www.samajalive.in
Friday, December 12, 2025
19.1 C
Bhubaneswar

ୟୁଜି ଡାକ୍ତରୀ ଛାତ୍ରଛାତ୍ରୀ ପାଳିଲେ ଜାତୀୟ ପ୍ରୋଟେଷ୍ଟ ଡ଼େ

ବୁର୍ଲା: ବୁର୍ଲା ଭିମସାରର ୟୁଜି ଶେଷବର୍ଷର ଡାକ୍ତରୀ ଛାତ୍ର ମାନଙ୍କ ତରଫରୁ ଜାତୀୟ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି। ଏହା ମାଧ୍ୟମରେ ଏନଏମସି (ନେଶନାଲ ମେଡ଼ିକାଲ କାଉନସିଲ) ତରଫରୁ ଗତ ଜୁନ ମାସ ୨୭ ତାରିଖରେ ଏକ ୱେବିନାର ଅନୁଷ୍ଠିତ ହେବା ସହିତ ନେଷ୍କଟ ନେଷ୍କଟ କୁହାଯାଇ ଏକ ପରୀକ୍ଷା ଦେବା ପାଇଁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ କୁହାଯାଉଥିଲା। ୟୁଜି ଶେଷବର୍ଷର ଡାକ୍ତର ଛାତ୍ରଛାତ୍ରୀଙ୍କୁ ଏହି ପରୀକ୍ଷା ପାଇଁ ସମୟ ଅଭାବ ରହିଥିଲା ଯାହାଫଳରେ ଏହା ତାଙ୍କର କେରିୟରକୁ ପ୍ରଭାବିତ କରିବା ଆଶଙ୍କା ସୃଷ୍ଟି କରିଥିଲା। ଫଳରେ ଏହି ପରୀକ୍ଷାକୁ ବିରୋଧ କରି ଆଜି ଭିମସାରର ୟୁଜି ଶେଷବର୍ଷର ଛାତ୍ରମାନେ ବହୁଳ ମାତ୍ରାରେ ଏକତ୍ରୀତ ହୋଇ ପ୍ରତିବାଦ ଦିବସ ପାଳନ କରିବା ସହିତ “ସେ ନୋ ଟୁ ନେଷ୍କଟ” ବିଷୟ ବସ୍ତୁକୁ ନେଇ ପ୍ରତିବାଦ ପ୍ରଦର୍ଶନ କରିବା ସହିତ ଗତ ୨୦୧୯ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏହି ପରୀକ୍ଷାକୁ ବାତିଲ କରାଯିବା ପାଇଁ ଏହି ପ୍ରତିବାଦ ମାଧ୍ୟମରେ ଦାବୀ ଜଣାଇଥିଲେ। ସାରା ଦେଶର ଏହି ନେଷ୍କଟକୁ ନେଇ ଡାକ୍ତରୀ ଛାତ୍ରଛାତ୍ରୀ ମାନେ ପ୍ରତିବାଦ କରିଥିବା ସୁଚନା ରହିଛି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories