www.samajalive.in
Thursday, December 11, 2025
14.1 C
Bhubaneswar

ବିଜୟଠାରୁ ୨୮୯ ରନ ଦୂରରେ ଭାରତ

ପୋର୍ଟ ଅଫ୍‌ ସ୍ପେନ୍‌ : ଭାରତ ନିୟନ୍ତ୍ରଣରେ ୨ୟ ଟେଷ୍ଟ ମ୍ୟାଚ୍‌। ମ୍ୟାଚର ୫ମ ଦିନରେ ଭାରତ ବିଜୟଠାରୁ ୨୮୯ ରନ ଦୂରରେ ରହିଛି । ଘରୋଇ ୱେଷ୍ଟଇଣ୍ଡିଜ୍‌ର ବ୍ୟାଟ୍‌ସମ୍ୟାନ୍ ଶନିବାର ୩ୟ ଦିନରେ ଲଢ଼ୁଆ ପ୍ରଦର୍ଶନ କରିବା ଭଳି ଲାଗୁଥିଲା। ହେଲେ ରବିବାର ୪ର୍ଥ ଦିନରେ ସବୁକିଛି ବଦଳି ଯାଇଛି। ମ୍ୟାଚ୍‌କୁ ଭାରତ ତା’ର ନିୟନ୍ତ୍ରଣକୁ ନେଇପାରିଛି। ୩ୟ ଦିନ ଶେଷରେ ୱେଷ୍ଟଇଣ୍ଡିଜ୍‌ ୫ ୱିକେଟରେ ୨୨୯ ରନ୍‌କରି ଲଢ଼େଇ କରିବା ସ୍ଥିତିରେ ଥିଲା। ହେଲେ ୪ର୍ଥ ଦିନରେ ମହମ୍ମଦ ସିରାଜ୍ ୫ଟି ୱିକେଟ ନେବାରୁ ଆଉ ମାତ୍ର ୨୬ ରନ୍‌ରେ ୱେଷ୍ଟଇଣ୍ଡିଜ୍‌ ବାକି ୫ଟି ୱିକେଟ ହରାଇ ୨୫୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ଫଳରେ ଭାରତ ପ୍ରଥମ ଇନିଂସରେ ୧୮୩ ରନ୍‌ରେ ଆଗୁଆ ରହି ୱେଷ୍ଟଇଣ୍ଡିଜ୍‌ ପାଇଁ ୩୬୫ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ୪ର୍ଥ ଦିନ ଖେଳ ଶେଷ ସୁଦ୍ଧା ୱେଷ୍ଟଇଣ୍ଡିଜ୍‌ ୨ ୱିକେଟ ହରାଇ ୭୬ ରନ ସଂଗ୍ରହ କରିଛି।

ୱେଷ୍ଟଇଣ୍ଡିଜ୍‌ର ପ୍ରଥମ ଇନିଂସ ଶେଷ ପରେ ୨ୟ ଇନିଂସରେ ଭାରତ ଦ୍ରୁତଗତିରେ ସ୍କୋର୍ କରିଥିଲା। ଦୁଇ ଭାରତୀୟ ଓପ୍‌ନର ରୋହିତ ଶର୍ମା ଓ ଯଶସ୍ବୀ ଜୟସୱାଲ ଆରମ୍ଭରୁ ଆକ୍ରମଣ କରିଥିଲେ। ଦୁହେଁ ୧୨ ଓଭରରେ ୯୮ ରନ୍‌ ଯୋଡ଼ିଥିଲେ। ରୋହିତ ୪୪ ବଲରୁ ୫ଟି ଚୌକା ଓ ୩ଟି ଛକା ସହ ୫୭ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ଯଶସ୍ବୀ ଜୟସୱାଲ ୩୦ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୮ ରନ୍‌କରି ବିଦାୟ ନେଇଥିଲେ। ଭୋଜନ ବିରତି ପୂର୍ବରୁ ଓ ପରେ ବର୍ଷା ହେବାରୁ ୨ ଥର ଖେଳ ବାଧାପ୍ରାପ୍ତ ହୋଇଥଲା। ଶୁବ୍‌ମାନ ଗିଲ୍‌ ୨୯ ଓ ଈଶାନ୍ କିଶନ୍ ୫୨ ରନ୍‌ କରିବା ପରେ ଭାରତ ୨ ୱିକେଟ ହରାଇ ୧୮୧ ରନରେ ୨ୟ ଇନିଂସ ଘୋଷଣା କରିଥିଲା। ୱେଷ୍ଟଇଣ୍ଡିଜ୍‌ ପାଇଁ ୩୬୫ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ୪ର୍ଥ ଦିନ ଖେଳ ଶେଷ ସୁଦ୍ଧା ୱେଷ୍ଟଇଣ୍ଡିଜ୍‌ ୨ ୱିକେଟ ହରାଇ ୭୬ ରନ ସଂଗ୍ରହ କରିଛି। ଚନ୍ଦ୍ରପଲ ୨୪ ଓ ବ୍ଲାକଉଡ ୨୦ ରନ କରି ଅପରାଜିତ ଅଛନ୍ତି। ଏବେ ଭାରତ ବିଜୟଠାରୁ ୨୮୯ ରନ ଦୂରରେ ରହିଛି।

- Advertisement -

୪ର୍ଥ ଦିନରେ ଆଲିକ୍‌ ଆଥାନେଜ୍‌ ୩୭ ଓ ଜେସନ୍ ହୋଲ୍‌ଡର ୧୫ ରନ୍‌ କରିଥିଲେ। ମହମ୍ମଦ ସିରାଜ୍ ୫ଟି ଏବଂ ଟେଷ୍ଟ ପଦାର୍ପଣରେ ମୁକେଶ କୁମାର ଓ ରବୀନ୍ଦ୍ର ଜାଡ଼େଜା ୨ଟି ଲେଖାଏଁ ୱିକେଟ ନେଇଥିଲେ। ୭ମ ଭାରତୀୟ ଭାବେ ୱେଷ୍ଟଇଣ୍ଡିଜ୍‌ରେ ସିରାଜ୍ ଏକ ଇନିଂସରେ ୫ଟି ଟେଷ୍ଟ ୱିକେଟ ନେଇଛନ୍ତି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories