www.samajalive.in
Thursday, December 11, 2025
26.1 C
Bhubaneswar

୩ ମାସରେ ନୂଆ ନିୟମ ଆଣିବାକୁ ନିର୍ଦେଶ

କଟକ : ଆପାର୍ଟମେଣ୍ଟରେ ଫ୍ଲାଟ କିଣାବିକା ଉପରେ ପୂର୍ବରୁ ଥିବା ରହିତାଦେଶକୁ ବଳବତ୍ତର ରଖିଛନ୍ତି ଉଚ୍ଚ ନ୍ୟାୟାଳୟ (ହାଇକୋର୍ଟ) । ଏ ସମ୍ବନ୍ଧୀୟ ଏକ ମାମଲାର ଶୁଣାଣି କରି ୩ ମାସ ମଧ୍ୟରେ ଫ୍ଲାଟ ପଞ୍ଜୀକରଣ ପାଇଁ ନୂତନ ନିୟମ ଆଣିବାକୁ ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ସରକାର ନୂଆ ନିୟମ ଆଣିବା ପର୍ଯ୍ୟନ୍ତ ରହିତାଦେଶ ଜାରି ରହିବ ବୋଲି ଅଦାଲତ ରାୟରେ ଦର୍ଶାଇଛନ୍ତି।
ବିଚାରପତି ଶୁଭାଶିଷ ତଲାପତ୍ର ଓ ବିଚାରପତି ସାବିତ୍ରୀ ରଥଙ୍କ ଖଣ୍ଡପୀଠ ମାମଲାର ଅନ୍ତ ଘଟାଇବା ସହ ଏହି ରାୟ ପ୍ରକାଶ କରିଛନ୍ତି। ଓଡ଼ିଶା ରିଅଲ ଇଷ୍ଟେଟ ଅଥରିଟି ଆପାର୍ଟମେଣ୍ଟ(ରେରା)ରେ ଫ୍ଲାଟ ପଞ୍ଜୀକରଣ ପାଇଁ ଜାରି ନିୟମାବଳୀକୁ ବିରୋଧ କରି ବିମଳେନ୍ଦୁ ପ୍ରଧାନଙ୍କ ସମେତ ଅନ୍ୟମାନଙ୍କ ପକ୍ଷରୁ ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଥିଲା। ଫ୍ଲାଟ ପଞ୍ଜୀକରଣ ନେଇ ସ୍ବତନ୍ତ୍ର ଆଇନ ପ୍ରଣୟନ ପାଇଁ ଆବେଦନକାରୀ ପ୍ରାର୍ଥନା କରିଥିଲେ। ‘ରେରା’ ନିୟମ ଉପରେ ଉଚ୍ଚ ନ୍ୟାୟଳୟ ରହିତାଦେଶ ଦେବା ସହ ରାଜ୍ୟ ସରକାରଙ୍କୁ ନୂଆ ଆଇନ ପ୍ରଣୟନ କରିବାକୁ ନିର୍ଦେଶ ଦେଇଥିଲେ। ପ୍ରାୟ ବର୍ଷେ ହେଲାଣି ରାଜ୍ୟ ସରକାର ନୂତନ ନିୟମାବଳୀ ପ୍ରଣୟନ କରି ନଥିବାରୁ ଫ୍ଲାଟ କିଣାବିକା ନିମନ୍ତେ ପଞ୍ଜୀକରଣ ପ୍ରକ୍ରିୟା ବନ୍ଦ ରହିଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମୋହିତ ଅଗ୍ରୱାଲ ମାମଲା ପରିଚାଳନା କରୁଥିଲେ।

Hot this week

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

Related Articles

Popular Categories