www.samajalive.in
Monday, December 8, 2025
14.1 C
Bhubaneswar

ଫ୍ରିଜରେ ଚିକେନ୍‌‌ ରଖୁଥିଲେ; ଜାଣି ରଖନ୍ତୁ, ନଚେତ୍‌‌..

ଚିକେନ ହେଉ କିମ୍ବା ମଟନ୍‌‌ ଉଭୟ ପ୍ରୋଟିନରେ ଭରପୁର। ଅଧିକାଂଶ ଲୋକେ ପ୍ରୋଟିନ୍‌‌ ପାଇଁ ଚିକେନ ସେବନ କରିଥାଆନ୍ତି। ତେବେ ଚିକେନକୁ ପ୍ରସ୍ତୁତ କରିବାର ଶୈଳୀ ଓ ଏହାକୁ ଫ୍ରିଜରେ ରଖିବା ନେଇ ଅନେକ ଉପାୟ ରହିଛି। ଏହାକୁ ସଠିକ୍‌‌ ଭାବେ ନରଖିବା ଦ୍ୱାରା, ଏହା ଶରୀର ପାଇଁ ଅନେକ ରୋଗର କାରଣ ପାଲଟିଥାଏ। କିଛି ଲୋକେ କଞ୍ଚା ଚିକେନ୍‌‌କୁ ଆଣି ଫ୍ରିଜରେ ରଖିଥାଆନ୍ତି। ମାତ୍ର ଏହା ଜାଣିବା ଆବଶ୍ୟକ, କେତେ ଦିନ ପର୍ଯ୍ୟନ୍ତ ଚିକେନ୍‌‌କୁ ଫ୍ରିଜରେ ରଖିପାରିବେ। ଜାଣନ୍ତୁ..
ରିପୋର୍ଟ ଅନୁଯାୟୀ, କଞ୍ଚା ଚିକେନ୍‌‌କୁ ୨ ଦିନରୁ ଅଧିକ ଫ୍ରିଜରେ ରଖନ୍ତୁ ନାହିଁ। ଭଜା ଚିକେନକୁ ୩ ଦିନରୁ ଅଧିକ ସମୟ ଫ୍ରିଜରେ ରଖନ୍ତୁ ନାହିଁ। ସେହିପରି ଫ୍ରିଜର ତାପମାତ୍ରା ୪ଡିଗ୍ରୀରୁ କମ୍‌‌ ରହିଲେ, ଚିକେନ୍‌‌ରେ ବ୍ୟାକ୍ଟେରିଆ ବିକାଶ କମ୍‌‌ ହୋଇଥାଏ। ସେହିପରି କଞ୍ଚା ଚିକେନକୁ ସମ୍ପୂର୍ଣ୍ଣ ବନ୍ଦ ଥିବା ଡବା ମଧ୍ୟରେ ରଖିବା ଉଚିତ। ଯାଦ୍ୱାରା ଚିକେନର ପ୍ରଭାବ ଅନ୍ୟ ଖାଦ୍ୟ ଉପରେ ପଡିନଥାଏ। ଚିକେନ୍‌‌କୁ ଅଧିକ ଦିନ ଯାଏଁ ଫ୍ରିଜରେ ରଖିଲେ ଅଧିକ ବ୍ୟାକ୍ଟେରିଆ ବୃଦ୍ଧି ହୋଇଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ନୁହେଁ। ଅନେକ ରୋଗ ସୃଷ୍ଟି କରିଥାଏ।
ଚିକେନ୍‌‌ ଖରାପ ହୋଇଯିବା ପରେ କିମ୍ବା ଅଧିକ ଦିନ ରଖିବା ପରେ ଏହାର ସେବନ କଲେ ଅନେକ ଘାତକ ରୋଗ ହେବାର ସମ୍ଭାବନା ଥାଏ। ବଦହଜମି, ବାନ୍ତି, ପେଟ ଜନିତ ରୋଗ ଆଦି ସମସ୍ୟା ସୃଷ୍ଟି ହୋଇଥାଏ। କେତେକ ସମୟରେ ହସ୍ପିଟାଲ ଯିବାକୁ ମଧ୍ୟ ପଡିଥାଏ।
କିଭଳି ଜାଣିବେ ଚିକେନ୍‌‌ ଖରାପ ହୋଇଯାଇଥିଲେ..
ଫ୍ରିଜରେ ରଖିବା ପରେ ମଧ୍ୟ ଚିକେନ୍‌‌ର ରଙ୍ଗ ହାଲକା ସବୁଜ ରଙ୍ଗ ଦେଖାଗଲେ, ଏହା ଖରାପ ହୋଇଯାଇଛି। ଏଥିରେ ଅଧିକ ପରିମାଣରେ ବ୍ୟାକ୍ଟେରିଆ ବୃଦ୍ଧି ହୋଇଛନ୍ତି।
ଚିକେନ୍‌‌ରୁ ଏକ ପ୍ରକାର ଗନ୍ଧ ଆସିଲେ ମଧ୍ୟ ଜାଣିବେ ଏହା ଖରାପ ହୋଇ ଯାଇଛି। ଏହାକୁ ଆଦୌ ସେବନ କରିବା ଉଚିତ ନୁହେଁ।
ଚିକେନ୍‌‌ର ଆକାର ଓ ଗୁଣ ବଦଳିଯିବା। ଚିକେନ ଖରାପ ହୋଇଗଲେ ଏହା ହାତକୁ ଭିନ୍ନ ପ୍ରକାର ଅନୁଭବ ହୋଇଥାଏ। ଆବଶ୍ୟକତା ଠାରୁ ଅଧିକ ନରମ ମଧ୍ୟ ଲାଗି ଥାଏ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories