www.samajalive.in
Monday, December 8, 2025
27.1 C
Bhubaneswar

ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ନିୟତି

ଡେସ୍କ: ଥ୍ରୀ ମୁଭିଜ ଓ ରିସା ଫିଲ୍ମସର ପ୍ରଯୋଜନା ଏବଂ ସମରେଶ ରାଉତରାୟଙ୍କ ପ୍ରସ୍ତୁତିରେ ନିର୍ମିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ନିୟତି’ ସାରା ଓଡିଶାର ୨୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଚଳଚ୍ଚିତ୍ର ନିୟତିର ପ୍ରିମିଅର ଶୋ ସ୍ଵାତି ସିନେପ୍ଲେକ୍ସ ଠାରେ ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ସିନେମା ଜଗତର ଅନେକ ପ୍ରଯୋଜକ, ନିର୍ଦ୍ଦେଶକ ତଥା ଅଭିନେତା ଅଭିନେତ୍ରୀ ମାନେ ଚଳଚ୍ଚିତ୍ର ଦେଖିବା ପାଇଁ ତଥା ସିନେପ୍ରେମୀଙ୍କ ମନରେ ଓଡ଼ିଆ ସିନେମା ପ୍ରତି ଆଗ୍ରହ ବଢେଇବା ପାଇଁ ଉପସ୍ଥିତ ଥିଲେ। ନିର୍ଦ୍ଦେଶକ ଅବତାର ସିଂ, ପ୍ରଯୋଜକ ଅକ୍ଷୟ ପରିଜା, ପ୍ରଣବ ଦାସ, ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ, ଶ୍ରୀଧର ମାର୍ଥା, ଏନ ଗଙ୍ଗାଧର ରେଡ୍ଡୀ, ଗଦାଧର ପୁଟି, ସୁଶାନ୍ତ ମଣି, ଯୁବ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, ଅଭିନେତ୍ରୀ ଅନୁ ଚୌଧୁରୀ, ଅଭିନେତା ପାର୍ଥ ସାରଥୀଙ୍କ ସମେତ ଚଳଚ୍ଚିତ୍ରର ପ୍ରଯୋଜକ ତଥା ବରିଷ୍ଠ ଅଭିନେତା ସମରେଶ ରାଉତରାୟ, ସୁଧାଂଶୁ ନାରାୟଣ ଦାଶ (ସାନୁ), ପ୍ରେମଲଥା ରାଉତରାୟ, ଦିବ୍ୟା ମହାନ୍ତି, ପୁପୁଲ ଭୂୟାଁ, ଶୁଭ୍ରାଂଶୁ, ଉଦିତ, କେକେ, ବିଷାନ, ଅଭିଜିତ, ଅଙ୍କିତ ଉପସ୍ଥିତ ଥିଲେ।

ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଭାର ଜଣେ ଯୁବ ନିର୍ଦ୍ଦେଶକଙ୍କ କାନ୍ଧରେ ଥିବା ବେଳେ ଏକ ନିଚ୍ଛକ ମୌଳିକ କାହାଣୀକୁ ନେଇ ନିର୍ମାଣ କରିଛନ୍ତି। ଗତାନୁଗତିକ ସମାଜର ଘଟଣାବଳୀକୁ ନେଇ ଯୁବ ସମାଜ ଉପରେ ଗୁରୁତ୍ୱ ଦେଇ ନିର୍ମିତ ଚଳଚ୍ଚିତ୍ର ନିୟତି। କିଛି ବର୍ଷ ହେବ ଓଡ଼ିଆ ସିନେମାର ଧାରା ବଦଳି ଥିବା ବେଳେ ପ୍ରଯୋଜନା ସଂସ୍ଥା ତରଫରୁ ମଧ୍ୟ ଏହି ସିନେମା ମାଧ୍ୟମରେ ସେଇ ପ୍ରୟାସ ଜାରି ରଖିଛନ୍ତି। ବଳିଷ୍ଠ କାହାଣୀ ସହିତ ପ୍ରବୀଣ ନୂଆ ପୁରୁଣା କଳାକାରଙ୍କୁ ନେଇ ନିର୍ମାଣ ହୋଇଛି ଚଳଚ୍ଚିତ୍ର ନିୟତି। ସମସ୍ତ ସିନେ ପ୍ରେମୀ ତଥା କଳାକାର ମାନେ ଏହି ଚଳଚ୍ଚିତ୍ର ଦେଖିବା ସହିତ ଉତ୍ସାହିତ କରିବା ଉଚିତ ବୋଲି ପ୍ରଚାର ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ ମତ ପ୍ରକାଶ କରିଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories