www.samajalive.in
Monday, December 8, 2025
24.1 C
Bhubaneswar

ଟ୍ରେନ୍‌ରେ ବୋମା ସୂଚନା ଖେଳାଇଲା ଆତଙ୍କ; ଷ୍ଟେସନରେ ସୁରକ୍ଷାକର୍ମୀ ଛାଉଣି

ମଥୁରା: ଉତ୍ତରପ୍ରଦେଶର ମଥୁରା ରେଳ ଷ୍ଟେସନରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଦକ୍ଷିଣ ଏକ୍ସପ୍ରେସ୍‌ ଟ୍ରେନରେ ବୋମା ଥିବା ସୂଚନା ଖେଳାଇ ଦେଇଥିଲା ଆତଙ୍କ। ଫଳରେ ଆରପିଏଫ, ଜିଆରପି ସହ ସ୍ଥାନୀୟ ପୁଲିସ ମିଳିତ ଭାବେ ଷ୍ଟେସନରେ ପରିସରରେ ଚଳାଇଥିଲେ ଜୋରଦାର ଯାଞ୍ଚ ଅଭିଯାନ। ଏହି ସମୟରେ ଯାତ୍ରୀମାନଙ୍କ ଜିନିଷପତ୍ରକୁ ମଧ୍ୟ ଯାଞ୍ଚ କରାଯାଇଥିଲା। ଏହି କାରଣରୁ ଯାତ୍ରୀମାନଙ୍କ ମଧ୍ୟରେ ଖେଳି ଯାଇଥିଲା ଆତଙ୍କ।

ବୁଧବାର ବିଳମ୍ବିତ ରାତିରେ ମଥୁରା ଷ୍ଟେସନରେ ଅଧିକାରୀମାନଙ୍କୁ ସୂଚନା ମିଳିଲା ଯେ, ଦକ୍ଷିଣ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ବୋମା ଅଛି। ସଙ୍ଗେ ସଙ୍ଗେ ଏହି ସୂଚନା ସୁରକ୍ଷା ବାହିନୀଙ୍କୁ ଦିଆଯାଇଥିଲା। ଦେଖୁ ଦେଖୁ ଷ୍ଟେସନ ପରିସର ପୁଲିସ ଛାଉଣି ହୋଇଯାଇଥିଲା। ପ୍ଲାଟଫର୍ମ ନମ୍ବର ୧ରେ ଯାଞ୍ଚ କରାଯାଇଥିଲା। ଷ୍ଟେସନରେ ସ୍ଥାନୀୟ ପୁଲିସ ସମେତ ଆରପିଏଫ, ଜିଆରପି, ଡଗ୍‌ ସ୍କ୍ବାଡ୍‌, ବୋମା ନିଷ୍କ୍ରିୟକାରୀ ଦଳ ଟ୍ରେନ୍‌ ଓ ପ୍ଲାଟଫର୍ମରେ ଦୀର୍ଘ ସମୟ ଧରି ଯାଞ୍ଚ ଅଭିଯାନ ଚଳାଇଥିଲେ। ​ତେବେ ଟ୍ରେନରେ କିଛି ନ ମିଳିବାରୁ ରାତି ୨ଟା ୪୪ ସମୟରେ ଟ୍ରେନ୍‌ ଛାଡ଼ିଥିଲା। ଏହି ଟ୍ରେନ୍‌ ଦିଲ୍ଲୀରୁ ହାଇଦରାବାଦ ଯାଉଥିଲା।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories