www.samajalive.in
Saturday, December 13, 2025
15.1 C
Bhubaneswar

ବଜରଙ୍ଗ ଦଳ ଦ୍ବାରା ମଇଁଷି ବୋଝେଇ ଟ୍ରକ ଅଟକ; ପୁଲିସକୁ ହସ୍ତାନ୍ତର

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ରାଜ୍ୟ ୬ନଂ ରାଜପଥ ସିକେରକୁପାଠାରେ ଏକ ମଇଁଷି ବୋଝେଇ ଟ୍ରକକୁ ଜବତ କରି ସିକେରକୁପା ପୁଲିସକୁ ଜିମା ଦେଇଛି କଳାହାଣ୍ଡି ବଜରଙ୍ଗ ଦଳ। ଉକ୍ତ ରାସ୍ତା ଦେଇ ରାୟପୁରଠାରୁ ବିଶାଖାପାଟଣମକୁ ଗୋରୁ ଚାଲାଣ ବର୍ଷ ବର୍ଷ ଧରି ଚାଲିଛି। ଏହି ଗୋରୁ ଚୋରା ଚାଲାଣ ରୋକିବା ପାଇଁ କଳାହାଣ୍ଡି ବଜରଙ୍ଗ ଦଳ ପକ୍ଷରୁ ଚେଷ୍ଟା ଜାରି ରହିଛି। ଆଜି ଗୋଟିଏ ଟ୍ରକରେ ଗୋରୁ ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଦଳ ପକ୍ଷରୁ ଟ୍ରକଟିକୁ ପିଛା କରି ଲାଞ୍ଜିଗଡ଼ ବ୍ଳକ ସିକେରକୁପାଠାରେ ଅଟକ ରଖିଥିଲେ। ତଦନ୍ତ ପରେ ଟ୍ରକରେ ୨୩ଟି ମଇଁଷି ରହିଥିବା ଜଣାପଡ଼ିଥିଲା। ଏନେଇ ଦଳ ପକ୍ଷରୁ ସିକେରକୁପା ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଛି। ସିକେରକୁପା ପୁଲିସ ଟ୍ରକଟିକୁ ଫାଣ୍ଡିରେ ଅଟକ ରଖି ତଦନ୍ତ କରୁଥିବା ସୂଚନା ମିଳିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories