www.samajalive.in
Monday, December 8, 2025
14.1 C
Bhubaneswar

ଚନ୍ଦ୍ରାଯାନ-୩ ପାଇଁ ସିଟିଟିସି ଯୋଗାଇଛି ୭୫ ହଜାର ଯନ୍ତ୍ରାଂଶ

ଭୁବନେଶ୍ୱର: ଆସନ୍ତାକାଲି ଲଞ୍ଚ ହେବ ଚନ୍ଦ୍ରୟାନ-୩। ତେବେ ଏହି ଚନ୍ଦ୍ରଯାନ-୩ ପାଇଁ ଭୁବନେଶ୍ବର ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର-ସିଟିଟିସିର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା। ସିଟିଟିସି ବିଭିନ୍ନ ଯନ୍ତ୍ରାଂଶ ଇସ୍ରୋକୁ ଯୋଗାଇଥିବା ଜଣାପଡ଼ିଛି। ଲ୍ୟାଣ୍ଡର ଓ ରୋଭର ପାଇଁ ଯନ୍ତ୍ରପାତି ତିଆରି କରିଛି ସିଟିଟିସି। ମହାକାଶ ଯାନକୁ ହାଲୁକା କରିବାକୁ ସ୍ବତନ୍ତ୍ର ଟେକ୍ନୋଲୋଜି କରିଛି। ଏନେଇ ଦୁଇ ବର୍ଷ ପୂର୍ବେ ସିଟିଟିସିକୁ ମିଳିଥିଲା ଉପକରଣର ଚିତ୍ରାଙ୍କନ(ଡ୍ରଇଙ୍ଗ)। ଯାହା ଆଧାରରେ କମ୍ପାନୀ ନିର୍ମାଣ କରିଥିଲା ୭୫ ହଜାର ଯନ୍ତ୍ରାଂଶ। ସିଟିଟିସି ସେଣ୍ଟରରେ ଏହି ଯନ୍ତ୍ରାଂଶ ନିର୍ମାଣ କାମରେ ସାମିଲ ଥିଲେ ୧୫୦ କର୍ମଚାରୀ। ଏନେଇ ଇସ୍ରୋ ମଧ୍ୟ ସିଟିଟିସିକୁ ଅନେକ ହ୍ୟାଣ୍ଡ ହୋଲଡିଂ ଯୋଗାଇ ଦେଇଥିଲା। ଚନ୍ଦ୍ରୟାନ-୩ରେ ୩ଟି ଆଣ୍ଟିନା ଓ ହାଇ ବର୍ଡର ସେନସର ଲାଗିଛି। ଏହି କେନ୍ଦ୍ରର କାର୍ଯ୍ୟରତ ଶହେରୁ ଅଧିକ ଟେକ୍ନିସିଆନ ଗତ ୨ ବର୍ଷ ହେଲା କଠିନ ପରିଶ୍ରମ କରିଛନ୍ତି। ସିଟିଟିସି ଗତ ୨୫ ବର୍ଷ ହେଲା ଇସ୍ରୋ ସହ ସମନ୍ବୟ ରଖି କାମ କରିଆସୁଛି। ପ୍ରକାଶ ଯେ, ପୂର୍ବରୁ ଅନ୍ୟ ମହାକାଶ ଅଭିଯାନ ପାଇଁ ମଧ୍ୟ ସିଟିଟିସି ବିଭିନ୍ନ ଯନ୍ତ୍ରାଂଶ ଯୋଗାଇଛି। ଚନ୍ଦ୍ରଯାନ-୨ର ମଧ୍ୟ ଯନ୍ତ୍ରାଂଶ ଏଠାରେ ତିଆରି ଓ ଯୋଡା ଯାଇଥିଲା ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories