www.samajalive.in
Sunday, December 7, 2025
14.1 C
Bhubaneswar

ଆବୁଧାବିରେ ରୋଡ୍‍-ଶୋ ; ଭାରତରେ ନିବେଶ ପାଇଁ ଧର୍ମେନ୍ଦ୍ରଙ୍କ ନିମନ୍ତ୍ରଣ

ଭୁବନେଶ୍ୱର  : ଆବୁଧାବିରେ ଡିସ୍କଭର୍ଡ ସ୍ମଲ ଫିଲ୍ଡ-୨ ବିଡର ରୋଡ୍‍ ସୋ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଭାରତରେ ପୁଞ୍ଜି ନିବେଶରେ ଭାଗିଦାରୀ ହେବାକୁ ନିବେଶକମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ୪ବର୍ଷରେ ଭାରତ ତୈଳ ଓ ଗ୍ୟାସ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି କରିଛି। ତେବେ କୌଣସି ଦେଶ, ଆନ୍ତର୍ଜାତିକ ସଙ୍ଗଠନ କିମ୍ବା କମ୍ପାନୀ ବିନା ଭାଗିଦାରୀରେ ଏକୁଟିଆ ଅଗ୍ରସର ହୋଇପାରିବ ନାହିଁ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ବର୍ତ୍ତମାନ ବିଶ୍ୱର ତୃତୀୟ ସର୍ବାଧିକ ଶକ୍ତି ଉପଭୋକ୍ତା ଦେଶ ଭାବେ ଉଭା ହୋଇଛି। ଭାରତରେ ଗତ ଏକ ଦଶନ୍ଧିରେ ଶକ୍ତି ବ୍ୟବହାରର ୫ ପ୍ରତିଶତରୁ ଅଧିକ ବାର୍ଷିକ ବିକାଶ ହାରରେ ବଢୁଛି। ଆଗାମୀ ବର୍ଷଗୁଡିକରେ ମଧ୍ୟ ଏହା ବାର୍ଷିକ ୪ ପ୍ରତିଶତ ହାରରେ ବଢିବାର ଆକଳନ କରାଯାଉଛି। ବର୍ତ୍ତମାନ ଭାରତର ଶକ୍ତି ଚାହିଦା ୨୨୯ ମିଲିୟନ ମେଟ୍ରିକ ଟନ ଥିବା ବେଳେ ୨୦୪୦ ବେଳକୁ ଏହା ୬୭୦ ମିଲିୟନ ମେଟ୍ରିକ ଟନ୍‍ ହେବାକୁ ଯାଉଛି। ଅପ୍‍ଷ୍ଟ୍ରିମ ତୈଳ ଓ ଗ୍ୟାସ୍‍ କ୍ଷେତ୍ରରେ ଭାରତରେ ଉଜ୍ୱଳ ସମ୍ଭାବନା ରହିଛି। ଏହି କ୍ଷେତ୍ର ପାଇଁ ଭାରତ ସରକାର ଅନେକ ପ୍ରକାର ନୀତିଗତ ସଂସ୍କାର ଆଣିଛନ୍ତି। ତେଣୁ ନିବେଶକମାନେ ଏଥିରେ ସାମିଲ ହେବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଜଣାଇଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories