www.samajalive.in
Monday, December 8, 2025
13.1 C
Bhubaneswar

ଆଇନ ଛାତ୍ରଛାତ୍ରୀ ଅବହେଳିତ ବର୍ଗଙ୍କ ପାଇଁ କାର୍ଯ୍ୟ କରିବା ଆବଶ୍ୟକ – ରାଷ୍ଟ୍ରପତି

ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କଟକ ସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଦଶମ ସମାବର୍ତ୍ତନ ସମାରୋହରେ ଯୋଗ ଦେଇ କହିଛନ୍ତି, ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ କିଛି ନୂଆ କରି ଦେଖାଇବାର କ୍ଷମତା ରହିଛି ଯାହାକୁ ସେମାନେ କାର୍ଯ୍ୟରେ ପରିଣତ କରିବା ଲାଗି ସଂକଳ୍ପ ଗ୍ରହଣ କରିବା ଉଚିତ। ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କୁ ସ୍ମରଣ କରି ରାଷ୍ଟ୍ରପତି କହିଛନ୍ତି, ସେ ସମ୍ବିଧାନରେ ସେଭଳି ବ୍ୟବସ୍ଥା କରି ଯାଇଛନ୍ତି ବୋଲି ଆଜି ମୁଁ ରାଷ୍ଟ୍ରପତି ପଦ ଅଳଙ୍କୃତ କରିପାରିଛି

ସେହିପରି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ମନେପକାଇ, ରାଷ୍ଟ୍ରପତି କହିଛନ୍ତି ଯେ ତାଙ୍କୁ ସମସ୍ତେ ବାରିଷ୍ଟର ଭାବେ ଜାଣନ୍ତି ଓ ମହାତ୍ମା ଗାନ୍ଧୀ ଏବଂ ମଧୁ ବାରିଷ୍ଟର ଆମ ସ୍ୱାଧୀନତା ସଂଗ୍ରାମର ଦୁଇ ମହାନ ଯୋଦ୍ଧା ଭାବେ ପରିଚିତ। ଉଭୟ ସଂଗ୍ରାମୀ ଆଇନଜୀବୀ ଭାବେ ସମାଜରେ ନ୍ୟାୟ ପ୍ରତିଷ୍ଠା ଓ ଏକତା ରକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଆମ ଦେଶର ସ୍ୱାଧୀନତା ସଂଗ୍ରାମରେ ବହୁ ଓକିଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏକ ବିକାଶଶୀଳ ଓ ନୀତିପୂର୍ଣ୍ଣ ସମାଜ ଗଠନ ଦିଗରେ, ଆଇନ ଛାତ୍ରଛାତ୍ରୀମାନେ ଦେଶର ପ୍ରମୁଖ ବିଷୟ ଗୁଡିକ ସମ୍ପର୍କରେ ଜାଣିବା ଆବଶ୍ୟକ ବୋଲି ରାଷ୍ଟ୍ରପତି କହିଛନ୍ତି।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories