www.samajalive.in
Monday, December 8, 2025
13.1 C
Bhubaneswar

ମାଓବାଦୀ ସହିଦ ସପ୍ତାହ ପୂର୍ବରୁ ପୋଷ୍ଟର ଜାରି କଲା ମାଓ ସଂଗଠନ

ମ,ରାମପୁର : ଜୁଲାଇ ମାସ ୨୮ ରୁ ଅଗଷ୍ଟ ମାସ ୩ ତାରିଖ ଯାଏଁ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ଅବସରରେ ପୋଷ୍ଟର ଜାରୀ କରିଛି ମାଓ ସଂଗଠନ । କଳାହାଣ୍ଡି ଜିଲ୍ଲା ସଦର ଭବାନୀପାଟଣା ନିକଟସ୍ଥ ଶଗଡା ଠାରେ ଗତ କାଲି ମାଓ ସଂଗଠନ ପକ୍ଷରୁ ବ୍ୟାନର ଲଗାଇଥିଲା । ମାଓ ସଂଗଠନ କେ କେ ବି ଏନ୍ ଡିଭିଜନାଲ କମିଟି ଭାକପା ( ମାଓବାଦୀ)ପକ୍ଷରୁ ସହିଦ ସପ୍ତାହକୁ ସମସ୍ତେ ସହଯୋଗ କରିବାକୁ ଆହ୍ବାନ ଦେବା ସହିତ ରିନ୍ଦୋ ମାଝୀର ଉତ୍ତରାଧିକାରୀ ଭାବରେ ଅମର ସହିଦ ଯୋଡ଼ି କମ୍ରେଡ ଲଳିତ, ନମିତାକୁ ସମବେଦନା ଓ ସ୍ମୃତି ଚାରଣ ନିମନ୍ତେ ଗାଁ ଗାଁରେ ଶୋକ ସଭା ଆୟୋଜନ କରନ୍ତୁ, ଅମର ସହୀଦ ମାନଙ୍କ ସ୍ବପ୍ନ ର ସାମ୍ୟବାଦ ପ୍ରତିଷ୍ଠା ପାଇଁ ଗେରିଲା ଯୁଦ୍ଧ ଦ୍ଵାରା ଫାଶୀ ବାଦି ସମାଧାନ ,ପ୍ରହାର ଦମନକୁ ପରାସ୍ତ କରନ୍ତୁ, ଗାଁ ଗାଁ ରେ ଥିବା ପୁଲିସ୍ ସୂଚନା ଦାତାଙ୍କୁ ଚିହ୍ନଟ ,ବ୍ରାହ୍ମଣୀୟ ହିନ୍ଦୁତ୍ବ ଫାଶୀ ବାଦି କୁ ହରାଇ ଅଳ୍ପ ସଂଖ୍ୟକ ଲୋକଙ୍କୁ ସଂଗଠିତ କରିବା, ଅମର ସହିଦଙ୍କ ସ୍ବପ୍ନକୁ ପୂରଣ କରିବା, ସହିଦଙ୍କ ବଳିଦାନକୁ ଉର୍ଦ୍ଧ୍ବରେ ଧରିବା ଭଳି ଅନେକ ଦାବି ରଖିଛି ମାଓ ସଂଗଠନ। ଏଥି ସହିତ ଲଳିତ ଓ ନମିତାଙ୍କ ମାଓ ସଂଗଠନରେ ଭୂମିକା ସମ୍ପର୍କରେ ଏକ ପୋଷ୍ଟର୍ ମଧ୍ୟ ଜାରୀ କରିଛି ମାଓ ସଂଗଠନ। ତେବେ ଏହି ସବୁ ପୋଷ୍ଟର ଏବେ ମୋବାଇଲ ରୁ ମୋବାଇଲକୁ ଘୁରି ବୁଲୁଥିବା ଦେଖା ଯାଇଛି ।
ସୂଚନା ଯୋଗ୍ୟ ଯେ, ଗତ ମଇ ମାସ ୯ ତାରିଖରେ ଟାପରେଙ୍ଗ ଠାରେ ଲଳିତର ମୃତ୍ୟୁ ହେଇଥିଲା ଏହା ପରେ ଏହି ଘଟଣାକୁ ବିରୋଧ କରି ଜୁନ ୨୪ ରେ ମ,ରାମପୁର ବ୍ଲକ୍ ଅନ୍ତର୍ଗତ ମାଣୀ କେରା ଅଞ୍ଚଳରେ ମାଓ ସଂଗଠନ ପକ୍ଷରୁ ବ୍ୟାପକ ପୋଷ୍ଟର ଲଗା ଯାଇ ଘଟଣାର ନିନ୍ଦା କରାଯାଇଥିଲା । ଏହାର ମାସେ ପରେ ପୁଣି ଏହି ପୋଷ୍ଟର ଗୁଡିକ ମାଓ ସଂଗଠନର ଉପସ୍ଥିତିକୁ ଜାହିର କରୁଛି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories