www.samajalive.in
Monday, December 8, 2025
24.1 C
Bhubaneswar

କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ

ପଟାଙ୍ଗି : କିଛି ଦିନର ନିରବତା ପରେ ପୁଣି ଆନ୍ଧ୍ର ପ୍ରଶାସନ ପକ୍ଷରୁ କୋଟିଆରେ ଅନୁପ୍ରବେଶ କରି ଉପସ୍ଥିତି ଜାହିର କରିଛି। ଆଜି ଆନ୍ଧ୍ର ପ୍ରଦେଶ ପ୍ରଶାସନ ପକ୍ଷରୁ ସାଲୁର ମଣ୍ଡଳ ଅଧିକାରୀ ରମାଦେବୀଙ୍କ ଆହ୍ୱାନକ୍ରମେ ନାରେଡିବାଲସା ଗ୍ରାମରେ ଜଗନ ସୁରକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଜଗନ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବା ସହ ଆଗାମୀ ଦିନରେ ସରକାର ଲୋକଙ୍କ ପାଇଁ ବହୁ ନୂତନ ଯୋଜନା ଘୋଷଣା କରିବାକୁ ଯାଉଥିବା ଅବଗତ କରାଇଥିଲେ। ଏହି ଅବସରରେ ତାଡ଼ିବାଲସା, ନେରେଡ଼ିବାଲସା, ଆରଜୁବାଲସା, ଗଞ୍ଜେଇ ପଦର, ଉପରସେମ୍ବି, ତଳସେମ୍ବି ଆଦି ଗ୍ରାମପୁଞ୍ଜରୁ ବହୁମହିଳା ଓ ପୁରୁଷ ଯୋଗ ଦେଇଥିଲେ। କୋଟିଆ ପଞ୍ଚାୟତର ଆନ୍ଧ୍ରର ପୂର୍ବତନ ସରପଞ୍ଚ ବେଶୁ ଗେମେଲ ଓ ବର୍ତ୍ତମାନର ସରପଞ୍ଚ ତଳଗଞ୍ଜେଇପଦର ନିବାସୀ ଦିବାକର ଗେମେଲଙ୍କ ନେତୃତ୍ବରେ ବିଭିନ୍ନ ଗ୍ରାମପୁଞ୍ଜବାସୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ କୌଣସି କଟକଣା ନ ଥିବାରୁ ବାରମ୍ବାର ଅନୁପ୍ରବେଶ ବୃଦ୍ଧି ସହ ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ବିଭ୍ରାନ୍ତ ସୃଷ୍ଟି କରାଯାଉଥିବା ଅଭିଯୋଗ ହେଉଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories