www.samajalive.in
Wednesday, December 10, 2025
16.1 C
Bhubaneswar

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବାଲିମେଳା ଗସ୍ତ

ବାଲିମେଳା: କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳ ସମ୍ପଦ ବିଭାଗ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଦୁଇ ଦିନିଆ ମାଲକାନଗିରି ଜିଲା ଗସ୍ତରେ ଯାଇଛନ୍ତି। ବୁଧବାର ରାତିରେ ବାଲିମେଳା ସ୍ଥିତ ପଟେରୁ ଜଳ ସେଚନ ବିଭାଗର ଡାକ ବଙ୍ଗଳାରେ ପହଞ୍ଚି ଦଳୀୟ କର୍ମୀ ଓ ନେତାମାନଙ୍କ ସହ ଆଲୋଚନା କରିଥିଲେ। ଗୁରୁବାର ସକାଳେ ବାଲିମେଳା ସ୍ଥିତ ସ୍ଵରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବୃକ୍ଷ ରୋପଣ କରିଛନ୍ତି। ପରେ ଏନଏଲସି ଲିମିଟେଡ଼ ପକ୍ଷରୁ ୮୭ଲକ୍ଷ ବ୍ୟୟରେ ନିର୍ମାଣ ହେବାକୁ ଥିବା ଆଦିବାସୀ ପିଲାଙ୍କ ହଷ୍ଟେଲର ଭିତ୍ତିପ୍ରସ୍ତର କରିବା ସହ ଭୂମି ପୂଜା କରିଛନ୍ତି। ତାଙ୍କ ସହିତ ଏନଏଲସି ଲିମିଟେଡ଼ ସି ଜି ଏମ ଭି. ରାମଚନ୍ଦ୍ରନ, ଜେନେରାଲ ମ୍ୟାନେଜର ଫାଇନାନ୍ସ ବିକ୍ରମ କେଶରୀ ଦାସ, ଜେନେରାଲ ମ୍ୟାନେଜର ସିଭିଲ ଟି. ସିନ୍ଧୁ ବାବୁ, ଏ ସି ଏମ ଡି. ବାଲଜି ନାୟକ, ସଭାପତି ସ୍ଵରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କୃପାସିନ୍ଧୁ ବିଶ୍ୱାଳ ଓ ଚିତ୍ରକୋଣ୍ଡା ତହସିଲଦାର ଟି ପଦ୍ମନାଭ ଦୋରା ପ୍ରମୁଖ ଉପସ୍ଥିତ ଥିଲେ। ଏଥି ସହିତ ଗୁରୁଜୀ ଗୁରୁମା ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ଆହୁରି କିପରି ଉନ୍ନତି ହୋଇପାରିବ ସେ ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ସାମଲ ଓ ଗୁରୁମା, ଗୁରୁଜୀମାନେ ପରିଚାଳନା କରିଥିଲେ। ଏହାପରେ ନିଜର ପୁରୁଣା ଅନୁଭୂତି ମନେପକାଇ କାଳୀ ଛକ ସ୍ଥିତ କାଳୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରି ଏକ ବିଶେଷ କାର୍ଯ୍ୟକ୍ରମରେ ଭାଗ ନେଇ ଲୋକମାନଙ୍କ ସହ ମୋଦୀ ସରକାରଙ୍କ ୯ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ବିଷୟରେ ଅବଗତ କରିଥିଲେ। ଏଥି ସହିତ ଲିଫଲେଟ୍ ମଧ୍ୟ ଲୋକଙ୍କୁ ବାଣ୍ଟିଥିଲେ। ତାଙ୍କ ସହ ପୂର୍ବତନ ସାଂସଦ ପର୍ଶୁରାମ ମାଝି, ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ି, ଜିଲ୍ଲା ସଭାପତି ନିମାଇଁ ପାଲ ଓ ଶତାଧିକ କର୍ମୀ ଉପସ୍ଥିତ ଥିଲେ। ଏହାପରେ ମନ୍ତ୍ରୀ ଖାଇରପୁଟ ଅଭିମୁଖେ ଯାତ୍ରା କରିଥିଲେ। ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories