www.samajalive.in
Monday, December 8, 2025
24.1 C
Bhubaneswar

ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାରେ ଯୁବଶକ୍ତିର ଭୂମିକା ଗୁରୁତ୍ୱପୂର୍ଣ୍ଣ : ମୋଦୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ଯୁବଶକ୍ତିର
ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶନିବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୦ ହଜାରରୁ ଅଧିକ ନବ ନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ଦେଶର ବିକାଶରେ ସକ୍ରିୟଭାବେ ସାମିଲ ହେବାକୁ ସେମାନଙ୍କୁ ପ୍ରୋତ୍ସାହିତ କରାଯାଉଛି । ୨୦୪୭ ମସିହା ସୁଦ୍ଧା  ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ଯୁବପିଢୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ବ୍ୟାଙ୍କିଙ୍ଗ କ୍ଷେତ୍ର ବିଷୟରେ କହିଛନ୍ତି ଯେ, ଭାରତ ଏଭଳି ଏକ ଦେଶ ଯେଉଁଠି ବ୍ୟାଙ୍କିଙ୍ଗ କ୍ଷେତ୍ର ସବୁଠୁ ଶକ୍ତିଶାଳୀ ବୋଲି ବିବେଚନା କରାଯାଉଛି । କିନ୍ତୁ ୯ ବର୍ଷ ପୂର୍ବେ ଏଭଳି ସ୍ଥିତି ନଥିଲା। ଶ୍ରୀ ମୋଦୀ କହିଛନ୍ତି ଦେଶରେ ୫୦ କୋଟିରୁ ଅଧିକ ଜନ-ଧନ ଜମାଖାତା ଖୋଲାଯାଇଛି ଓ ଏହା ପ୍ରତ୍ୟେକ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଗର୍ବର ବିଷୟ ।
ସୂଚନା ଅନୁସାରେ, ଦେଶର ୪୪ଟି ସ୍ଥାନରେ ରୋଜଗାର ମେଳାର ଆୟୋଜନ କରାଯାଇଥିଲା। ଦେଶରେ ରୋଜଗାର ସୃଷ୍ଟି ଏବଂ ଚାକିରି ଦେବା ଲାଗି କେନ୍ଦ୍ର ସରକାର ରୋଜଗାର ମେଳା ଆୟୋଜନ କରୁଛନ୍ତି। ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ଯୁବକ-ଯୁବତୀମାନେ ରାଜସ୍ୱ,ଆର୍ଥିକ ସେବା, ଶିକ୍ଷା, ଡାକ, ଜଳସମ୍ପଦ ବିଭାଗ ସହିତ ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଏବଂ ପରିବାରକଲ୍ୟାଣ, ଗୃହ ମନ୍ତ୍ରଣାଳୟରେ ନିଯୁକ୍ତି ପାଇଛନ୍ତି। ସରକାରଙ୍କର ଏହି ପଦକ୍ଷେପ ଯୁବଗୋଷ୍ଠୀଙ୍କୁ ସଶକ୍ତ କରିବା ସହିତ ଦେଶର ବିକାଶରେ
ଗୋଟିଏ ବଡ଼ ପଦକ୍ଷେପ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ,ଯୁବଗୋଷ୍ଠୀଙ୍କୁ ସଶକ୍ତ କରିବା ଏବଂ ନୂତନ ନିଯୁକ୍ତି ଦେବା ଲାଗି ପ୍ରଧାନମନ୍ତ୍ରୀ ୨୦୨୨ ଅକ୍ଟୋବର ମାସ ୨୨ ତାରିଖରେ ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories