www.samajalive.in
Sunday, December 7, 2025
23.1 C
Bhubaneswar

ଡିସେମ୍ବରରେ ୧୦୮ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ

ସମ୍ବଲପୁର : ଆସନ୍ତା ଡିସେମ୍ବର ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ହରିଦ୍ୱାରର ଶାନ୍ତିକୁଞ୍ଜ ଆଶ୍ରମର ତତ୍ତ୍ୱାବଧାନରେ ରେମେଡ଼ ଠାରେ ନବ ଚେତନା ଜାଗରଣ ୧୦୮ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେବ। ଏହି ଯଜ୍ଞରେ ଦେବ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ତଥା ଆନ୍ତର୍ଜାତୀୟ ଆଧ୍ୟାତ୍ମିକ ବୈଜ୍ଞାନିକ ତଥା ପ୍ରବକ୍ତା ଡାକ୍ତର ଚିନ୍ମୟ ପାଣ୍ଡ୍ୟା ଯୋଗ ଦେବେ। ଏହି ଭବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ୧୧ଟି ଜିଲାର ଗାୟତ୍ରୀ ପରିବାରର ଲକ୍ଷାଧିକ ଭକ୍ତ ଯୋଗ ଦେବେ ଯଜ୍ଞ ପରିଚାଳନା କମିଟିର ସଭାପତି ଦୀନଦୟାଲ ଅଗ୍ରୱାଲ କହିଛନ୍ତି। ଆଜି କମଳିବଜାରସ୍ଥିତ ଗାୟତ୍ରୀ ଶକ୍ତିପୀଠରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଅଗ୍ରୱାଲ କହିଛନ୍ତି ଯେ, ଯଜ୍ଞକାର୍ଯ୍ୟ ସମ୍ପାଦନ ପାଇଁ ହରିଦ୍ୱାରରୁ ସ୍ୱତନ୍ତ୍ର ଟୋଲି ଆସିବେ। ଏଥିପାଇଁ ୫ କ୍ୱିଣ୍ଟାଲ ହବନ ସାମଗ୍ରୀ, ୨ କ୍ୱିଣ୍ଟାଲ ଶୁଦ୍ଧ ଘିଅ ଏବଂ ପ୍ରାୟ ୧୦ ଟ୍ରକ୍‌‌ କାଠ ବ୍ୟବହାର ହେବ। ପ୍ରାୟ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଯଜ୍ଞ ପାଇଁ ବ୍ୟୟ ଅଟକଳ କରାଯାଇଛି। ଏହି ସମସ୍ତ ଅର୍ଥ ଭକ୍ତଙ୍କ ଠାରୁ କୁପନ ଜରିଆରେ ସଂଗ୍ରହ କରାଯିବା ସାଙ୍ଗକୁ ମୁଷ୍ଟିଭିକ୍ଷା ଏବଂ ଅଂଶଦାନରୁ ସଂଗ୍ରହ କରାଯିବ। ଯଜ୍ଞର ପ୍ରାୟ ୧ ମାସ ପୂର୍ବରୁ ଭୂମି ପୂଜନ ଓ ଦେବଦମ୍ପତ୍ତି ସମ୍ମିଳନୀ ଆୟୋଜନ କରାଯିବ। ଆସନ୍ତା ୨୦ ତାରିଖରେ ସମ୍ବଲପୁରରୁ ୨୩୦ ଜଣ ଗାୟତ୍ରୀ ପରିଜନ ହରିଦ୍ୱାର ଯାଇ ଶକ୍ତି କଳସ ଆଣିବେ। ସେଠାରୁ ସେମାନେ ୨୬ ତାରିଖ ଫେରିବା ପରେ ସମ୍ବଲପୁରର ଗାୟତ୍ରୀ ଶକ୍ତିପୀଠ ଠାରେ ତାର ସ୍ଥାପନ କରାଯିବ। ଏହା ପରେ ପରେ ଶକ୍ତି କଳସ ବିଭିନ୍ନ ଜିଲାରେ ପରିକ୍ରମା କରିବ। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବାହାରୁ ଆସୁଥିବା ଭକ୍ତମାନଙ୍କର ରହଣୀ ଓ ଖାଇବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସହରର ସମସ୍ତ ଧର୍ମଶାଳା, ଅତିଥି ଭବନ ସଂରକ୍ଷିତ ରଖାଯାଇଛି। ଏହାଛଡ଼ା ଯଜ୍ଞରେ ଯୋଗଦେବାକୁ ଥିବା ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା ମଧ୍ୟ କରାଯାଇଛି। ଯଜ୍ଞ ଅବସରରେ ୨୪ ଲକ୍ଷ ମନ୍ତ୍ର ଲିଖନ ପାଇଁ ପାଞ୍ଚ ହଜାର ଖାତା ଭକ୍ତଙ୍କୁ ବଣ୍ଟନ କରାଯାଇଛି। ଯଜ୍ଞର ସୁପରିଚାଳନା ନିମନ୍ତେ ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ମହାପାତ୍ରଙ୍କୁ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ରୂପେ ମନୋନୀତ କରାଯାଇଥିବା ଶ୍ରୀ ଅଗ୍ରୱାଲ ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ହେମନ୍ତ କୁମାର ମହାପାତ୍ର, ପରିଚାଳନା କମିଟିର ଉପାଧ୍ୟକ୍ଷ ଶ୍ରୀ ବାନାମ୍ବର ସର, କୋଷାଧ୍ୟକ୍ଷ ତୁଷାର ରଞ୍ଜନ ପଟ୍ଟନାୟକ, ଜନସମ୍ପର୍କ ବିଭାଗର ସତ୍ୟନାରାୟଣ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories