www.samajalive.in
Monday, December 8, 2025
27.1 C
Bhubaneswar

ସମୂହ ଛୁଟିରେ ଗ୍ରାମ ରୋଜଗାର ସେବକ

ବଡ଼ସାହି : ସ୍ଥାନୀୟ ବ୍ଲକର କାର୍ଯ୍ୟରତ ଗ୍ରାମ ରୋଜଗାର ସେବକ/ସେବିକା ସମୂହ ଛୁଟିରେ ଯିବାପାଇଁ ଆବେଦନ କରିଛନ୍ତି। ରଣଜିତ ଗିରି, ପ୍ରଭାତ ରଞ୍ଜନ ଗିରି, ଜ୍ଞାନରଞ୍ଜନ ସେଠୀ, ଅଜିତ କୁମାର ସାସ୍‍ମଲ, ପରମେଶ୍ୱ ବଶ୍ୱାଳ, କମଳାକାନ୍ତ ଦେହୁରୀ, ରାଜେଶ ନାୟକ, ଶ୍ରୀକାନ୍ତ ରାଉତ, ସର୍ବେଶ୍ୱର ମାହାର୍ଣ୍ଣା, ଲଳିତ୍‍ ଶତ୍‍ପଥୀ, ସଞ୍ଜୟ ଦ୍ୱିବେଦୀ, ଚନ୍ଦ୍ରମୋହନ ସିଂ, ନବନୀତା ଜେନା ଓ ସ୍ମୀତାରାଣୀ ଦଳେଇଙ୍କ ସମେତ ୩୦ଟି ପଞ୍ଚାୟତରେ କାର୍ଯ୍ୟରତ ଗ୍ରାମ ରୋଜଗାର ସେବକ/ସେବିକା ବିଡ଼ିଓ ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ଭେଟି ଏହି ଆବେଦନ କରିଛନ୍ତି। ୧୬ବର୍ଷ ଧରି ସେମାନେ ସରକାରଙ୍କ ଉନ୍ନୟନ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରୁଥିଲେ ହେଁ ରାଜ୍ୟ ସରକାର ସଂଘର ଦାବି ପ୍ରତି ଉଦାସୀନ ରହିବା ଦୁର୍ଭାଗ୍ୟଜନକ ବୋଲି ଦର୍ଶାଇଛନ୍ତି। ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ୧୫ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ପୂର୍ବକ ସମସ୍ତେ ଛୁଟିରେ ରହିଛନ୍ତି। ଫଳରେ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories