www.samajalive.in
Wednesday, November 19, 2025
29.1 C
Bhubaneswar

ବିଜେପିର ଜନସମ୍ପର୍କରୁ ଜନସମର୍ଥନ ପଦଯାତ୍ରା

ଆଠଗଡ: ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତୃତ୍ୱାଧୀନ ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ଶୁକ୍ରବାର ସମସରପୁର ମଣ୍ଡଳରେ ଘର ଘର ଚାଲ ଅଭିଯାନ ଆରମ୍ଭ ହୋଇଯାଇଛି। ବିଜେପି ନେତା ଅଭୟ କୁମାର ବାରିକଙ୍କ ନେତୃତ୍ବରେ ଏହି ପଦଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସେବା ମନୋଭାବ, ସୁଶାସନ, ଗରିବ କଲ୍ୟାଣ ଯୋଜନା ଇତ୍ୟାଦି ସମ୍ପର୍କରେ ଲୋକମାନଙ୍କ ଘରକୁ ଯାଇ ବିଜେପି କାର୍ଯ୍ୟକର୍ତ୍ତା ବୁଝାଇଥିଲେ। ମୋଦୀ ସରକାରଙ୍କ ଗରିବଙ୍କ ପାଇଁ ମୌଳିକ ଭିତ୍ତିଭୂମି ନିର୍ମାଣ, ୮୦ କୋଟି ନାଗରିକଙ୍କ ଖାଦ୍ୟ ସୁରକ୍ଷା ବିଶ୍ଵର ସର୍ବବୃହତ୍ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଦୁର୍ବଳ ବର୍ଗଙ୍କ ଆକାଂକ୍ଷା ପୁରଣ ଏବଂ ଅଧିକାର ସୁରକ୍ଷା , ଦିବ୍ୟାଙ୍ଗଙ୍କ ସଶକ୍ତିକରଣ ଓ ଆଦିବାସୀ ମାନଙ୍କ କଲ୍ୟାଣ ପ୍ରତିବଦ୍ଧତା ସହ କାର୍ଯ୍ୟକ୍ରମ ଆଗେଇ ଚାଲିଛି। ସାମଗ୍ରିକ ବିକାଶ ଓ ସବୁ ମୌଳିକ ସୁବିଧା ସହିତ ୩ କୋଟିରୁ ଅଧିକ ଲୋକଙ୍କୁ ଶସ୍ତା ଆବାସ ସୁବିଧା ଯୋଗାଇବା ଇତ୍ୟାଦି ବିଷୟରେ ଲୋକମାନଙ୍କୁ ଅବଗତ କରାଇଥିଲେ। ସରକାରଙ୍କ ଯୋଜନା ଗୁଡିକ ପ୍ରକୃତ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ ବୋଲି ବିଜେପି ନେତା ଶ୍ରୀ ବାରିକ ଅଭିଯୋଗ କରିଥିଲେ। ଆଜି କୁଲାଇଲୋ ପଞ୍ଚାୟତରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା କୁଲାଇଲୋ, ପାଟଲିଙ୍ଗା, ପାଟେଣୀ ଗାଁ, ଉଦୟପୁର, ଗଉଡଝରି ଗ୍ରାମରେ ସମାପ୍ତ ହୋଇଥିଲା। କାର୍ଯ୍ୟକ୍ରମରେ ଆଠଗଡର ବିଜେପି ନେତା ତଥା ସମସରପୁର ମଣ୍ଡଳ ସଭାପତି ତପନ ଲେଙ୍କା, ପ୍ରକାଶ କୁମାର ସେଠୀ, ଜଗଦାନନ୍ଦ ତ୍ରିପାଠୀ, ସରୋଜ ଦାସ, ଜଗଦିଶ ପ୍ରସାଦ କବି, ମାନୁଏଲ ପାତ୍ର ପ୍ରମୁଖ ସାମିଲ ହୋଇଥିଲେ।

Hot this week

ଶୀତ ଦିନେ ଗୁଡ ଖାଇଲେ ମିଳିବ ଅନେକ ଫାଇଦା

ସମାଜ ଲାଇଭ ଡ଼େସ୍କ : ଶୀତଦିନ ଆସିବା ସହିତ ଗୁଡ଼ ବଜାରରେ...

ଯୁବତୀଙ୍କୁ ପ୍ରେମ ପ୍ରତାରଣା; ବନ୍ଧା ହେଲେ ଏୟାର ଫୋର୍ସର ଯବାନ

ଭୁବନେଶ୍ବର: ମହଙ୍ଗା ପଡିଲା ଲଭ୍‌, ସେକ୍ସ ଆଉ ଧୋକା। ଯୁବତୀଙ୍କ ସହ...

ବିଷାକ୍ତ ପାଉଁଶ ବୋଝଇ ଟ୍ରକ ଦୁର୍ଘଟଣାରେ ବାବାଙ୍କ ମୃତ୍ୟୁ

ରେଢ଼ାଖୋଲ: ୫୫ ନଂ ଜାତୀୟ ରାଜପଥ ରେଢ଼ାଖୋଲ ଡାକ୍ତରଖାନା ଛକ ନିକଟରେ...

ବଢୁଛି ଭାଇରାଲ ସଂକ୍ରମଣ: କଣ କରିବେ

ସମାଜ ଡିଜିଟାଲ ଡେସ୍କ: ଆମ ଚାରିପାଖରେ ଅନେକ ଲୋକଙ୍କୁ ଦେଖିଛେ ଯେଉଁମାନେ...

ବିହାର : କାହାକୁ ମିଳିବ ମନ୍ତ୍ରୀପଦ ?

ସମାଜ ଲାଇଭ ଡ଼େସ୍କ : ବିହାରରେ ଏନଡିଏ ସରକାର ଆସନ୍ତାକାଲି ଶପଥ...

Related Articles

Popular Categories