ କରୁଛନ୍ତି, କିନ୍ତୁ ଯେଉଁ ରାସ୍ତା ଶୋଚନୀୟ ସେହି ରାସ୍ତାକୁ ମରାମତି କରି ଗମନାଗମନର ସୁବିଧା କରିବା ଦିଗରେ ସରକାରୀ ବାବୁମାନେ ଗୁରୁତ୍ୱ ନଦେବା ପଛରେ କି ରହସ୍ୟ ରହିଛି ବୋଲି ଜନସାଧାରଣରେ ପ୍ରଶ୍ନ ଉଠିଛି। ଛେଳିଆନାଳଠାରୁ ଶିରିକୁଆଁ ପର୍ଯ୍ୟନ୍ତ ଯାଇଥିବା ସୀମାନ୍ତ ରାସ୍ତାକୁ ପ୍ରଶାସନ ସାବତ ପୁଅ ଭାବି ରାସ୍ତାର ଉନ୍ନତିକରଣ କରିବା ଦିଗରେ ଆଦୌ ଧ୍ୟାନ ଦେଉ ନଥିବା ଦେଖିବାକୁ ମିଳୁଛି। ଏହି ରାସ୍ତାକୁ ମରାମତି କରିବା ଦିଗରେ ଜିଲାପ୍ରଶାସନ ସ୍ୱତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବୀ ହେଉଛି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories